ETV Bharat / bharat

ଆପ୍ ନେତା ସଞ୍ଜୟ ସିଂଙ୍କୁ ଝଟ୍‌କା, ଜାମିନ ଖାରଜ କଲେ ରାଉଜ ଆଭେନ୍ୟୁ କୋର୍ଟ

author img

By ETV Bharat Odisha Team

Published : Dec 22, 2023, 4:26 PM IST

Delhi Excise policy PMLA case: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ‌ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ସଂଜୟଙ୍କ ଜାମିନ ଆବେଦନ ଖାରଜ କଲେ ରାଉଜ ଆଭେନ୍ୟୁ କୋର୍ଟ। ଅଧିକ ପଢ଼ନ୍ତୁ,

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଆପ୍ ନେତା ସଞ୍ଜୟ ସିଂଙ୍କ ଜାମିନ ଖାରଜ କଲେ ରାଉଜ ଆଭେନ୍ୟୁ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ‌ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ପାଇଁ ବଢ଼ିଲା ଅଡୁଆ । ଆପ୍ ନେତା ସଂଜୟ ସିଂଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ଦିଲ୍ଲୀରେ ରାଉଜ ଆଭେନ୍ୟୁ କୋର୍ଟ। ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ହେଉଛନ୍ତି ସଂଜୟ ସିଂ। ସେ ଏହି ମାମଲାରେ ଜାମିନ ପାଇଁ ଆବେଦନ କରିଥିବା ବେଳେ, ରାଉଜ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ଜାମିନକୁ ଖାରଜ କରି ଦେଇଛନ୍ତି। କୋର୍ଟଙ୍କ ଜାମିନ ଖାରଜ ପରେ, ସଂଜୟ ସିଂଙ୍କୁ ଶକ୍ତ ଝଟକା ଲାଗିଛି ।

ଏହା ମଧ୍ଯ ପଢ଼ନ୍ତୁ: ଜନ୍ତର ମନ୍ତରରେ ଇଣ୍ଡିଆ ମେଣ୍ଟର ଆକ୍ରୋଶ ରାଲି: କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ ଓ ରାହୁଲ

ପୂର୍ବରୁ ଏହି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ସଂଜୟଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କୋର୍ଟ ସଞ୍ଜୟଙ୍କ ପକ୍ଷରୁ ନିୟମିତ ଜାମିନ ଆବେଦନ ହୋଇଥିବା ବେଳେ ଏହା ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଥିଲେ । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଖୁବଶୀଘ୍ର ସପ୍ଲିମେଣ୍ଟାରି ଚାର୍ଜସିଟ ଦାଖଲ କରିବ । ପୂର୍ବରୁ ଅନେକ ଥର ସଞ୍ଜୟଙ୍କୁ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରି ଆସିଛନ୍ତି କୋର୍ଟ । ଗତ ଅକ୍ଟୋବର ୪ ତାରିଖରେ ଇଡି ସଞ୍ଜୟଙ୍କ ବାସଭବନରେ ଏକାଧିକ ଘଣ୍ଟା ଚଢାଉ କରିବା ପରେ ଅବକାରୀ ଦୁର୍ନୀତି ମାମଲାରେ ସମ୍ପୃକ୍ତି ଦର୍ଶାଇ ଗିରଫ କରିଥିଲା । କୋର୍ଟ ସଂଜୟଙ୍କ ରିମାଣ୍ଡ ଅବଧିକୁ ବାରମ୍ବାର ବୃଦ୍ଧି କରିଥିବା ବେଳେ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।

ଏହା ମଧ୍ଯ ପଢ଼ନ୍ତୁ: ସଂସଦ ଶୀତ ଅଧିବେଶନରେ ଐତିହାସିକ ନିଷ୍ପତ୍ତି, 19 ବିଲ୍ ପାସ୍: ପ୍ରହ୍ଲାଦ ଯୋଶୀ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବାରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ହେଉଛନ୍ତି ଆମ ଆଦମୀ ପାର୍ଟର ତୃତୀୟ ବଡ଼ ନେତା । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏକାଧିକ ପର୍ଯ୍ୟାୟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସିସୋଦିଆ ଏବେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେହିପରି ଆମ ଆଦମୀ ପାର୍ଟିର ଅନ୍ୟ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.