ETV Bharat / bharat

Republic Day: ଦିଲ୍ଲୀରେ ପରେଡ ପ୍ରସ୍ତୁତି, ବନ୍ଦ ରହିବ ଏହି ସବୁ ରାସ୍ତା

author img

By

Published : Jan 23, 2023, 12:28 PM IST

ଫୁଲ ଡ୍ରେସ ପରେଡ ରିହଲର୍ସଲ ନେଇ ଟ୍ରାଫିକ ଆଜଭାଇଜରି ଜାରି କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

Delhi Police release traffic advisory
Delhi Police release traffic advisory

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଦେଶ ପାଳିବ ୭୬ ତମ ଗଣତନ୍ତ୍ର ଦିବସ । ଏନେଇ ଜୋରସୋର ଜାରି ରହିଛି ପ୍ରସ୍ତୁତି । ଗଣତନ୍ତ୍ର ଦିବସ ପାଇଁ ଆଜି ଦିଲ୍ଲୀରେ ଫୁଲ ଡ୍ରେସ ପରେଡ ରିହଲର୍ସଲ ହେବ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିର୍ଦ୍ଦେଶନାମା ଜାରି କରିଛି ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସର ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ''ଜାତୀୟ ରାଜଧାନୀରେ ଫୁଲ ଡ୍ରେସ ରିହଲର୍ସଲ ପରେଡ ବିଜୟ ଛକ ଠାରୁ ସକାଳ ୧୦ଟା ୩୦ ମିନିଟ ସମୟରେ ବାହାରି ଲାଲକିଲାରେ ପହଞ୍ଚିବ । ଏହି ସମୟରେ ଯାତାୟତକୁ ସୁଗମ କରିବା ପାଇଁ ଦିଲ୍ଲୀ ପୋଲିସ ଟ୍ରାଫିକ ବ୍ୟବସ୍ଥା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି । ''

''ପରେଡ ପ୍ରଥମେ ବିଜୟ ଚୌକ ଠାରୁ ଆରମ୍ଭ ହେବ । ଏହାପରେ କର୍ତ୍ତବ୍ୟ ପଥ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି, ତିଲକ ମାର୍ଗ, ବାହାଦୂର ଶାହା ଜାଫର ମାର୍ଗ ଅତିକ୍ରମ କରିବା ପରେ ଲାଲକିଲାରେ ପହଞ୍ଚିବ । ଏଥିପାଇଁ ଏସବୁ ରାସ୍ତା ବନ୍ଦ ରହିବ । ଗତକାଲି ମଧ୍ୟ ରିହଲର୍ସଲ ହୋଇଥିଲା । ଫଳରେ ସନ୍ଧ୍ୟା ୬ଟାରୁ ପରେ ଶେଷ ହେବା ପର୍ଯ୍ୟନ୍ତ କର୍ତ୍ତବ୍ୟ ପଥ ଠାରୁ ବିଜୟ ଚୌକ, ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ଯାତାୟାତ ଉପରେ ରୋକ ଲଗାଇଥିଲା ଦିଲ୍ଲୀ ଟ୍ରାଫିକ ପୋଲିସ । ସେହିପରି ଏହାର ପୂର୍ବ ଦିନ ରାଫି ମାର୍ଗ, ଜନପଥ, ମନ ସିଂ ରୋଡରୁ କର୍ତ୍ତବ୍ୟ ପଥରେ ଯାତାୟତକୁ ପୋଲିସ ବାରଣ କରିଥିଲା । ସେହିପରି ପରେଡ ପାଇଁ ସି ହେକ୍ସାନ ଇଣ୍ଡିଆଗେଟ ଆଜି ସକାଳ ୯ଟା ୧୫ରୁ ତିଲକ ମାର୍ଗ ପର୍ଯ୍ୟନ୍ତ ଯାତାୟତ ବନ୍ଦ ରହିଥିଲା ।

ତେବେ ଯାତାୟତ କରୁଥିବା ଦିଲ୍ଲୀବାସୀଙ୍କୁ କୁହାଯାଇଛି ଯେ, ''ପରେଡ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ରାସ୍ତାରେ ଯାତାୟତ ନକରି ଦୂରେଇ ରୁହନ୍ତୁ । ନିଜ ଯାତାୟତ ପାଇଁ ପୂର୍ବରୁ ଯୋଜନା କରନ୍ତୁ । ଆଖପାଖକୁ ଯାତ୍ରା କରୁଥିବା ଯାତ୍ରୀ ମାନେ ମେଟ୍ରୋ ସେବାର ଅଧିକ ଲାଭ ଉଠାଇବାକୁ ଟ୍ରାଫିକ ନିର୍ଦ୍ଦେଶନାମାରେ କୁହାଯାଉଛି । ''

ତେବେ ଗଣତନ୍ତ୍ର ଦିବସ ଦିବସ ପାଇଁ ଏବେ ଦିଲ୍ଲୀର ଲାଲକିଲାରେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ୭୬ ତମ ଗଣତନ୍ତ୍ର ଦିବସ ପାଇଁ ଦେଶ ପ୍ରସ୍ତୁତ ହୋଇସାରିଥିବା ବେଳେ ଜାନୁୟାରୀ ୨୬ରେ ଗଣତନ୍ତ୍ର ଦିବସ ପରେଡରେ ୨୩ ପ୍ରଜ୍ଞାପନ ମେଢ ସାମିଲ ହେବ । ସେଥି ମଧ୍ୟରୁ ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥକୁ ଓହ୍ଳାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.