ନୂଆଦିଲ୍ଲୀ: କୋରୋନାରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିତାଙ୍କ ଦେହାନ୍ତ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଗତ କିଛି ଦିନ ହେଲା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିତା କୋରୋନାରେ ଆକ୍ରାନ୍ତ ହୋଇଥିଲେ । ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ ଏବଂ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି କହିଛନ୍ତି ଯେ ' ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିତା କୋରୋନାରେ ପରଲୋକ ଘଟିଛି । ଏହା ବହୁତ ଦୁଃଖଦ ଘଟଣା । ଦିଲ୍ଲୀ ବାସୀଙ୍କ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର କାର୍ଯ୍ୟ ଜାର ରଖିଛନ୍ତି । ତାଙ୍କ ପରିବାର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ସୂଚନାଥାଉକି ମହାମାରୀ କୋରୋନା ଭାରତରେ ଭୟଙ୍କର ରୂପ ଧାରଣ କରିଛି । ଖାସକରି ଦିଲ୍ଲୀର ସ୍ଥିତି ଭୟାନକ ରହିଛି ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ଦିଲ୍ଲୀରେ 25219 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 412 ଜଣ ମୃତ୍ୟୁବରଣ କରିଛନ୍ତି ।
@ANI