ETV Bharat / bharat

ଜନ୍ମଦାତ୍ରୀକୁ ତଣ୍ଟି ଚିପି ହତ୍ୟା, ମୃତଦେହ ସୁଟକେସରେ ଧରି ଥାନାରେ ପହଞ୍ଚିଲା ଝିଅ

କର୍ଣ୍ଣାଟକରେ ବୀଭତ୍ସ ହତ୍ୟା। ମାଆକୁ ହତ୍ୟା ପରେମୃତଦେହ ସୁଟକେସରେ ଧରି ଥାନାରେ ଆତ୍ମସମର୍ପଣ କଲା ଝିଅ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 13, 2023, 1:22 PM IST

ବେଙ୍ଗାଲୁରୁ: ନୃଶଂସ, ବର୍ବର, ଅମାନୁଷିକ । ଜନ୍ମଦାତ୍ରୀ ପ୍ରତି ନୃଶଂସ ପାଲଟିଗଲା ଜନ୍ମିତ ସନ୍ତାନ । 10 ମାସ 10 ଦିନ ଗର୍ଭରେ ରଖି ଜନ୍ମ ଦେଇଥିବା ଝିଅ ମାଆ ପ୍ରତି ପାଲଟିଗଲା ପାସାଣ । ଶାଶୁ ସହ ବଚସା ହେବାରୁ ମାଆକୁ ନିଦ ବଟିକା ଦେଇ ଜୀବନ ନେଲା ଝିଅ । ତଣ୍ଟି ଚିପି ହତ୍ୟା କରିବା ପରେ ସୁଟ୍‌କେସରେ ମୃତଦେହ ଧରି ପୋଲିସ ଷ୍ଟେସନରେ କଲା ଆତ୍ମ ସମର୍ପଣ । ଏଭଳି ହତ୍ୟାକାଣ୍ଡ ଘଟିଛି ବେଙ୍ଗାଲୁରୁରେ । ମୃତ ମହିଳା ହେଉଛନ୍ତି 70 ବର୍ଷୀୟ ବିଭା ପାଲୁ । ତାଙ୍କ ଝିଅ ହେଉଛନ୍ତି ସେନାଲି ।

ଅଧିକ ପଢନ୍ତୁ-ମାତ୍ର 100 ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ: ସୁରଟରେ ଓଡିଆ ଯୁବକଙ୍କୁ ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ସେନାଲି ମାଷ୍ଟର ଅଫ୍ ଫିଜିଓଥେରାପି ପାଠ ପଢିଥିବା ବେଳେ ସେ ବିବାହିତ ଏବଂ ତାଙ୍କର ଏକ ପୁଅ ମଧ୍ୟ ରହିଛି । ଗତ 6ବର୍ଷ ହେଲା କୋଲକାତାର ଏକ ମିକୋ ଲେଆଉଟର ଏକ ଆପାର୍ଟମେଣ୍ଟରେ ରହୁ ଆସୁଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ତାଙ୍କ ମାଆଙ୍କୁ ନିଜ ପାଖରେ ଆଣି ରଖିଥିଲେ । ସେନାଲିଙ୍କ ଶାଶୁ ଓ ତାଙ୍କ ମାଆ ଗୋଟିଏ ଘରେ ରହୁଥିବା ବେଳେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ଲାଗି ରୁହେ । ଏହାକୁ ନେଇ ସେନାଲି ସବୁଦିନ ଚିନ୍ତାରେ ରହୁଥିଲେ । ଶେଷରେ ନିଜ ମାଆକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲେ ।

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ! ପୋଲିସର ତନାଘନା

ଗତକାଲି ସେନାଲି ତାଙ୍କ ମାଆଙ୍କୁ ରାତି ସମୟରେ ଏକ ନିଦ ବଟିକା ଖାଇବାକୁ ଦେଇଥିଲେ । ଏହାପରେ ବିଳମ୍ବିତ ରାତିରେ ତାଙ୍କ ମାଈଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହି ସମୟରେ ସେ ତାଙ୍କ ଝିଅଙ୍କୁ ଡାକିଥିଲେ । କିନ୍ତୁ ସେନାଲ ମାଆଙ୍କୁ ଡାକ୍ତରଖାନାନ ନେବା ପରିବର୍ତ୍ତେ ତଣ୍ଟିଚିପି ହତ୍ୟା କରିଥିଲେ । ଏହାପରେ ନିଜ ବାପାଙ୍କ ଫଟୋ ସହ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରିଥିଲେ । ପରେ ଏକ କ୍ୟାବ୍‌ ବୁକ କରି ମୃତଦେହକୁ ଧରି ମିକୋ ଲେଆଉଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସେ ମାଆଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।

ପୋଲିସ ମହିଳାଙ୍କ ମୁହଁରୁ ପୁରା ଘଟଣା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ଏହି ଘଟଣାରେ ମହିଳାଙ୍କ ଶାଶୁ ଓ ସ୍ବାମୀଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ । ବଚସାକୁ ନେଇ ସେ ମାଆଙ୍କୁ ହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାର ତଦନ୍ତ କରିବ ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.