ETV Bharat / bharat

Bihar Hooch Tragedy: ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି

author img

By

Published : Dec 15, 2022, 12:38 PM IST

Updated : Dec 16, 2022, 1:04 PM IST

ଛପରା ଜିଲ୍ଲାର ସାରଣ ଅଞ୍ଚଳରେ ମଦ ମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Bihar hooch tragedy
Bihar hooch tragedy

ପାଟନା: ବଢିବାରେ ଲାଗିଛି ବିହାରରେ ମଦ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି ହୋଇଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ୧୮ଜଣ ଛପରା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ରହିଛି ।

ଗତ ବୁଧବାର ବିହାରର ଛପରା ଜିଲ୍ଲାର ସାରଣ ଅଞ୍ଚଳରେ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ଏସପି ସନ୍ତୋଷ କୁମାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି (Action In Chapra Poisonous Liquor Case) । ଏସଆଇ ରିତେଶ ମିଶ୍ର ଏବଂ କନଷ୍ଟେବଳ ବିକାଶ ତିୱାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି (SI and chowkidar suspended in chapra) ।

ଏହା ମଧ୍ୟ ପଢନ୍ତୁ-Bihar hooch tragedy: ମୃତ୍ୟୁ ସଂଖ୍ୟା 20କୁ ବୃଦ୍ଧି, ବିଧାନସଭାରେ ଉତ୍ତେଜିତ ହେଲେ ନୀତିଶ କୁମାର

୮୩ ମଦ ବ୍ୟବସାୟୀ ଗିରଫ

ଏହି ଘଟଣା ପରେ ମାଢୋରା ଡିଏସପିଙ୍କ ନେତୃତ୍ୱରେ ଏସପି ସନ୍ତୋଷ କୁମାର ଏକ ଦଳ ଗଠନ କରି ଛପରାରେ ବେଆଇନ ମଦ ବ୍ୟବସାୟୀଙ୍କୁ ଗିରଫ କରିବାକୁ ତଦନ୍ତ ଜାରି ରଖିଛନ୍ତି । ଏହା ବ୍ୟତୀତ ଆଉ ଦୁଇଟି ଦଳ ମଧ୍ୟ ଗଠନ କରାଯାଇଛି । ମଶ୍ରକ ଏବଂ ଇସୁପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨୬ ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ପୋଲିସର ଚଢାଉ ପରେ ମଦ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପସିଛି ।

ଚଳିତ ବର୍ଷ ଅଗଷ୍ଟରେ ମଧ୍ୟ ମାଧୋରା ଏବଂ ମଶ୍ରକରେ ମଦ୍ୟପାନ ଯୋଗୁଁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା । ଗତକାଲି ଘଟିଥିବା ଏହି ଘଟଣାକୁ ନେଇ ମଧ୍ୟ ପୋଲିସର କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଷାକ୍ତ ମଦ୍ୟ ପାନ ଯୋଗୁଁ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୧୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ଜାନୁଆରୀ ୨୦୨୨ରେ, ବିହାରର ବକ୍ସର, ସାରଣ ଏବଂ ନାଳନ୍ଦା ଜିଲ୍ଲାରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ସବୁ ଘଟଣା ଦେଖିଲେ ବିବାହରେ ମଦ କାରବାର ନିଷେଧ କରିବା କେତେ ସଫଳ ହୋଇଛି ତାହା ସ୍ପଷ୍ଟ ବାରି ହୋଇପଡୁଛି ।

ଗତ ବୁଧବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ନୀତିଶ ସରକାରଙ୍କ ମଦ ବ୍ୟାନ ନିଷ୍ପତ୍ତିକୁ ଟାର୍ଗେଟ କରିଥିଲେ ବିରୋଧୀ ବିଜେପି ସଦସ୍ୟ । ଆଲୋଚନା ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉତ୍ତେଜିତ ହୋଇପଡିଥିଲେ । ବିଜେପି ସଦସ୍ୟଙ୍କୁ ଟାର୍ଗେଟ କରି ନୀତିଶ କହିଥିଲେ ମଦ ନିଷେଧକୁ ସେତେବେଳେ ବିଜେପି ସଦସ୍ୟ ସମର୍ଥନ କରିଥିଲେ । ଏବେ ପୁଣି କ’ଣ ହେଲା ବୋଲି ପ୍ରଶ୍ନ କରିଥିଲେ ନୀତିଶ । ନୀତିଶଙ୍କ ଏପରି ଉତ୍ତେଜିତ ବ୍ୟବହାର ପାଇଁ ବିରୋଧୀ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

Last Updated : Dec 16, 2022, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.