ETV Bharat / bharat

Video Against Kejriwal: ସମ୍ବିତ ପାତ୍ରଙ୍କ ବିରୋଧରେ ଏତଲା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Nov 23, 2021, 7:44 PM IST

ଅରବିନ୍ଦ କେଜ୍ରିଓ୍ବାଲ ( Arvind Kejriwal)ଙ୍କ ବିରୋଧରେ ବିବାଦୀୟ ଭିଡିଓ ପୋଷ୍ଟ କରିବା ମାମଲାରେ ବଢିଲା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର(bjp spokes person sambit patra)ଙ୍କ ଅଡୁଆ । ସମ୍ବିତଙ୍କ ବିରୋଧରେ ଏତଲା ଦାୟର କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀର ତିସହଜାରି କୋର୍ଟ (Tis hazari court)। ଅଧିକ ପଢନ୍ତୁ

video against kejriwal: ସମ୍ବିତ ପାତ୍ରଙ୍କ ବିରୋଧରେ ଏତଲା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମ୍ପର୍କିତ ଏକ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଟ୍ବିଟର ଆକାଉଣ୍ଟରେ ବିବାଦୀୟ ଭିଡିଓ ପୋଷ୍ଟ କରି ବିବାଦ ପରିସରକୁ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର (bjp spokes person sambit patra)। ଏନେଇ ସମ୍ବିତ ପାତ୍ରଙ୍କ ବିରୋଧରେ ଏତଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ତିସହଜାରି କୋର୍ଟ । APP ପକ୍ଷରୁ ଦାୟର ମାମଲାର ଶୁଣାଣି କରି ମହାନଗର ନିଗମ ମାଜିଷ୍ଟ୍ରେଟ ରିଷଭ କପୁର ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି ।

ଏହି ବିବାଦୀୟ ଭିଡିଓ ପୋଷ୍ଟ କରିବା ପରେ ଆମ୍ ଆଦମୀ ପାର୍ଟି (AAP) ମୁଖପାତ୍ର ଅତିସ ମାର୍ଲେନା ବିଜେପି ନେତା ସମ୍ବିତଙ୍କ ବିରୋଧରେ ପିଟିସନ ଦାୟର କରିଥିଲେ । ଏହି ପିଟିସନରେ ଦର୍ଶାଯାଇଛି ଯେ, ସମ୍ବିତ ପାତ୍ର ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ କୃଷକମାନଙ୍କ ସହ ଜଡିତ ଏକ ମିଥ୍ୟା ତଥା ଉତ୍ତେଜନା ସୃଷ୍ଟିକାରୀ ଭିଡିଓ ପୋଷ୍ଟ କିରଥିଲେ । ଯାହା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଭାବମୂର୍ତ୍ତି ଖରାପ କରିବା ସହ ସାମାଜିକ ଅଶାନ୍ତି ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରଖିଛି ବୋଲି ଆବେଦନରେ ଦର୍ଶାଯାଇଥିଲା ।

ଆବେଦନରେ ଦର୍ଶାଯାଇଛି ଯେ, ଫେବୃଆରୀ ୨ ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ପୋଲିସ ଷ୍ଟେସନରେ ଆପ କର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଏତଲା ଦାୟର କରିବା ପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଫଳରେ ଦିଲ୍ଲୀର ତିସହଜାରୀ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଆପ ନେତା ତଥା ମୁଖପାତ୍ର ଅତିସ ମାର୍ଲେନା । ତେବେ ଘଟଣାକୁ ଗମ୍ଭୀରତରା ସହ ନେଇ ସମ୍ବିତଙ୍କ ବିରୋଧରେ ଏତଲା ପଞ୍ଜୀକରଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.