ETV Bharat / bharat

ବିଦେଶୀ ଲୋକଙ୍କ ଠାରୁ ଅନଲାଇନରେ ଠକେଇ ଅଭିଯୋଗ; 42 ଗିରଫ

ବିଦେଶୀ ଲୋକଙ୍କ ଠାରୁ ଅନଲାଇନରେ ଠକେଇ କରୁଥିବା ଅଭିଯୋଗରେ 42 ଜଣକୁ ଗିରଫ କରିଛି ଦିଲ୍ଲୀ ପୋଲିସ । 90 ଟି ଡିଜିଟାଲ ଉପକରଣ ଏବଂ ସାଢେ 4 ଲକ୍ଷ ଟଙ୍କା ଜବତ କରିଛି ମଧ୍ୟ କରିଛି ପୋଲିସ ।

author img

By

Published : Dec 20, 2020, 8:15 PM IST

ଅନଲାଇନରେ ଠକେଇ,  42 ଗିରଫ
ଅନଲାଇନରେ ଠକେଇ, 42 ଗିରଫ

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରୁ ଅନଲାଇନ ଠକେଇ କରୁଥିବା ଏକ କଲ ସେଣ୍ଟରର ପର୍ଦ୍ଦାଫାଶ କରିଛି ପୋଲିସ । ଏହି କଲ ସେଣ୍ଟର ଆମେରିକା ସହ ଦେଶର ଭିନ୍ନ ଭିନ୍ନ ଦେଶରେ ଥିବା ଲୋକଙ୍କ ଠାରୁ ଅନଲାଇନରେ ଠକେଇ କରିଆସୁଥିଲେ । ଏହି ମାମଲାରେ ପୋଲିସ ମୋଟ 42 ଜଣଙ୍କୁ ଗିରଫ କରିଛି । ଏହାସହ 90 ଟି ଡିଜିଟାଲ ଉପକରଣ ଏବଂ ସାଢେ 4 ଲକ୍ଷ ଟଙ୍କା ଜବତ କରିଛି।

ପ୍ରାଥମିକ ତଦନ୍ତରେ ପାଖାପାଖି 35 ଶହରୁ ଅଧିକ ଲୋକଙ୍କଠାରୁ ପ୍ରାୟ 70 କୋଟି ଠକେଇର ଖୁଲାସା ହୋଇଛି। ଅଭିଯୁକ୍ତମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଲୋକଙ୍କୁ ନିଜ ଜାଲରେ ଫସାଉଥିଲେ । ତେବେ ଏହି ଗ୍ୟାଙ୍ଗ ସହ ଜଡିତ ଥିବା ଅନ୍ୟ ଲୋକଙ୍କ ସମସ୍ତ ଆକାଉଣ୍ଟକୁ ମଧ୍ୟ ସାଇବର ସେଲ ଦ୍ବାରା ସିଲ କରାଯାଇଛି । ଏବଂ ଘଟଣାର ତଦନ୍ତ ଚାଲିଛି।

ଏନେଇ ଡିସିପି ଅନେଶ ରାୟଙ୍କ ଅନୁସାରେ, ବିଶ୍ବସ୍ଥ ସୂତ୍ରରୁ ଖବର ମିଳିବା ପରେ ପିରାଗଡି ଅଞ୍ଚଳର ଏକ କଲ ସେଣ୍ଟରରେ ବିଭିନ୍ନ ଦେଶର ଲୋକଙ୍କ ଠାରୁ ଠକେଇ କରାଯାଉଥିଲା । ଏଥିସହ ଆମେରିକା ସହ ଅନ୍ୟାନ୍ୟ ଦେଶରେ ଥିବା ଲୋକଙ୍କୁ କଲ କରି ଧମକ ଚମକ ଦେଇ ଲୋକଙ୍କୁ ଫୋନ କରୁଥିଲେ । ଆଉ ବିଭିନ୍ନ ଆଳ ଦେଖାଇ ବିଟକଏନ ଏବଂ ଗିଫ୍ଟକାର୍ଡ ବାହାନାରେ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ । ଏମାନେ ଆଇନ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଲୋକଙ୍କୁ ଫୋନ କରି ବିଟ କଏନ ଗୁଡିକରେ ଟଙ୍କା ମାଗିଥାନ୍ତି ।

ତେବେ ଏନେଇ ସୂଚନା ପାଇବା ପରେ ଏସିପି ଆଦିତ୍ୟ ଗୌତମଙ୍କ ତତ୍ତ୍ବାବଧାନରେ ଇନିସପ୍ଟେଟର ମନୋଜ, ସବ୍ ଇନିସପେକ୍ଟର ଅବଧେଶଙ୍କ ଟିମ ଉକ୍ତ କଲ ସେଣ୍ଟରରେ ଚଢାଉ କରିଥିଲା । ଯେଉଁଥିରେ 42 ଜଣ ଲୋକଙ୍କୁ ଗିରଫ କରିବା ସହ 90 ଟି ଡିଜିଟାଲ ଡିଭାଇସ ଓ ସାଢେ 4 ଲକ୍ଷ ଟଙ୍କା ଜବତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.