ETV Bharat / bharat

ଜୁନ 9 ଯାଏଁ ED ହେପାଜତକୁ ଗଲେ ସତ୍ୟେନ୍ଦ୍ର ଜୈନ

author img

By

Published : May 31, 2022, 5:25 PM IST

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ 9 ଦିନିଆ ଇଡି ରିମାଣ୍ଡରେ ପଠାଇଲେ ଦିଲ୍ଲୀ ହାଇକୋର୍ଟ । ମନି ଲଣ୍ଡ୍ରିଂ ମାମଲାରେ ଗତକାଲି ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

ଜୁନ 9 ଯାଏ ED ହେପାଜତକୁ ଗଲେ ସତୈନ୍ଦ୍ର ଜୈନ
ଜୁନ 9 ଯାଏ ED ହେପାଜତକୁ ଗଲେ ସତୈନ୍ଦ୍ର ଜୈନ

ନୂଆଦିଲ୍ଲୀ: ଆର୍ଥିକ ଠକେଇ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜୁନ 9 ତାରିଖ ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତକୁ ପଠାଇଲେ କୋର୍ଟ । ଆଜି (ମଙ୍ଗଳବାର) ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରେ ହାଜର କରାଯିବା ସହ ଅପରାହ୍ନ ପ୍ରାୟ 2.30ରେ ଶୁଣାଣି ଆରମ୍ଭ ହୋଇଥିଲା । ମାମଲାର ଅଧିକ ତଦନ୍ତ ଆବଶ୍ୟକତା ଦର୍ଶାଇ ଜୈନଙ୍କୁ ଜେରା ପାଇଁ 14 ଦିନିଆ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖଣ୍ଡପୀଠ ଜୈନଙ୍କ ଜାମିନ ଖାରଜ କରିବା ସହ ଅଧିକ ପଚରାଉୁଚରା ପାଇଁ ଜୁନ 9 ତାରିଖ ଯାଏଁ ଇଡି ହେପାଜତକୁ ପଠାଇଛନ୍ତି ।

ଗତକାଲି (ସୋମବାର ) ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇଥିଲେ ଜୈନ । ପୂର୍ବରୁ ମଧ୍ୟ ଏକାଧିକ ଥର ଇଡି ଜେରାର ସମ୍ମୁଖୀନ ହୋଇ ସାରିଥିଲେ ଜୈନ । ଆର୍ଥିକ ବିନିଯୋଗ ମାମଲାରେ ସନ୍ତୋଷଜନକ ଉତ୍ତର ନଦେଇ ପାରିବାରୁ ତାଙ୍କୁ ଗତକାଲି ଗିରଫ କରାଯାଇଥିଲା । ପୂର୍ବରୁ ଜୈନ ଓ ତାଙ୍କ ଦଳ ଆମ ଆଦମି ପାର୍ଟି AAP ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରାୟୋଜିତ ତଦନ୍ତ ବୋଲି କହି ପରୋକ୍ଷରେ ବିଜେପିକୁ ଦାୟୀ କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.