ETV Bharat / bharat

ବିଷାକ୍ତ ହେଉଛି ଦିଲ୍ଲୀର ବାୟୁ ଗୁଣବତ୍ତା - ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ

ଦିନକୁ ଦିନ ବିଗିଡିବାରେ ଲାଗିଛି ଦିଲ୍ଲୀର ବାୟୁ ଗୁଣବତ୍ତା । ଦିଲ୍ଲୀର ଏପରି ପ୍ରଦୂଷଣରେ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ । ଅଧିକ ପଢନ୍ତୁ...

ବିଗିଡିବାରେ ଲାଗିଛି ଦିଲ୍ଲୀର ବାୟୁ ଗୁଣବତ୍ତା
ବିଗିଡିବାରେ ଲାଗିଛି ଦିଲ୍ଲୀର ବାୟୁ ଗୁଣବତ୍ତା
author img

By

Published : Dec 25, 2020, 8:14 AM IST

Updated : Dec 25, 2020, 10:03 AM IST

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡିବାରେ ଲାଗିଛି ଦିଲ୍ଲୀର ବାୟୁ ଗୁଣବତ୍ତା । ଲଗାତାର ତୃତୀୟ ଥର ପାଇଁ ଗୁରୁତର ସ୍ତରରେ ରହିଛି ଦିଲ୍ଲୀ ବାୟୁ ଗୁଣବତ୍ତା । ପ୍ରଦୂଷଣର ଏପରି ସ୍ତର ଦିଲ୍ଲୀବାସୀଙ୍କୁ ସଙ୍କଟରେ ପକାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଦିନକୁ ଦିନ ବିଶାକ୍ତ ହେଉଛି ଦିଲ୍ଲୀ ବାୟୁ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ ଦିଲ୍ଲୀର 24 ଘଣ୍ଟାରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ଗୁରୁବାର ଦିନ 4ଟା ସମୟରେ 423ରେ ପହଞ୍ଚିଛି, ଯାହା ବୁଧବାରର 433 ତୁଳନାରେ ସାମାନ୍ୟ ଭଲ କିନ୍ତୁ ମଙ୍ଗଳବାରର 418 ତୁଳନାରେ ବହୁତ ଖରାପ । ଏହା ପୂର୍ବରୁ ଦିଲ୍ଲୀର ବାୟୁ ଗୁଣବତ୍ତା ଶେଷଥର ପାଇଁ ଡିସେମ୍ବର 5ରେ ଭୟଙ୍କର ସ୍ତରରେ ରହିଥିଲା ।

ଦିଲ୍ଲୀର ଅନେକ ବାୟୁ ଗୁଣବତ୍ତା ମନିଟରିଂ ଷ୍ଟେସନରେ ଆର.କେ ପୁରମ, ଆଲିପୁର, ଆଇଟିଓ, ରୋହିଣୀ, ଚହଲା ବାୱନା, ମୁଣ୍ଡକା ଏବଂ ଆନନ୍ଦ ବିହାରରେ ହାରାହାରି ବାୟୁ ସୂଚକାଙ୍କ ଗୁରୁବାର ଦିନ 450ରୁ ଅଧିକ ରହିଥିଲା। ପଡୋଶୀ ସହର ଗାଜିଆବାଦ 440, ନୋଏଡା 441, ଫରିଦାବାଦ 408ରେ ଏତିକି ଆକଳନ ହୋଇଥିବା ବେଳେ ଗୁରୁଗ୍ରାମରେ ବାୟୁ ଅତ୍ୟନ୍ତ ଖରାପ ରହିଥିଲା ।

ନିକଟରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତରରେ ବୃଦ୍ଧି ଘଟିବା ସହ ସହରରେ କଡ଼ା ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ପାଳନ କରାଯିବାକୁ ନିଶ୍ଚିତ ସିଏକ୍ୟୁଏମ ବୁଧବାର ସରକାରୀ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛି। ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀ 2ପର୍ଯ୍ୟନ୍ତ ହଟ୍ ମିକ୍ସ ପ୍ଲାଣ୍ଟ ଏବଂ ପଥର କ୍ରସ୍ ବନ୍ଦ ରଖିବାକୁ ସିପିସିବି ନିର୍ଦ୍ଦେଶ ଜାରି କରିଛି। ତେବେ ଦିଲ୍ଲୀ ପରିବେଶର ଏପରି ସ୍ଥିତିରେ ଦିଲ୍ଲୀବାସୀଙ୍କ ସ୍ବାସ୍ଥ୍ୟବସ୍ଥା ବି ଦୁନକୁ ବିଗିଡିବାରେ ଲାଗିଛି ।

ବ୍ୟୁରୋ ରପୋର୍ଟ, ଇଟିଭି ଭାରତ

Last Updated : Dec 25, 2020, 10:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.