ETV Bharat / bharat

ଦିଲ୍ଲୀ ବିଧାୟକଙ୍କ ବଢ଼ିବ ବେତନ, କ୍ୟାବିନେଟରେ ମଞ୍ଜୁର ପ୍ରସ୍ତାବ

author img

By

Published : Aug 3, 2021, 6:07 PM IST

ବଢ଼ିବ ଦିଲ୍ଲୀ ବିଧାୟକଙ୍କ ବେତନ । ଦିଲ୍ଲୀ ବିଧାୟକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ କ୍ୟାବିନେଟ ଅନୁମୋଦନ କରିଛି। ଏହି ନୂଆ ନିଷ୍ପତ୍ତି ମୁତାବକ, ଏଣିକି ଦିଲ୍ଲୀର ଜଣେ ବିଧାୟକ ମାସକୁ ୯୦ହଜାର ଟଙ୍କା ପାଇବେ। ଅଧିକ ପଢନ୍ତୁ...

ଦିଲ୍ଲୀ ବିଧାୟକଙ୍କ ବଢ଼ିବ ବେତନ: ପ୍ରସ୍ତାବକୁ ମଞ୍ଜୁରୀ ଦେଲା କ୍ୟାବିନେଟ

ନୂଆଦିଲ୍ଲୀ: ବଢ଼ିବ ଦିଲ୍ଲୀ ବିଧାୟକଙ୍କ ବେତନ । ଦିଲ୍ଲୀ ବିଧାୟକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ କ୍ୟାବିନେଟ ଅନୁମୋଦନ କରିଛି। ଏହି ନୂଆ ନିଷ୍ପତ୍ତି ମୁତାବକ, ଏଣିକି ଦିଲ୍ଲୀର ଜଣେ ବିଧାୟକ ମାସକୁ ୯୦ ହଜାର ଟଙ୍କା ପାଇବେ। ଯେଉଁଥିରେ ବେତନ ଓ ଭତ୍ତା ସାମିଲ ଥିବ। ଦିଲ୍ଲୀ କ୍ୟାବିନେଟ ମଙ୍ଗଳବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

ଦିଲ୍ଲୀ କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀର ବିଧାୟକମାନେ ମାସିକ 30 ହଜାର ଟଙ୍କା ଦରମା ପାଇବେ। ପ୍ରକାଶ ଥାଉକି, ବର୍ତ୍ତମାନ ସମୟରେ ଦିଲ୍ଲୀର ବିଧାୟକମାନେ ମାସକୁ 12,000 ଟଙ୍କା ଦରମା ପାଉଛନ୍ତି । ତେଣୁ ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାବିନେଟ ଦ୍ବାରା ପାରିତ ହୋଇଥିବା ବିଲରେ ବିଧାୟକମାନେ ମାସକୁ ମୋଟ 90 ହଜାର ଟଙ୍କା ଦରମା ଏବଂ ଅନ୍ୟାନ୍ୟ ଭତ୍ତା ପାଇବେ। ବର୍ତ୍ତମାନ ସମୟରେ ବିଧାୟକଙ୍କ ଦରମା ଏବଂ ଭତ୍ତା ମାସକୁ 54,000 ଟଙ୍କା ଅଟେ।

ସୂଚନାନୁସାରେ, 2015 ମସିହାରେ ଦିଲ୍ଲୀ ସରକାର ବିଧାନସଭାରୁ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଆଇନ ପ୍ରଣୟନ କରି ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ, ଯାହାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ସୂଚନାନୁସାରେ, ବିଧାୟକଙ୍କ ଦରମା ଏବଂ ଭତ୍ତା ସମ୍ପର୍କରେ କେନ୍ଦ୍ର ସରକାର ମଧ୍ୟ କିଛି ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଦେଇଥିବା ପରାମର୍ଶରେ ଦିଲ୍ଲୀ କ୍ୟାବିନେଟ୍ ନୂତନ ପ୍ରସ୍ତାବ ଉପରେ ଆଲୋଚନା ଏବଂ ଅନୁମୋଦନ କରିଛନ୍ତି।

2011 ପରେ ଅର୍ଥାତ୍ ଦଶ ବର୍ଷ ଧରି ଦିଲ୍ଲୀର ବିଧାୟକଙ୍କ ଦରମା ବୃଦ୍ଧି ହୋଇନାହିଁ। ଦିଲ୍ଲୀ କ୍ୟାବିନେଟ ଦ୍ବାରା ପାରିତ ହୋଇଥିବା ନୂତନ ପ୍ରସ୍ତାବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ଏବଂ କେନ୍ଦ୍ରର ଅନୁମୋଦନ ପରେ ଦିଲ୍ଲୀ ସରକାର ପୁଣିଥରେ ଦିଲ୍ଲୀ ବିଧାନସଭାରେ ଏହି ବିଲ୍ ଆଣିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.