ETV Bharat / bharat

ବଢିଲା ଗିରଫ ସାମ୍ବାଦିକ ମହମ୍ମଦ ଜୁବେରଙ୍କ ଅଡୁଆ, ନୂଆ ଚାର୍ଜ ଲଗାଇଲା ଦିଲ୍ଲୀ ପୋଲିସ

ସାମ୍ବାଦିକ ମହମ୍ମଦ ଜୁବେରଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ଉଦ୍ୟମ ପରି ନୂଆ ଚାର୍ଜ ଲଗାଇଲା ଦିଲ୍ଲୀ ପୋଲିସ । ଏଣିକି ଜେରା କରିପାରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ବଢିଲା ଗିରଫ ସାମ୍ବାଦିକ ମହମ୍ମଦ ଜୁବେରଙ୍କ ଅଡୁଆ: ନୂଆ ଚର୍ଜ ଲଗାଇଲା ଦିଲ୍ଲୀ ପୋଲିସ

author img

By

Published : Jul 2, 2022, 1:13 PM IST

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ମହମ୍ମଦ ଜୁବେରଙ୍କ ବିରୋଧରେ ନୂଆ ଚାର୍ଜ ଲଗାଇଲା ଦିଲ୍ଲୀ ପୋଲିସ । ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ପ୍ରୟାସ ପରି ନୂଆ ଚାର୍ଜ ଦାଖଲ କରିଛି ଦିଲ୍ଲୀ ପୋଲିସ । ଫ୍ୟାକ୍ଟ-ଚେକିଂ ସାଇଟ ଅଲ୍ଟ ନିୟୁଜର ସହ ପ୍ରତିଷ୍ଠାତା ଜୁବେର 2018 ମସିହାରେ କରିଥିବା ଏକ ବିବାଦୀୟ ଟ୍ବିଟ ମାମଲାରେ ଗିରଫ ହୋଇଛନ୍ତି ।

  • Donations are from Pakistan, Syria, so considering gravity,it's not just a case of a simple tweet...accused is Pravda Media director,he smartly deleted everything...In such circumstances,bail application should be dismissed...deletion of data from phone after FIR imp:Delhi Police

    — ANI (@ANI) July 2, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:- ବିବାଦୀୟ ମନ୍ତବ୍ୟ ଦେଇ ସାମ୍ବାଦିକ ମହମ୍ମଦ ଜୁବେର୍‌ ଗିରଫ

ପୂର୍ବରୁ ତାଙ୍କ ନାମରେ ବିଦେଶୀ ପାଣ୍ଠି ସଂଗ୍ରହ ଅନିୟମିତତା ମାମଲା Foreign Contribution (Regulation) Act ଲଗାଯାଇଥିବା ବେଳେ ଏବେ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ନୂଆ ଚାର୍ଜ ପରେ ଆବଶ୍ୟକ ପଡିଲେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଜେରା ପରିସରକୁ ନେଇପାରେ । ଜୁନ 27ରେ ଦିଲ୍ଲୀ ପୋଲିସ ଦ୍ବାରା ଗିରଫ ହୋଇଥିଲେ ଜୁବେର ।

ନିର୍ଦ୍ଦିଷ୍ଟ ଧର୍ମର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଓ ସମାଜିକ ସଦଭାବନା ନଷ୍ଟ କରିବା ପରି ଟ୍ବିଟ କରିବା ପାଇଁ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଗୋଟିଏ ଦିନ ରିମାଣ୍ଡରେ ମଧ୍ୟ ନେଇ ପୋଲିସ ଜେରା ମଧ୍ୟ କରିସାରିଛି । ତେବେ ଏବେ ପୁଣି ନୂଆ ମାମଲା ଯୋଡି ହେବା ପରେ ଜୁବେରଙ୍କ ଅଡୁଆ ବଢିବାରେ ଲାଗିଛି । ବିରୋଧୀ ଏହାକୁ ବିଜେପି ସରକାରର ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.