ନୂଆଦିଲ୍ଲୀ: ଦେଶରେ କୋରୋନା ତଣ୍ଡବ ରଚିଛି । ଦେଶରେ ମହାମାରୀର ତୃତୀୟ ଲହର ପାଇଁ ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଉଚ୍ଚସ୍ତରୀୟ ବୈଠକ କରିବେ । ମଧ୍ୟାହ୍ନ 12ଟାରେ ଏହି ବୈଠକ ଜାରି ରହିଛି ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି ବୈଠକରେ ଦିଲ୍ଲୀ ଡେପୁଟି ସିଏମ ମନୀଶ ସିସୋଦିଆ, ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ଏବଂ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ । ବର୍ତ୍ତମାନ ଦେଶରେ ଚିହ୍ନଟ ହୋଇଥିବା ସିଙ୍ଗାପୁର ଭ୍ୟାରିଏଣ୍ଟ ଚିନ୍ତାର କାରଣ ପାଲଟିଛି । ଏହି ଭ୍ୟାରିଏଣ୍ଟ ଶିଶୁମାନଙ୍କ ପାଇଁ ଅଧିକ କ୍ଷତିକାରକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଏହା ସହିତ କୋଭିଡ 19ର ନୂଆ ସିଙ୍ଗାପୁର ଭ୍ୟାରିଏଣ୍ଟ ନେଇ ସିଙ୍ଗାପୁର ସରକାରଙ୍କୁ ଦୋଷ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯାହାକୁ ସିଙ୍ଗପୁର ସରକାର ପ୍ରତ୍ୟାଖାନ କରିଛନ୍ତି । ସିଙ୍ଗାପୁରରୁ କୌଣସି ବିମାନ ଭାରତକୁ ଆସୁନାହିଁ । ବର୍ତ୍ତମାନ କିଛି ଅସୁବିଧା ନାହିଁ । କେବଳ ବନ୍ଦେ ଭାରତ ଅଧୀନରେ ଭାରତକୁ ବିମାନ ଚଳାଚଳ ହେବ ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
@ANI