ETV Bharat / bharat

Delhi air pollution: ବିଷ ବଳୟରେ ଦିଲ୍ଲୀ, 10 ଯାଏଁ ସ୍କୁଲ ଛୁଟି

author img

By ETV Bharat Odisha Team

Published : Nov 5, 2023, 12:03 PM IST

ଜାତୀୟ ରାଜଧାନୀରେ ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାକୁ ଲାଗିଛି । ଅଣନିଶ୍ବାସୀ ହୋଇଛନ୍ତି ରାଜଧାନୀବାସୀ । ଏ ନେଇ ନଭେମ୍ବର 10 ତାରିଖ ଯାଏଁ ଦିଲ୍ଲୀରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି । ଅଧିକ ପଢ଼ନ୍ତୁ

Delhi air pollution
Delhi air pollution

ନୂଆଦିଲ୍ଲୀ: ବିଶ ବଳୟରେ ଦିଲ୍ଲୀ ଏନ୍‌ସିଆର୍‌ । ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ବାୟୁ ପ୍ରଦୂଷଣ ସଙ୍କଟ ସୃଷ୍ଟି କରିଛି । ଦିଲ୍ଲୀ ଏନସିଆରର ବାୟୁ ଲଗାତାର ବିଷାକ୍ତ ହୋଇ ଚାଲିଛି । ଅଣନିଶ୍ବାନୀ ହୋଇଛନ୍ତି ରାଜଧାନୀବାସୀ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁସାରେ ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ସ୍ତର ଗମ୍ଭୀର ବିଭାଗରେ ରହିଛି । ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 500 ରହିଛି । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆସନ୍ତା 10 ତାରିଖ ଯାଏଁ ଦିଲ୍ଲୀରେ ସ୍କୁଲ ଛୁଟି ଘୋଷଣା ହୋଇଛି ।

  • As pollution levels continue to remain high, primary schools in Delhi will stay closed till 10th November.

    For Grade 6-12, schools are being given the option of shifting to online classes.

    — Atishi (@AtishiAAP) November 5, 2023 " class="align-text-top noRightClick twitterSection" data=" ">

ଉଦବେଗଜନକ ସ୍ଥିତିରେ ରହିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି । ଧୂଆଁମୟ ହୋଇଛି ରାଜଧାନୀ । ଗୋଟିଏ ମିଟର ଦୂର ଯାଏଁ କିଛି ଦେଖା ଯାଉନାହିଁ । ପ୍ରଦୂଷଣର ଏକ ଆସ୍ତରଣ ଜମିଛି । ନିଶ୍ବାସ ପ୍ରଶ୍ବାସ ନେଇ ପାରୁ ନାହାନ୍ତି ରାଜଧାନୀବାସୀ । ଘରୁ ବାହାରିବା ଏକ ପ୍ରକାର ମସ୍କିଲ ହୋଇଛି । ଚର୍ମ, ଆଖି, ନାକରେ ଜ୍ବଳନ ହେଉଛି । ସ୍ଥିତିକୁ ନଜରରେ ରଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା 10 ତାରିଖ ଯାଏଁ ଦିଲ୍ଲୀରେ ପ୍ରାଥମିକ ସ୍କୁଲ ବନ୍ଦ ରହିବ । ଷଷ୍ଠରୁ ଦ୍ବାଦଶ ଶ୍ରେଶୀ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ହୋଇଛି । ଅନଲାଇନ ପାଠପଢା ପାଇଁ ନେଇ ବିକଳ୍ପ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଶୁକ୍ରବାର ଓ ଶନିବାର ସ୍କୁଲ ବନ୍ଦ ଘୋଷଣା କରିଥିଲେ ସରକାର । ଆସନ୍ତା 10 ତାରିଖ ଯାଏଁ ପ୍ରାଥମିକ ସ୍କୁଲ୍‌ ଛୁଟି ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ।

ଏହା ବି ପଢନ୍ତୁ...Delhi Air Pollution: ବିଷ ବଳୟରେ ରାଜଧାନୀ, ଦେଖାଯାଉନି ରାସ୍ତାଘାଟ

ଏହା ପୂର୍ବରୁ ଶୁକ୍ରବାର ଓ ଶନିବାର ଦିଲ୍ଲୀର ସମସ୍ତ ପ୍ରାଥମିକ ସ୍କୁଲ୍‌ ଦୁଇ ଦିନ ବନ୍ଦ ରହିଥିଲା । ପ୍ରଦୂଷଣରେ ସୁଧାର ଆସିବା ପରିବର୍ତ୍ତେ ବିଗିଡ଼ିଥିଲା । ଏହାପରେ ପୁଣି ସ୍କୁଲ୍‌କୁ ନଭେମ୍ବର 10 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଦିଲ୍ଲୀରେ ଅନେକ ସ୍ଥାନରେ ଏୟାର କ୍ବାଲିଟି 500 ଟପିଛି । ଦିଲ୍ଲୀର ଅଶୋକ ବିହାରରେ ଏକ୍ୟୁଆଇ 999 ରେକର୍ଡ ହୋଇଛି । ଶହହରା ଓ ଜାହାଙ୍ଗୀରପୁରୀରେ ସ୍ଥିତି ଗମ୍ଭୀର ରହିଛି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ୍ୟୁଆଇ 571, ଧିରପୁରରେ 542, ନୋଏଡାରେ 576 ଏବଂ ଗୁରୁଗ୍ରାମରେ 512 ରେକର୍ଡ ହୋଇଛି ।

ଦିଲ୍ଲୀରେ ଦିନକୁ ଦିନ ସ୍ଥିତି ବିଗିଡାବାକୁ ଲାଗିଛି । ଦିନ ତମାମ କୁହୁଡ଼ି ଭଳି ଛାଇ ରହୁଛି । ଏକ୍ୟୁଆଇ ସମ୍ପର୍କରେ ଡାକ୍ତର ଅରବିନ୍ଦ କୁମାର କହିଛନ୍ତି, 400-500 ଏକ୍ୟୁଆଇଯୁକ୍ତ ବାୟୁ 25ରୁ 30ଟି ସିଗାରେଟ ଧୂଆ ଭଳି ବିଷାକ୍ତ । ଏହାର ପ୍ରଭାବ ସବୁ ବର୍ଗର ଲୋକଙ୍କ ପାଇଁ କ୍ଷତିକାରକ । ଗର୍ଭବତୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.