ETV Bharat / bharat

ଛତିଶଗଡ଼ରେ ଭାଙ୍ଗୁଛି ମାଓଗଡ଼: ୮ ନକ୍ସଲଙ୍କ ଆତ୍ମସମର୍ପଣ, ୪ ଗିରଫ

author img

By ETV Bharat Odisha Team

Published : Sep 3, 2023, 5:47 PM IST

ଛତିଶଗଡ ଦନ୍ତେୱାଡା ପୋଲିସକୁ ମିଳିଛି ବଡ ସଫଳତା । ଏଠାରେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୪ଗିରଫ । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲ ରହିଥିବା ବି ସୂଚନା ମିଳିଛି । ଅଧିକ ପଢନ୍ତୁ

ଛତିଶଗଡ ଦନ୍ତେୱାଡା ପୋଲିସକୁ ବଡ ସଫଳତା , ୮ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୪ଗିରଫ

ଛତିଶଗଡ: ଓଡିଶା-ଛତିଶଗଡ ସୀମା ଅଞ୍ଚଳରେ ସବୁବେଳେ ନକ୍ସଲମାନଙ୍କ ଏବଂ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଥାଏ । ଛତିଶଗଡ଼ ଦନ୍ତେୱାଡା ଜିଲ୍ଳାରେ ନକ୍ସଲମାନେ ସବୁବେଳେ ନିଜର ଦବଦବା ଜାହିର ରଖିଥାଆନ୍ତି । ଏଠାରେ ନକ୍ସଲମାନଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ବହୁ ସୁରକ୍ଷାକର୍ମୀଙ୍କ ଜୀବନ ଯାଇଥିଲା କିନ୍ତୁ ଗତ ଶୁକ୍ରବାର ଦିନ ଛତିଶଗଡ ଦନ୍ତେୱାଡା ପୋଲିସକୁ ମିଳିଛି ବଡ ସଫଳତା । ୮ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଦନ୍ତେୱାଡା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲ ଥିବା ଜଣା ପଡିଛି । ସେହିଭଲି ଗତ ଶନିବାର ଦିନ ସୁରକ୍ଷା କର୍ମୀଙ୍କ ପାଟ୍ରୋଲିଂ ବେଳେ ସମୟରେ ଆଉ 4 ଜଣ ନକ୍ସଲଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟା ଆଜି(ରବିବାର) ଦନ୍ତେୱାଡା ଏସ୍‌ପି ଗୌରଭ ରାୟ କହିଛନ୍ତ, "ଗତ ଶୁକ୍ରବାର ଦିନ ୮ ଜଣ ନକ୍ସଲ ଦନ୍ତେୱାଡା ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ସେମନେ ଆଗରୁ ବହୁ ନକ୍ସଲ କାର୍ଯ୍ୟକଳାପରେ ଜଡିତ ଥିବା ସୂଚନା ମିଳିଛି । ଏହି ନକ୍ସଲମାନେ କାଟେକାଲିଆନ ଅଞ୍ଚଳରେ ରାସ୍ତା ଖୋଳିବା ସହ ପୋଷ୍ଟର ବ୍ୟାନର ଲଗାଇବା ଘଟଣାରେ ସମ୍ପୃକ୍ତ ଥିବା ଜଣା ପଡିଛି । ଗତ ଶନିବାର ଦିନ ଛତିଶଗଡ଼ ପୋଲିସ, ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ବସ୍ତର ଫାଇଟ୍ ଫୋର୍ସର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆରାନପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଗୋଣ୍ଡେରା ଗ୍ରାମ ନିକଟ ଜଙ୍ଗଲରୁ ଆଉ 4 ଜଣ ନକ୍ସଲ ଗିରଫ ହୋଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ..ନିର୍ବାଚନ ପୂର୍ବରୁ ନକ୍ସଲ ଭୟ, ପଡୋଶୀ ମାଓବାଦୀଙ୍କ ପାଇଁ ଚିନ୍ତାରେ ପୋଲିସ

ଗତ ଶନିବାର ଦିନ ଛତିଶଗଡ଼ ପୋଲିସକୁ ଖବର ଆସିଥିଲା ଦନ୍ତେୱାଡା ଜିଲ୍ଳାର ପୋଟାଲି, କାକାଡି ଏବଂ ଗୋଣ୍ଡେରା ଅଞ୍ଚଳରେ ନକ୍ସଲମାନଙ୍କ କାର୍ଯ୍ୟକଳାପ ଜାରି ରହିଛି । ଯାହାଫଳରେ ଛତିଶଗଡ଼ ପୋଲିସ, ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ବସ୍ତର ଫାଇଟ୍ ଫୋର୍ସର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇ ପଳାଇଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ସୁରକ୍ଷା କର୍ମୀ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଗିରଫ ହୋଇଥିବା 4 ଜଣ ନକ୍ସଲ ହେଉଛନ୍ତି ରାବା ମୁକା (25), ମୁକା କଲମୁ (23), ହିଦମା ରାବା (32) ଏବଂ ମାଧବୀ ଭୀମା (30) ବୋଲି ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.