ETV Bharat / bharat

ବଢିପାରେ ଆପ୍‌ ସରକାରର ଅଡୁଆ, ବସ୍‌ କିଣା ଅନିୟମିତତାର ତଦନ୍ତ କରିବ CBI - ବଢିପାରେ କେଜ୍ରିଓ୍ବାଲଙ୍କ ଅଡୁଆ

ପୁଣି ବଢିବାକୁ ଯାଉଛି କେଜ୍ରିଓ୍ବାଲ ସରକାରଙ୍କ ଅଡୁଆ । ଦିଲ୍ଲୀ ପରିବହନ ନିଗମର ହଜାରେ ଲୋ-ଫ୍ଲୋର ବସ୍‌ କିଣା ଅନିୟମିତତାର ତଦନ୍ତ କରିବ CBI । ଅନୁମୋଦନ ଦେଲେ ଉପ ରାଜ୍ୟପାଳ ବିନୟ ସକ୍ସେନା (Delhi LG VK Saxena)। ପୂର୍ବରୁ ଜାରି ରହିଛି ଅବକାରୀ ଦୁର୍ନୀତି ଅଭିଯୋଗର ତଦନ୍ତ । ଅଧିକ ପଢନ୍ତୁ

ବଢିପାରେ କେଜ୍ରିଓ୍ବାଲଙ୍କ ଅଡୁଆ, ଲୋ ଫ୍ଲୋର ବସ କିଣା ଅନିୟମିତତାର CBI ତଦନ୍ତକୁ ଉପ ରାଜ୍ୟପାଳଙ୍କ ଅନୁମୋଦନ

author img

By

Published : Sep 11, 2022, 5:12 PM IST

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଅଡୁଆରେ ଛନ୍ଦି ହେବାରେ ଲାଗିଛି ଦିଲ୍ଲୀର କେଜ୍ରିଓ୍ବାଲ ସରକାର । ଏବେ ଅବକାରୀ ଦୁର୍ନୀତି ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଜାରି ରହିଥିବାବେଳେ, ପୁଣି ନୂଆ ଦୁର୍ନୀତି ଅଭିଯୋଗରେ ଛନ୍ଦି ହେବାକୁ ଯାଉଛି କେଜ୍ରିଓ୍ବାଲ ସରକାର । ଦିଲ୍ଲୀ ପରିବହନ ନିଗମ କିଣିଥିବା 1000 ଅତ୍ୟାଧୁନିକ ଲୋ-ଫ୍ଲୋର ବସର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (Transport scam allegation in Delhi)। ଆଜି ଏହି ମାମଲାରେ ସିବିଆଇ ତଦନ୍ତକୁ ଅନୁମୋଦନ ଦେଇଛନ୍ତି ଉପ ରାଜ୍ୟପାଳ ବିନୟ ସାକ୍ସେନା (Delhi LG VK Saxena)। ଏହାକୁ କିନ୍ତୁ ମଧ୍ୟ ଆମ ଆଦମୀ ପାର୍ଟି ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିବା ସହ ତଦନ୍ତର ସାମ୍ନା କରିବ ବୋଲି କହିଛି ।

ଚଳିତ ବର୍ଷ ଜୁନ ମାସରେ ଏହି ବସ୍‌ କିଣାରେ ଦୁର୍ନୀତି ହୋଇଥିବା ନେଇ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ଯାଇଥିଲା । ଦିଲ୍ଲୀ ପରିବହନ ନିଗମର ଟେଣ୍ଡରିଂ କମିଟିର ଅଧ୍ୟକ୍ଷ ଭାବେ ଦିଲ୍ଲୀ ପରିବହନ ମନ୍ତ୍ରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିଯୁକ୍ତ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଜୁଲାଇ ମାସରେ ଏହି ମାମଲାରେ ଉତ୍ତର ରଖିବା ପାଇଁ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଥିଲା । ଅଗଷ୍ଚରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶର ଉତ୍ତର ରଖି ରିପୋର୍ଟ ଦାଖଲ କରିଥିଲେ ।

ତେବେ ଏହି ଟେଣ୍ଡର ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତା ହୋଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ ମୁଖ୍ୟ ଶାସନ ସଚିବ । ତେବେ ଏହି କ୍ରୟ ପ୍ରକ୍ରିୟାରେ ସିଭିସି ଗାଇଡଲାଇନ୍‌ ଓ ଜେନେରାଲ ଫାଇନାନ୍ସ ରୁଲ୍ସର ଗଭୀର ଉଲଙ୍ଘନ ହୋଇଥିବା ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟରେ ଦର୍ଶାଯାଇଥିଲା । ଉକ୍ତ ରିପୋର୍ଟ ଅନୁସାରେ ଏହି ମାମଲାର ସିବିଆଇ ତଦନ୍ତକୁ ଉପ ରାଜ୍ୟପାଳ ଅନୁମୋଦନ ଦେଇଛନ୍ତି । ତେବେ ଅନୁମୋଦନ ପରେ ଖୁବଶୀଘ୍ର ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିବା ନେଇ ଅନୁମାନ କରାଯାଉଛି ।

ପୂର୍ବରୁ କେଜ୍ରିଓ୍ବାଲ ସରକାର ଅବକାରୀ ଦୂର୍ନୀତିରେ ଫସି ତଦନ୍ତର ସମ୍ମୁଖୀନ ହେଉଥିବାବେଳେ, ଏବେ ପୁଣି ଏକ ଅଡୁଆ ବଢିବାକୁ ଯାଉଛି । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟ ତଦନ୍ତ ଜାରି ରଖିଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ଚଢାଉ କରିଥିଲେ ସୁଦ୍ଧା ତଦନ୍ତକାରୀ ସଂସ୍ଥାକୁ ସେପରି କିଛି ଆଖି ଦୃଶିଆ ସଫଳତା ମିଳିନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.