ETV Bharat / bharat

Contentious Social Media post: ଗିରଫ ପରେ ଜାମିନ ପାଇଲେ ପ୍ରଫେସର ରତନ ଲାଲ

ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଚ କରି ଗିରଫ ହୋଇଥିବା ପ୍ରଫେସର ରତନ ଲାଲଙ୍କୁ ମିଳିଲା ଜାମିନ । ମଙ୍ଗଳବାର ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

contentious social media post: ଗିରଫ ପରେ ଜାମିନ ପାଇଲେ ପ୍ରଫେସର ରତନ ଲାଲ

author img

By

Published : May 21, 2022, 8:39 PM IST

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଚ କରି ଗିରଫ ହୋଇଥିବା ଦିଲ୍ଲୀ ବିଶ୍ବବିଦ୍ୟାଳୟ ହିନ୍ଦୁ କଲେଜର ଆସୋସିଏଟ ପ୍ରଫେସର ରତନ ଲାଲଙ୍କୁ ମିଳିଲା ଜାମିନ । 50 ହଜାର ବଣ୍ଡ ବିନିମୟରେ ଦିଲ୍ଲୀର ତିସ ହଜାରୀ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଜାରି ରହିଥିବା ଜ୍ଞାନବ୍ୟାପୀ ମସଜିଦ ବିବାଦ ଓ ସେଠାରେ ମିଳିଥିବା ଶିବଲିଙ୍ଗକୁ ନେଇ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ପ୍ରଫେସର ରତନ ଲାଲ ।

ମଙ୍ଗଳବାର ରାତିରେ ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ରତନ ଲାଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ତାଙ୍କ ବିରୋଧରେ IPC ଧାରା 153-A ଏବଂ ଧାରା 295-A ଅନୁସାରେ ମାମଲା ରୁଜୁ କରିବା ସହ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସାଇବର ସେଲ । ତେବେ ଆଜି ତାଙ୍କୁ କୋର୍ଟରେ ଜାହର କରାଯିବା ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.