ETV Bharat / bharat

ଶିକ୍ଷକଙ୍କ ମାଡରେ ଦଳିତ ଛାତ୍ରର ମୃତ୍ୟୁ ! ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

author img

By

Published : Sep 27, 2022, 10:14 AM IST

ଉତ୍ତର ପ୍ରଦେଶରେ ଅଭାବନୀୟ ଘଟଣା । ଶିକ୍ଷକଙ୍କ ନିସ୍ତୁକ ମାଡରେ 18 ଦିନ ହସ୍ପିଟାଲରେ ପଡିବା ପରେ ଆଖି ବୁଜିଲା ଛାତ୍ର (dalit student died due to beating of teacher)। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ କରୁଛି ତଦନ୍ତ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଅଧିକ ପଢନ୍ତୁ

ଶିକ୍ଷକଙ୍କ ମାଡରେ ଦଳିତ ଛାତ୍ରର ମୃତ୍ୟୁ ! କଲେଜରେ ଉତ୍ତେଜନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଔରେୟା ଜିଲ୍ଲା ଅଖଲଦା ଥାନା ଅଞ୍ଚଳରେ ଶିକ୍ଷକଙ୍କ ମାଡରେ ଜଣେ ଦଳିତ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି (dalit student died due to beating of teacher)। ସ୍ଥାନୀୟ ଆଦର୍ଶ ଇଣ୍ଟର କଲେଜର ଜଣେ 10ମ ଶ୍ରେଣୀ ଛାତ୍ରଙ୍କୁ କିଛି ଭୁଲ ଉତ୍ତର ଲେଖିବା କାରଣରୁ ସମ୍ପୃକ୍ତ କଲେଜର ଜଣେ ଶିକ୍ଷକ ନିସ୍ତୁକ ମାଡ ମାରିଥିଲେ । ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । 18 ଦିନ ଧରି ଗମ୍ଭୀର ଅବସ୍ଥାରେ ଚିକିତ୍ସାଧୀନ ରହିବା ପରେ ସୋମବାର ସମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଛାତ୍ରଙ୍କ (dalit student died in UP) ପରିବାର ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

କ’ଣ ଥିଲା ପୁରା ଘଟଣା:-

ଶିକ୍ଷକଙ୍କ ମାଡରେ ଦଳିତ ଛାତ୍ରର ମୃତ୍ୟୁ ! ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଜିଲ୍ଲାର ଅଖଲଦା ପୋଲିସ ଷ୍ଟେସନ ଅନ୍ତର୍ଗତ କସବା ଫାଫୁଦ ରୋଡରେ ଥିବା ଆଦର୍ଶ ଇଣ୍ଟର କଲେଜର 10ମ ଶ୍ରେଣୀର ଛାତ୍ର ଥିଲେ ସ୍ଥନୀୟ ବୈଶାଳୀ ଗାଁର 15 ବର୍ଷୀୟ ନିଖିତ କୁମାର । ନିଖିତଙ୍କ ପିତାଙ୍କ ଠାରୁ ମିଳିଥିବା ଅଭିଯୋଗ ଅନୁସାରେ, ସେପ୍ଟେମ୍ବର 7 ତାରିଖରେ ଉକ୍ତ କଲେଜରେ ସାମାଜିକ ବିଜ୍ଞାନ ଶିକ୍ଷକ ଥିବା ଅଶ୍ୱିନୀ ସିଂ ଶ୍ରେଣୀରେ ହୋଇଥିବା ପରୀକ୍ଷାରେ କିଛି ଭୁଲ ଉତ୍ତର ଲେଖିବା କାରଣରୁ ନିଖିତଙ୍କୁ ନିସ୍ତୁକ ମାଡ ମାରି ଗୁରୁତର କରିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଥିଲା । ସମ୍ପୃକ୍ତ ଶିକ୍ଷକ କିଛି ଦିନ ପର୍ଯ୍ୟନ୍ତ ନିଖିତର ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ପରେ ଆଉ ଫୋନ୍‌ ଉଠାଇ ନଥିଲେ । 18 ଦିନ ଧରି ହସ୍ପିଟାଲରେ ଚିକିତ୍ସାଧିନ ରହିବା ପରେ ଗତକାଲି ସମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା:-

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉତ୍ତେଜିତ ଲୋକେ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଥିଲା । ଛାତ୍ରଙ୍କ ମୃତଦେହ ଘରେ ପହଞ୍ଚିବା ପରେ ପରିବାର ସଦସ୍ୟ ଏବଂ ଭୀମ ଆର୍ମୀ କାର୍ଯ୍ୟକର୍ତ୍ତାମାନେ ଆଦର୍ଶ ଇଣ୍ଟର କଲେଜ ବାହାରେ ପ୍ରତିବାଦ କରିବା ସହ ରାସ୍ତାରୋକ କରିଥିଲେ । ମୃତ ଛାତ୍ରକୁ ନ୍ୟାୟ ଦେବା ପାଇଁ 7 ଦଫା ଦାବି ରଖିଥିଲେ ଆନ୍ଦୋଳନକାରୀ ଗ୍ରାମବାସୀ । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଉତ୍ତେଜନା ବୃଦ୍ଧି ପାଇଥିଲା । ସ୍ଥାନୀୟ ଲୋକେ ଓ ପୋଲିସ ମୁହାଁମୁହିଁ ହେବା ସହ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ ।

ପରେ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ପହଞ୍ଚିବା ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା । କାନପୁର ରେଞ୍ଜ ଆଇ.ଜି ପ୍ରଶାନ୍ତ କୁମାର ସ୍ଥାନୀୟ ଡି.ଏମ ପ୍ରକାଶ ଚନ୍ଦ୍ର ଶ୍ରୀବାସ୍ତବ, ଏସ.ପି ଚାରୁ ନିଗମ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଛି । ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ତଦନ୍ତ ଆରମ୍ଭ ହୋଇଛି । ଫଳାଫଳ ଆଧାରରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.