ETV Bharat / bharat

Delhi Air Quality: ଆଜି ବି ନିମ୍ନସ୍ତରରେ ବାୟୁ ଗୁଣବତ୍ତା

author img

By

Published : Dec 18, 2022, 3:43 PM IST

ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଆଜି ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୨୨ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

Delhi Air Quality
ଦିଲ୍ଲୀର ବାୟୁ ଗୁଣାବତ୍ତା

ନୂଆଦିଲ୍ଲୀ: ସୁଧୁରୁନି ରାଜଧାନୀ ଦିଲ୍ଲୀର ବାୟୁ ଗୁଣାବତ୍ତା । ଗତ ଦୀପାବଳିଠାରୁ ବାୟୁର ଗୁଣାବତ୍ତା ନିମ୍ନମାନର ରହୁଛି । ଜାତୀୟ ରାଜଧାନୀ ବାୟୁ ପ୍ରଦୂଷଣର ମାତ୍ରା ପୁଣି ବୃଦ୍ଧି ହେଉଥିବା ବେଳେ ଚିନ୍ତାରେ ରହିଛନ୍ତି ଦିଲ୍ଲୀବାସୀ । ଆଜି(ରବିବାର) ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି (Delhi Air Quality index dips to Very Poor) । ଏନେଇ ସିଷ୍ଟମ୍‌ ଅଫ୍‌ ଏୟାର କ୍ବାଲିଟି ଆଣ୍ଡ୍‌ ୱେଦର୍‌ ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା(Air Quality Index) ୩୨୨ ରେକର୍ଡ କରାଯାଇଛି ।

ସୂଚନା ଅନୁସାରେ, ଆଜି ଦିଲ୍ଲୀ ୟୁନିଭର୍ସିଟି ଅଞ୍ଚଳରେ ବାୟୁ ଗୁଣାବତ୍ତା ୩୩୩, ନୋଏଡାରେ ୩୪୮ ଏବଂ ପୁଶାରେ ଏହାର ମାନ ୩୧୫ ରେକର୍ଡ କରାଯାଇଛି । ପ୍ରକାଶଥାଉ କି, ଲୋଧି ରୋଡ ଏବଂ ମଥୁରା ରୋଡ୍‌ରେ ମଧ୍ୟ ବାୟୁ ଗୁଣାବତ୍ତା ଖରାପ ସ୍ଥିତିରେ ରହିଥିଲା । ଲୋଧି ରୋଡରେ ୩୦୦ ଏବଂ ଗୁରୁଗ୍ରାମରେ ୨୬୬ ରେକର୍ଡ କରାଯାଇଛି ।
ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ ୦-୫ ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ ଓ ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । ୨୦୧-୩୦୦ ଖରାପ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ ୪୦୧-୫୦୦ ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ । ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି," ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବାରୁ ଡିଜେଲ ଚାଳିତ କମର୍ସିଆଲ ଟ୍ରକ ଚଳାଚଳ ବନ୍ଦ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇଯାଉଥିବା ଟ୍ରକ ଓ ସିଏନଜି କିମ୍ବା ଇଲେକ୍ଟ୍ରିକ ପରିଚାଳିତ ହେଉଥିବା ଗାଡିଗୁଡିକୁ ଦିଲ୍ଲୀ ରାସ୍ତାରେ ଯାତାୟତ କରୁଛି । ତଥାପି ଦିଲ୍ଲୀ ବାୟୁରୋ ସୁଧାର ଆସୁନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.