ETV Bharat / bharat

Defence Expo postponed: ଘୁଞ୍ଚିଲା ପ୍ରତିରକ୍ଷା ପ୍ରଦର୍ଶନୀ-2022

author img

By

Published : Mar 4, 2022, 3:49 PM IST

ଭାରତରେ ହେବାକୁ ଥିବା ଏସିଆ ମହାଦେଶର ସର୍ବବୃହତ ସାମରିକ ପ୍ରଦର୍ଶନୀ ତଥା ଡିଫେନ୍ସ ଏକ୍ସପୋ-୨୦୨୨କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ଅଧିକ ପଢନ୍ତୁ

ଘୁଞ୍ଚିଲା Defence Expo 2022
ଘୁଞ୍ଚିଲା Defence Expo 2022

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଏସିଆ ମହାଦେଶର ସର୍ବବୃହତ ସାମରିକ ପ୍ରଦର୍ଶନୀ ତଥା ଡିଫେନ୍ସ ଏକ୍ସପୋ-୨୦୨୨କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ଆଜି ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି । ତେବେ ଏହି ମେଗା ସାମରିକ ପ୍ରଦର୍ଶନୀ ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଗାନ୍ଧୀନଗର ଅନୁଷ୍ଠିତ ହୋଇଥାନ୍ତା ।

ଲଜିଷ୍ଟିକ୍ ସମସ୍ୟା କାରଣରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଘୁଞ୍ଚାଇଛନ୍ତି । ଏଥିସହ କେଉଁ ତାରିଖରୁ ପୁଣି ଏହା ଅନୁଷ୍ଠିତ ହେବ ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି । ତେବେ ଏହି ୧୨ତମ ଡିଫେନ୍ସ ଏକ୍ସପୋରେ ଏସିଆ ମହାଦେଶର ବହୁତ ରାଷ୍ଟ୍ର ଯୋଗ ଦେଇଥାନ୍ତେ ।

ସେହିଭଳି ଏଥିରେ ୯୩୦ ଅଂଶଗ୍ରହଣକାରୀ ଏଥିରେ ଭାଗ ନେବା ପାଇଁ ପଞ୍ଜୀକରଣ କରିଥିଲେ । ଏଥିସହ କିଛି ଦିନ ତଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଏକ୍ସପୋର ପ୍ରସ୍ତୁତି ନେଇ ବୈଠକ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.