ETV Bharat / bharat

ପାଟିରେ ଅକ୍ସିଜେନ ଦେଇ ମା' ଜୀବନ ବଞ୍ଚାଇଲା ଝିଅ

author img

By

Published : May 2, 2021, 2:56 PM IST

ମାଆର ଜୀବନ ବଞ୍ଚାଇବାକୁ ପାଟି ଦ୍ବାରା ଅକ୍ସିଜେନ ଯୋଗାଇଲା ଝିଅ । ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...

ମା'ର ଜୀବନ ବଞ୍ଚାଇଲା ଝିଅ
ମା'ର ଜୀବନ ବଞ୍ଚାଇଲା ଝିଅ

ଲକ୍ଷ୍ନୌ: ମାଆର ଜୀବନ ବଞ୍ଚାଇଲା ଝିଅ । ଅକ୍ସିଜେନ ଅଭାବରୁ ମାଆର ନିଶ୍ବାସ ନେବାରେ କଷ୍ଟ ହୋଇଥିଲା । ମାଆର ଜୀବନ ବଞ୍ଚାଇବାକୁ ଝିଅ ପାଟି ଦ୍ବାରା ମାଆକୁ ଅକ୍ସିଜେନ ଦେଇଥିଲେ । ଯାହାର ଭିଡଓ ଭାଇରାଲ ହୋଇଛି ।

ମା'ର ଜୀବନ ବଞ୍ଚାଇଲା ଝିଅ

ଶନିବାର ଉତ୍ତରପ୍ରଦେଶରେ ବହରାଇଚ ଜଣେ ରୋଗୀଙ୍କୁ ତାଙ୍କ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ମହିଳାଜଣଙ୍କୁ ଅକ୍ସିଜେନ ନ ମିଳିବାରୁ ତାଙ୍କ ଝିଅ ତାଙ୍କ ଜୀବନ ବଞ୍ଚାଇବାକୁ ପାଟି ଦ୍ବାରା ଅକ୍ସିଜେନ ଦେଇଥିଲେ । ଏହି ସମୟରେ କେହି ଜଣେ ଏହି ଘଟଣାର ଭିଡିଓ କରି ନେଇଥିଲେ । ଯାହା ଭାଇରାଲ ହେବାରେ ଲାଗିଛି ।

ଭିଡିଓ ଭାଇରାଲ ହେବା ପରେ ଡାକ୍ତରଖାନାରେ ହଇଚଇ ସୃଷ୍ଟି ହୋଇଥିଲା । ଡାକ୍ତରଖାନାରେ ଅକ୍ସିଜେନ ନ ମିଳିବାରୁ ଡାକ୍ତରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅନ୍ୟ ଏକ ଡାକ୍ତରଖାନରେ ତାଙ୍କ ଚିକିତ୍ସା ଚାଲିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.