ETV Bharat / bharat

ବିଜେଡି ବିରୋଧରେ ବିଜେପିର ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

author img

By ETV Bharat Odisha Team

Published : Jan 12, 2024, 1:59 PM IST

Updated : Jan 12, 2024, 2:18 PM IST

Delhi HC refuses to entertain plea against BJD: ବିଜେଡି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଖାରଜ । ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ଜନତାଙ୍କ ଅର୍ଥ ବିନିଯୋଗ କରୁଥିବା ଅଭିଯୋଗରେ ଏହି ଆବେଦନ କରିଥିଲେ ଓଡ଼ିଶା ବିଜେପି ନେତା ଜତିନ ମହାନ୍ତି । ଅଧିକ ପଢନ୍ତୁ

ବିଜେଡି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଖାରଜ

ନୂଆଦିଲ୍ଲୀ: ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ସରକାରୀ ତହବିଲରୁ ଅର୍ଥ ବିନିଯୋଗ କରିବା ଏବଂ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ବ୍ୟବହାର କରିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା । ଓଡ଼ିଶା ବିଜେପି ସାଧାରଣ ସମ୍ପାଦକ ଜତିନ ମହାନ୍ତି ଏହି ଆବେଦନ କରିଥିଲେ । ତେବେ ବିଜେପି ନେତାଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଆବେଦନର ଶୁଣାଣି ପାଇଁ ମନା କରିବା ସହିତ ଆବେଦନକାରୀଙ୍କୁ ଓଡ଼ିଶା ହାଇକୋର୍ଟ ଯିବାକୁ କହିଛନ୍ତି ।

ବିଜେପି ନେତା ଜତିନ ମହାନ୍ତି ଅଭିଯୋଗ କରିଥିଲେ ଯେ, ଓଡ଼ିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳ (BJD) ନିଜର ଦଳୀୟ କାର୍ଯ୍ୟକ୍ରମରେ ସରକାରୀ ତହବିଲରୁ ବା ଜନତାଙ୍କ ଅର୍ଥ ବିନିଯୋଗ କରୁଛି । ଏପରିକି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ଶଙ୍ଖ ବ୍ୟବହାର କରୁଛି । ଏହା ବିରୋଧରେ ବିଜେପି ନେତା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନର ଶୁଣାଣି ପାଇଁ ମନା କରିଦେବା ସହ ଓଡ଼ିଶା ହାଇକୋର୍ଟକୁ ଯିବାକୁ ଆବେଦନକାରୀଙ୍କୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ

ଦିଲ୍ଲୀ ହାଇକୋର୍ଟ ବେଞ୍ଚ ଆବେଦନ ଖାରଜ କରି କହିଛନ୍ତି ଯେ, ପୂର୍ବରୁ ହିଁ ହାଇକୋର୍ଟ ଉପରେ ଅଧିକ ଭାର ରହିଛି । ଆବେଦନକାରୀ ଯେଉଁସବୁ ଅଭିଯୋଗ ଆଣିଛନ୍ତି ତାହା ଓଡ଼ିଶାରେ ଘଟିଛି । ବିଜ୍ଞାପନ ମଧ୍ୟ ଓଡ଼ିଶାରେ ହିଁ ହୋଇଛି । ତେଣୁ ଏଠାରେ ଏହି ଆବେଦନର ଶୁଣାଣି ହୋଇପାରିବ ନାହିଁ । ଆବେଦନକାରୀ ନିଜ ରାଜ୍ୟର ହାଇକୋର୍ଟ ଯିବା ଉଚିତ । ଓଡ଼ିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ, ଆମେ ନୁହେଁ ବୋଲି କହିଛନ୍ତି ଖଣ୍ଡପୀଠ ।

ତେବେ ଏହି ଘଟଣା କେବଳ ଗୋଟିଏ ରାଜ୍ୟର ନୁହେଁ, ଏମିତି ସବୁ ରାଜ୍ୟରେ ଘଟୁଛି । ଏହିସବୁ ମାମଲା ପାଇଁ ଦିଲ୍ଲୀ ହାଇକୋର୍ଟ ନ ଆସି ନିଜ ରାଜ୍ୟର ହାଇକୋର୍ଟରେ ଦ୍ବାରସ୍ଥ ହୁଅନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: CEC-EC ଚୟନ କମିଟିରୁ CJIଙ୍କୁ ବାଦ୍ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଏହା ମଧ୍ୟ ପଢନ୍ତୁ: ସାଇବର କ୍ରାଇମ ନେଇ ହାଇକୋର୍ଟଙ୍କ କ୍ଷୋଭ, ସତ୍ୟପାଠ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ପ୍ରସଙ୍ଗ, ପ୍ରତିପକ୍ଷଙ୍କୁ ଜବାବ ତଲବ କଲେ କୋର୍ଟ

Last Updated : Jan 12, 2024, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.