ETV Bharat / bharat

ବୃଦ୍ଧି ପାଉଛି ଦିଲ୍ଲୀ ବାୟୂ ପ୍ରଦୂଷଣର ମାତ୍ରା

author img

By

Published : Feb 18, 2021, 10:46 AM IST

ଦିନକୁ ଦିନ ବିଗୁଡୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ଦିଲ୍ଲୀ ଏନସିଆରରେ ଗୁରୁବାର ବାୟୁ ପ୍ରଦୂଷଣର ସ୍ତର 300 ରହିଛି । ସକାଳ 8ଟାରେ ଦିଲ୍ଲୀ ଏୟାର କ୍ବାଲିଟି ଇଣ୍ଡେକ୍ସରେ 312 ପଏଣ୍ଟ ରହିଛି । ଅଧିକ ପଢନ୍ତୁ...

ବୃଦ୍ଧି ପାଉଛି ଦିଲ୍ଲୀ ବାୟୂ ପ୍ରଦୂଷଣର ମାତ୍ରା
ବୃଦ୍ଧି ପାଉଛି ଦିଲ୍ଲୀ ବାୟୂ ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ଦିଲ୍ଲୀ ଏନସିଆରରେ ଗୁରୁବାର ବାୟୁ ପ୍ରଦୂଷଣର ସ୍ତର 300 ରହିଛି । ସକାଳ 8 ଟାରେ ଦିଲ୍ଲୀ ଏୟାର କ୍ବାଲିଟି ଇଣ୍ଡେକ୍ସରେ 312 ପଏଣ୍ଟ ରହିଛି । ଯାହାକି ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ଗତି କରୁଛି । ଏହାସହ ଦିଲ୍ଲୀର ସର୍ବାଧିକ ପ୍ରଦୂଷିତ ଅଞ୍ଚଳମାନଙ୍କ ମଧ୍ୟ ଚାନ୍ଦିନୀଚୌକ ଏବଂ ଆଇଟିଓ ବୋଲି ଜଣାପଡିଛି । ଏଠାରେ ବାୟୁର ଗୁଣବତ୍ତା ଯତାକ୍ରମେ 372 ଏବଂ 412 ପଏଣ୍ଟ ରହିଛି । ଯାହା ଚିନ୍ତାର ବିଷୟ ପାଲଟିଛି ।

ଆଗକୁ ଆହୁରି ପ୍ରଦୂଷଣର ମାତ୍ରା ବଢିବାର ଆଶଙ୍କା ରହିଛି । ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ସ୍ତର ବୃଦ୍ଧି ପାଉଥିବା ଦେଖି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ହାଲୁକା ଧରଣର ବର୍ଷା ହେଲେ ବାୟୁ ପ୍ରଦୂଷଣ କମିବାରେ ସମ୍ଭାବନା ରହିଛି ।

ଶୀତରୁ ବଞ୍ଚିବା ପାଇଁ ବହୁ ସଂଖ୍ୟକ ଲୋକେ ମଧ୍ୟ ସକାଳୁ ନିଆଁ ପୁଉଁଛନ୍ତି । ଏହି କାରଣରୁ ନିର୍ଗତ ଧୂଆଁରୁ ପ୍ରଦୂଷଣର ମାତ୍ରା ମଧ୍ୟ ବଢୁଛି । ଆଜିକାଲି ରାଜଧାନୀ ଦିଲ୍ଲୀରେ ପବନର ବେଗ ମଧ୍ୟ ସ୍ୱାଭାବିକଠାରୁ କମ୍ ରହିଛି । ଯାହାର ସ୍ପଷ୍ଟ ପ୍ରଭାବ ପ୍ରଦୂଷଣର ସ୍ତର ଉପରେ ପ୍ରଭାବିତ ପକାଉଛି ।

ବିଭିନ୍ନ ସ୍ଥାନରେ ବାୟୁପ୍ରଦୂଷଣର ସ୍ଥିତି-

ଡିଟିୟୁ 348
ଆଇଟିଓ 412
ଜହାଙ୍ଗୀରପୁର 369
ଲୋଧି ରୋଡ 256
ମନ୍ଦିର ମାର୍ଗ 298
ମୁଣ୍ଡକା 342
ଦ୍ବାରକା 362
ନଜଫଗଡ଼ 204
ନରେଲା 304
ରୋହିଣୀ 309

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.