ETV Bharat / bharat

ଛତିଶଗଡରେ ଚାଞ୍ଚଲ୍ୟ: ଗୋଟିଏ ପରିବାରରୁ 5 ଜଣଙ୍କ ମୃତଦେହ ଉଦ୍ଧାର

ଛତିଶଗଡର ରାଜଧାନୀ ରାୟପୁରରେ ଚାଞ୍ଚଲ୍ୟ । ଗୋଟିଏ ପରିବାରରୁ 5 ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ଛତିଶଗଡର ଗୋଟିଏ ପରିବାରରୁ 5ଟି ମୃତଦେହ ଉଦ୍ଧାର

author img

By

Published : Nov 17, 2020, 5:31 PM IST

Updated : Nov 17, 2020, 5:45 PM IST

ରାୟପୁର: ଛତିଶଗଡରେ ଚାଞ୍ଚଲ୍ୟ । ଗୋଟିଏ ପରିବାରରୁ 5ଟି ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

ଗୋଟିଏ ପରିବାରରୁ 5 ଜଣଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ ଛତିଶଗଡର ରାଜଧାନୀ ରାୟପୁରସ୍ଥିତ ଅଭନପୁର କେନ୍ଦ୍ରୀ ଗାଁର ଏକ ପରିବାରରୁ 5 ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗାଁର କମଳେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପରିବାରରୁ 5ଟି ମୃତଦେହ ଉଦ୍ଧାର କରାଯାଇଛି । ଘରର ଏକ କଠୋରୀରୁ କମଲେଶଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ଏକ କଠୋରୀରୁ କମଲେଶଙ୍କ ମାଆ, ପତ୍ନୀ ଏବଂ ଦୁଇ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ଏମାନଙ୍କ ମୁହଁରେ ଧଳାରଙ୍ଗର ଦାଗ ଦେଖିବାକୁ ମିଳିଛି, ଯାହା ବିଷ ପିଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମଟମ ପାଇଁ ପଠାଇଛି । ତେବେ ମାମଲାଟି ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ମୃତ୍ୟୁର କାରଣ ମଧ୍ୟ ଜଣାପଡିନାହିଁ । ପୋଷ୍ଟମଟମ୍ ରିପୋର୍ଟ ଆସିବା ପରେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 17, 2020, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.