ETV Bharat / bharat

ଦାନ୍ତେୱାଡାରେ ଏନକାଉଣ୍ଟର, କୁଖ୍ୟାତ ନକ୍ସଲ ସନ୍ତୋଷ ମର୍କମ ନିହତ - ସନ୍ତୋଷ ମର୍କମ

ଛତିଶଗଡର ଦାନ୍ତେୱାଡା ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ ସନ୍ତୋଷ ମର୍କମର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଦନ୍ତେୱାଡାରେ ନିହତ ହେଲା କୁଖ୍ୟାତ ନକ୍ସଲ ସନ୍ତୋଷ ମର୍କମଦନ୍ତେୱାଡାରେ ନିହତ ହେଲା କୁଖ୍ୟାତ ନକ୍ସଲ ସନ୍ତୋଷ ମର୍କମ
ଦନ୍ତେୱାଡାରେ ନିହତ ହେଲା କୁଖ୍ୟାତ ନକ୍ସଲ ସନ୍ତୋଷ ମର୍କମ
author img

By

Published : Jun 27, 2021, 9:54 PM IST

ରାୟପୁର: କୁଖ୍ୟାତ ନକ୍ସଲ ସନ୍ତୋଷ ମର୍କମର ଏନକାଉଣ୍ଟର । DRG ଯବାନଙ୍କ ଗୁଳିରେ ପ୍ରାଣ ହରାଇଛି କୁଖ୍ୟାତ ନକ୍ସଲ ନେତା । ଏହି ନକ୍ସଲ ମୁଣ୍ଡପିଛା 5 ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ରବିବାର ପୋରଦେମ ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସନ୍ତୋଷର ମୃତ୍ୟୁ ଘଟିଛି । ତେବେ ଏ ସମ୍ପର୍କରେ SP ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।

କୋଟେମ ଓ ନୀଲାବୟା ଜଙ୍ଗଲରେ ନକ୍ସଲ ଥିବା ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା । ସୂଚନା ମିଳିବା ମାତ୍ରେ ତୁରନ୍ତ DRG ଟିମ ସର୍ଚ୍ଚିଂ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ନକ୍ସଲ ଓ ଯବାନ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ ସନ୍ତୋଷର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ପିସ୍ତଲ ଓ ଅନ୍ୟ ସାମଗ୍ରୀ ପୋଲିସ ଜବତ କରିଛି ।

ସନ୍ତୋଷ ନାମରେ 25ରୁ ଅଧିକ ମାମଲା ରହିଥିଲା । 2018 ମସିହା ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ବିସ୍ଫୋରଣରେ 3 ଜଣ ଯବାନ ଶହୀଦ ହୋଇଥିବା ବେଳେ ଦୂରଦର୍ଶନ ଚ୍ୟାନେଲର ଜଣେ କ୍ୟାମେରା ମ୍ୟାନଙ୍କ ମୃତ୍ୟୁ ଘଟିଥିଲା । ସନ୍ତୋଷ ଏହି ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଥିଲା । ଏହି ଘଟଣା ସହିତ ଅନ୍ୟ ମାମଲାରେ ପୋଲିସ ସନ୍ତୋଷକୁ ଖୋଜୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.