ETV Bharat / bharat

ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଆତଙ୍କବାଦୀ ଆରିଜଙ୍କୁ ଫାଶୀଦଣ୍ଡ

2008 ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ଆରିଜ ଖାନକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀ କୋର୍ଟ । କୋର୍ଟ ଏହାକୁ ବିରଳରୁ ଅତି ବିରଳ ମାମଲା ବୋଲି ବିବେଚନା କରିଛନ୍ତି । ଅଧିକ ପଢନ୍ତୁ...

ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଆତଙ୍କବାଦୀ ଆରିଜଙ୍କୁ ଫାଶୀଦଣ୍ଡ
ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଆତଙ୍କବାଦୀ ଆରିଜଙ୍କୁ ଫାଶୀଦଣ୍ଡ
author img

By

Published : Mar 15, 2021, 6:58 PM IST

ନୂଆଦିଲ୍ଲୀ: ପୋଲିସ ଅଧିକାରୀ ମୋହନ ଚନ୍ଦ ଶର୍ମା ଓ 2008 ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ଆରିଜ ଖାନକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀ କୋର୍ଟ । କୋର୍ଟ ଏହାକୁ ବିରଳରୁ ଅତି ବିରଳ ମାମଲା ବୋଲି ବିବେଚନା କରିଛନ୍ତି ।

ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ ସହ ଜଡିତ ଖାନକୁ ମୃତ୍ୟୁ ଦଣ୍ଡ ଦେବାକୁ ଅନୁରୋଧ କରିଥିଲା ପୋଲିସ । ପୋଲିସ ପକ୍ଷରୁ କୁହାଯାଇଛି ଯେ ଏହା କେବଳ ହତ୍ୟାର ମାମଲା ନୁହେଁ, ବରଂ ନ୍ୟାୟର ରକ୍ଷା କରୁଥିବା ପୋଲିସ ଅଧିକାରୀଙ୍କ ଜଘନ୍ୟ ହତ୍ୟାର ମାମଲା ।

ସେପଟେ ଆରିଜ ଖାନ ପକ୍ଷରୁ ଲଢୁଥିବା ଆଇନଜୀବୀ କୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶ ରାୟର ବିରୋଧ କରିଥିଲେ । ପରେ ବିଚାରପତି ସନ୍ଦୀପ ଯାଦବ ଏହି ମାମଲାରେ ଦଣ୍ଡାଦେଶକୁ ସଂରକ୍ଷିତ ରଖିଥିଲେ ।

2008ରେ ବାଟଲା ହାଉସ ଏନକାଉଣ୍ଟର ସମୟରେ ପୋଲିସ ଅଧିକାରୀ ଶର୍ମାଙ୍କ ହତ୍ୟା ଓ ଅନ୍ୟ ଅପରାଧ ପାଇଁ ଆରିଜ ଖାନକୁ 8 ମାର୍ଚ୍ଚରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଅଦାଲତ କହିଥିଲେ, ଏହା ପ୍ରମାଣିତ ହୋଇଛି କି ଆରିଜ ଖାନ ଓ ତାର ସାଥି ପୋଲିସ ଅଧିକାରୀଙ୍କ ଉପରେ ଗୁଳି ଚଳାଇ ତାଙ୍କର ହତ୍ୟା କରିଥିଲେ ।

2008, ଦକ୍ଷିଣ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ବାଟଲା ହାଉସ ଏନକାଉଣ୍ଟର ସମୟରେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲର ନିରୀକ୍ଷକ ଶର୍ମାଙ୍କ ହତ୍ୟା କରାଯାଇଥିଲା । ଏହି ମାମଲାରେ ଜୁଲାଇ 2013ରେ ଅଦାଲତ ଇଣ୍ଡିଆନ ମୁଜାହିଦ୍ଦିନର ଆତଙ୍କବାଦୀ ଶହଜାଦ ଅହମଦକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ।

ଏହି ରାୟ ବିରୋଧରେ ଅହମଦର ଅପିଲ ହାଇକୋର୍ଟରେ ଏବେ ବି ରହିଛି । ଆରିଦଜ ଖାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ତାକୁ ପଳାତକ ଘୋଷଣା କରିଥିଲା ପୋଲିସ । ହେଲେ ପରେ 14 ଫେବୃଆରୀ 2018ରେ ପୋଲିସ ହାତରେ ଧରା ପଡିଥିଲା ଆରିଜ । ସେବେଠୁ ଆରିଜ ବିରୋଧରେ ଚାଲିଥିଲା ମମଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.