ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ 1621 ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ଶିକ୍ଷକଙ୍କ ପରିବାରକୁ 1 କୋଟି କ୍ଷତିପୂରଣ ଦେବା ସହିତ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦେବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗତ ରବିବାର ଦାବି କରିଛନ୍ତି ।
ସେମାନେ ନିଜ କର୍ତ୍ତବ୍ୟ କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବାରୁ ରାଜ୍ୟ ସରକାର ସେମାନଙ୍କ ପରିବାରକୁ ଏହି କ୍ଷତିପୂରଣ ଦେବା ନିହାତି ଆବଶ୍ୟକ ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ଏହି ସମସ୍ତ କ୍ଷତିପୂରଣ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କଲେ ଏହା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ଟ୍ବିଟ ଯୋଗେ କହିଛନ୍ତି । ସେପଟେ କୋରୋନା ମହାମାରୀ ଦ୍ବିତୀୟ ଲହର ପାଇଁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା 1621 ଶିକ୍ଷକ ପ୍ରାଣ ହରାଇଥିବା ପ୍ରାଥମିକ ଶିକ୍ଷା ସଂଘର ସଭାପତି ଦିନେଶ ଚନ୍ଦ୍ରା ଶର୍ମା କହିଛନ୍ତି। ଏହି ମୃତକଙ୍କ ମଧ୍ୟରୁ 90 ପ୍ରତିଶତ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ରହିଥିଲେ ।
ତେବେ ସେ ମଧ୍ୟ କ୍ଷତିପୂରଣ ବାବଦକୁ 1 କୋଟି ସହାୟତା ରାଶି ଦେବା ପାଇଁ ଦାବି କରିଥିଲେ । ରାଜ୍ୟ ପ୍ରାଥମିକ ଶିକ୍ଷାମନ୍ତ୍ରୀ ଶତିଶ ଚନ୍ଦ୍ରା ଦ୍ବିବେଦୀଙ୍କ କହିବା ମୁତାବକ ନିର୍ବାଚନ ପାଇଁ ଶିକ୍ଷକଙ୍କ ମୃତ୍ୟୁ ଘଟିନଥିବା ବେଳେ କେବଳ 3 ଜଣ ଶିକ୍ଷକଙ୍କ କୋଭିଡ ଜନିତ ମୃତ୍ୟୁ ଘଟିଥିବା ସେ କହିଛନ୍ତି ।
@PTI