ETV Bharat / bharat

ସିଆଚିନ ଗ୍ଲେସିୟର ସେନା ବେସରେ ଲାଗିଲା ସୋଲାର ସିଷ୍ଟମ

ସିଆଚିନରେ ଥିବା ସେନା ବେସରେ ପ୍ରତିଷ୍ଠା ହେଲା ସୌର ଶକ୍ତି ପ୍ରଣାଳୀ । ଉତ୍ପାଦିତ ହୋଇପାରିବ ଏକ ମେଗାଓ୍ବାଟ ବଜୁଳି ଶକ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଲେ ହସ୍ତାନ୍ତର । ହ୍ରାସ ପାଇବ ଡିଜେଲ ନିର୍ଭରତା । ପ୍ରଭାବୀ ହୋଇପାରିବ ଚୀନର ଗତିବିଧି ଉପରେ ନଜର ରଖିବା । ଅଧିକ ପଢନ୍ତୁ

ସିଆଚୀନ ଗ୍ଲେସିୟରରେ ଥିବା ସେନା ବେସରେ ସୋଲାର ସିଷ୍ଟମ, ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Aug 16, 2022, 5:01 PM IST

ଶ୍ରୀନଗର: ଭାରତୀୟ ସେନାର ସର୍ବୋଚ୍ଚ ଉଚ୍ଚତାରେ ଥିବା ସେନା ବେସ ସିଆଚିନରେ ଲାଗିଲା ସୋଲାର ସିଷ୍ଟମ । ଆଜି ଏକ ମେଗାଓ୍ବାଟ ବିଜୁଳି ଉତ୍ପାଦନ କ୍ଷମତା ବିଶିଷ୍ଟ ସୋଲାର ସିଷ୍ଟମରେ ଏହି ସେନା ବେସରେ ପ୍ରତିଷ୍ଠା କରାଯାଇଛି । ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାକୁ ହସ୍ତାନ୍ତର କରିଛନ୍ତି । ଏହି ସୋଲାର ସିଷ୍ଟମକୁ ସେନାର ଇଞ୍ଜିନିୟରିଂ କ୍ରପ ୟୁନିଟ (Corps of Engineers ) ବିକଶିତ କରିଛନ୍ତି । ଅତ୍ୟନ୍ତ ପ୍ରତିକୂଳ ପାଗ, ଖୁବ କମ ଭିଜିବିଲିଟି ଓ ପ୍ରବଳ ଥଣ୍ଡାରେ ଉକ୍ତ ସ୍ଥାନରେ ଭାରତୀୟ ସେନାକୁ ସର୍ବଦା ଶକ୍ତି ସଙ୍କଟର ସାମ୍ନା କରିବାକୁ ପଡୁଥିଲା ।

ସିଆଚିନ ଗ୍ଲେସିୟରରେ ଥିବା ସେନା ବେସରେ ସୋଲାର ସିଷ୍ଟମ, ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ

ଉଭୟ ପାକିସ୍ତାନ ଓ ଚୀନ ସୀମା ସହ ଲାଗିଥିବା ଏହି ଉଚ୍ଚତମ ଯୁଦ୍ଧକ୍ଷେତ୍ରରେ ସେନାର ନିୟମିତ ଅପରେସନ ପାଇଁ ପୂର୍ବରୁ ଡିଜେଲ ଏକମାତ୍ର ଇନ୍ଧନ ଭାବେ ବ୍ୟବହାର ହୋଇ ଆସୁଥିଲ । ତେବେ ଏବେ ଏକ ମେଗାଓ୍ବାଟ ବିଜୁଳି ଉତ୍ପାଦନକାରୀ ସୌରଶକ୍ତି ପ୍ରଣାଳୀ (solar power project) ବ୍ୟବସ୍ଥିତ ହେବା ପରେ ସେନା ପାଇଁ ଶକ୍ତି ସଙ୍କଟ ରହିବ ନାହିଁ ।

ଖୁବ ଗୁରୁତୂପୂର୍ଣ୍ଣ ବିଚାର କରାଯାଉଥିବା ସିଆଚିନର ଗୁରୁତ୍ବ ଗଲଓ୍ବାନ ହିଂସା ପରେ ଆହୁରି ବଢିଛି । ଭାରତ ମଧ୍ୟ ତାର ପୂର୍ବ ରଣନୀତିରେ ପରିବର୍ତ୍ତନ କରି ସୁରକ୍ଷାକୁ କଡାକଡି କରିବାରେ ଲାଗିଛି । ଅନ୍ୟପଟେ ଡ୍ରାଗନ ମଧ୍ୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଏକାଧିକ ବହୁମୁଖୀ ବ୍ୟବହାର ଯୋଗ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଲାଗିଛି । ଏପରି ସ୍ଥଳେ ସିଆଚୀନରେ ଥିବା ଭାରତୀୟ ସେନା ବେସରେ ଶକ୍ତି ସଙ୍କଟ ଦୂର କରିବା ପାଇଁ ଅତ୍ୟାଧୁନିକ ସୋଲାର ସିଷ୍ଟମ ବ୍ୟବସ୍ଥା କରିବା ବେସ ଉପାଦେୟ ସାବ୍ୟସ୍ତ ହେବ । ଏହି ଏକ ମେଗାଓ୍ବାଟ ବିଜୁଳି ଉତ୍ପାଦନ କାରୀ ସିଷ୍ଟମ ଏବେ ସେନା ପାଇଁ ଡିଜେଲର ନିର୍ଭରତାକୁ କିଛି ମାତ୍ରାରେ ଦୂର କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.