ETV Bharat / bharat

Delhi pollution: ପ୍ରଦୂଷଣ ରୋକିବ କୃତ୍ରିମ ବର୍ଷା, ନିଆଯାଉଛି IIT କାନପୁରର ସହଯୋଗ

author img

By ETV Bharat Odisha Team

Published : Nov 8, 2023, 10:57 PM IST

ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା ନେଇ ବିଚାର ବିମର୍ଶ ଆରମ୍ଭ । IIT କାନପୁରର ବିଶେଷଜ୍ଞଙ୍କ ସହଯୋଗ ନିଆଯାଉଥିବା ସୂଚନା ଦେଲେ ପରିବେଶ ମନ୍ତ୍ରୀ ଗୋପାଲ ରାୟ । ଅଧିକ ପଢନ୍ତୁ

Delhi pollution: ପ୍ରଦୂଷଣ ରୋକିବ କୃତ୍ରିମ ବର୍ଷା, ନିଆଯାଉଛି IIT କାନପୁରର ସହଯୋଗ
Delhi pollution: ପ୍ରଦୂଷଣ ରୋକିବ କୃତ୍ରିମ ବର୍ଷା, ନିଆଯାଉଛି IIT କାନପୁରର ସହଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦେଖାଯାଇଥିବା ଉତ୍କଟ ପ୍ରଦୂଷଣ ସଙ୍କଟକୁ ମୁକାବିଲା କରିବା ପାଇଁ କୃତ୍ରିମ ବର୍ଷା କରାଇବା ଉପରେ ଦିଲ୍ଲୀ ସରକାର ବିଚାର ବିମର୍ଶ ଆରମ୍ଭ କରିଛନ୍ତି । ଏଥିପାଇଁ ଭାରତୀୟ ପ୍ରଧ୍ୟୋଗିକ ସଂସ୍ଥାନ (IIT) କାନପୁରର ସହଯୋଗ ନେଉଛନ୍ତି ଦିଲ୍ଲୀ ସରକାର । କୃତ୍ରିମ ଉପାୟରେ ଦିଲ୍ଲୀ ଓ ଏନସିଆରରେ ବର୍ଷା କରାଇବା ଫଳରେ ବାୟୁମଣ୍ଡଳରେ ବୁଲୁଥିବା ବିଷାକ୍ତ କଣିକାକୁ ହ୍ରାସ କରିବା ଉପରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ଆଜି ସୂଚନା ଦେଇଛନ୍ତି ।

ଆଜି ଏହି ପ୍ରସ୍ତାବିତ ନିଷ୍ପତ୍ତି ସହ IIT କାନପୁରର ଜଳବାୟୁ ବୈଜ୍ଞାନିକମାନଙ୍କ ସହ ଦିଲ୍ଲୀ ପରିବେଶ ବିଭାଗ ମିଟିଂ ମଧ୍ୟ କରିଛି । ଏ ସମ୍ପର୍କରେ ଜାତୀୟ ଖବର ସରବରାହ ସଂସ୍ଥା ANIକୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ରାୟ କହିଛନ୍ତି,‘‘ କୃତ୍ରିମ ଉପାୟରେ ବାଦଲ ସୃଷ୍ଟି କରାଯାଇ ବର୍ଷା କରାଯିବା ଉପରେ ଆଜି ମିଟିଂରେ ଆଲୋଚନା ହୋଇଛି । ଏପରି ସମ୍ଭାବନା ସହ ଆଇଆଇଟି କାନପୁରର ବୈଜ୍ଞାନିକ ଟିମ୍‌ ଏକ ପ୍ରାରମ୍ଭିକ ପ୍ରସ୍ତାବ ରଖିଛନ୍ତି । ଏହା ଉପରେ ଆଜି ଆଲୋଚନା ହୋଇଛି । ଆସନ୍ତାକାଲି ସେମାନେ ବିସ୍ତୃତ ପ୍ଲାନ ସହ ସରକାରଙ୍କୁ ଅବଗତ କରିବେ ।’’

ରାୟ ଆହୁରି କହିଛନ୍ତି, ‘‘ଯଦି ଚଳିତ ମାସ 20-21 ସୁଦ୍ଧା ଦିଲ୍ଲୀ ଆକାଶରେ ବାଦଲ ସୃଷ୍ଟି କରାଯିବା ପରି ସ୍ଥିତି ସମ୍ଭବପର ହୋଇପାରିବ, ତେବେ ଏହି କୃତ୍ରିମ ବର୍ଷା ଯୋଜନାକୁ ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯିବ । ଯଦି ବୈଜ୍ଞାନିକଙ୍କ ଟିମ ଏପରି ସମ୍ଭାବନା ସହ ବିସ୍ତୃତ ରିପୋର୍ଟ ଆସନ୍ତାକାଲି ଦିଲ୍ଲୀ ସରକାରଙ୍କ ନିକଟରେ ଉପସ୍ଥାପିତ କରନ୍ତି, ତେବେ ଆମେ ଏହାକୁ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଉପସ୍ଥାପିତ କରିବୁ । ଯଦି 40 ପ୍ରତିଶତ ବାଦଲ ସୃଷ୍ଟି କରିବା ପରି ସ୍ଥିତି ସୃଷ୍ଟି କରାଯାଇପାରେ, ତେବେ କୃତ୍ରିମ ବର୍ଷା କରାଇବା ସମ୍ଭବପର ହୋଇପାରିବ । ଯାହା ବିଶେଷ ଭାବରେ ବାୟୁମଣ୍ଡଳରେ ଦୂଷିତ କଣିକା ହ୍ରାସ କରିବାରେ ବେଶ ସହାୟକ ହେବ ।’’

ଏହା ମଧ୍ୟ ପଢନ୍ତୁ :- NCR pollution: ଯୁଗ୍ମ-ଅଯୁଗ୍ମ ଫର୍ମୁଲାରେ ଗଡିବ ଗାଡି, 10 ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ଦୀପାବଳି ପୂର୍ବରୁ ଦିଲ୍ଲୀରେ ଏପରି ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ ପାଇବାରେ ଲାଗିଛି । ବାୟୁମଣ୍ଡଳରେ ପ୍ରଦୂଷିତ କଣିକାର ମାତ୍ରା ବୃଦ୍ଧି ପାଇବା ସହ ଦୃଶ୍ୟମାନ୍ୟତା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ଦୁର୍ଘଟଣା ଘଟିବା ସହ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ଶିଶୁ ଓ ବୟସାଧିକ ବର୍ଗ ପାଇଁ ଏହି ସମସ୍ୟା ଅତି ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି । ପୁରୁଣା ଗାଡି ଚଳାଚଳ ବନ୍ଦ କରିବା ସହ ନିକଟରେ ଅଡ-ଇଭିନ ଫର୍ମୁଲାରେ ମଧ୍ୟ ଗାଡି ଗଡିବାକୁ ନିଷ୍ପତ୍ତି ହୋଇଛି । ସ୍କୁଲ ମଧ୍ୟ ବନ୍ଦ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.