ETV Bharat / bharat

ପଟିଆଲା ଜେଲ୍‌ରେ ବନ୍ଧୁ ମିଳନ, ଗୋଟିଏ ବାରାକରେ ଅଛନ୍ତି ସିଦ୍ଧୁ-ଦଲେର ମେହେନ୍ଦୀ

author img

By

Published : Jul 16, 2022, 1:06 PM IST

ପଟିଆଲା ଜେଲ୍‌ରେ ଏକାଠି ଅଛନ୍ତି ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଓ ନବଜୋତ ସିଂ ସିଦ୍ଧୁ । ଅଧିକ ପଢନ୍ତୁ

ପଟିଆଲା ଜେଲ୍‌ରେ ବନ୍ଧୁ ମିଳନ, ଗୋଟିଏ ବାରାକରେ ଅଛନ୍ତି ସିଦ୍ଧୁ-ଦଲେର ମେହେନ୍ଦୀ
ପଟିଆଲା ଜେଲ୍‌ରେ ବନ୍ଧୁ ମିଳନ, ଗୋଟିଏ ବାରାକରେ ଅଛନ୍ତି ସିଦ୍ଧୁ-ଦଲେର ମେହେନ୍ଦୀ

ଚଣ୍ଡୀଗଡ: ପଟିଆଲା ଜେଲରେ ବନ୍ଧୁ ମିଳନ । ଜେଲ୍‌ର ଗୋଟିଏ ବାରାକରେ ଅଛନ୍ତି କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଏବଂ ରାଜନେତା ନବଜୋତ ସିଂ ସିଦ୍ଧୁ । ସିଦ୍ଧୁ ଓ ଏବଂ ଦଲେର ବହୁତ ପୁରୁଣା ବନ୍ଧୁ ଅଟନ୍ତି । ସେମାନଙ୍କୁ ଅନେକ ଥର ବିଭିନ୍ନ ଟିଭି ସୋ'ରେ ଏକାଠି ଦେଖିବାକୁ ମିଳିଛି । ରୋଡ ରେଜ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସିଦ୍ଧୁ ପୂର୍ବରୁ ପଟିଆଲା ଜେଲରେ ଥିବାବେଳେ ନିକଟରେ ଦଲେର ମେହେନ୍ଦୀଙ୍କ ନୂଆ ଠିକଣା ମଧ୍ୟ ଏହି ଜେଲ୍ ପାଲଟିଛି । ମାନବ ଚାଲାଣ ମାମଲାରେ ତାଙ୍କୁ ଜେଲ୍ ପଠାଯାଇଛି । ବଡକଥା ହେଉଛି, ସେମାନଙ୍କୁ ଏବେ ଜେଲ୍‌ର ସମାନ ବାରାକରେ ରଖାଯାଇଥିବା ଏକ ମିଡିଆ ରିପୋର୍ଟରୁ ଏହା ଜଣାପଡିଛି ।

୨୦୦୩ ମସିହାରେ ମାନବ ଚାଲାଣ ମାମାଲାରେ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିଛି । ଦଲେର ମେହନ୍ଦୀଙ୍କ ଭାଇ ସମଶେର ସିଂହ ମଧ୍ୟ ଦଣ୍ଡିତ ହୋଇଛନ୍ତି । ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା ଲାଗୁ ହୋଇଛି । ଏହି କଣ୍ଠଶିଳ୍ପୀଙ୍କ ବିରୁଦ୍ଧରେ ୨୦୦୩ ମସିହାରେ ଆମେରିକାରେ ମାମଲା ରୁଜୁ ହୋଇଥିଲା ।

ସେହିପରି ୩ ଦଶନ୍ଧି ପୁରୁଣା ଅର୍ଥାତ ୧୯୮୮ ମସିହା ରୋଡ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୧୯୮୮ ମସିହାର ସିଦ୍ଧୁ ଜଣେ ସାଧାରଣ ଲୋକକୁ ପାର୍କିଙ୍ଗକୁ ନେଇ ପଟିଆଲରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣର କିଛି ଦିନ ପରେ ସେହି ବ୍ୟକ୍ତିଙ୍କ ମୃତ୍ୟ ପରେ ସିଦ୍ଧୁଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୨୦୧୮ ମସିହାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର ସଜ୍ଜା ଶୁଣାଇଥିଲେ ।

ମାତ୍ର ସୁପ୍ରିମକୋର୍ଟ କେବଳ ଜୋରିମାନା ଦଣ୍ଡାଦେଶ ଦେଇ ଛାଡିଦେଇଥିଲେ । ପୀଡିତଙ୍କ ପରିବାର ମାମଲାର ପୁନଃ ବିଚାର ତଥା ଦଣ୍ଡାଦେଶ ବଢାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ଏହାପରେ ସୁପ୍ରିମକୋର୍ଟ ଶୁଣାଣିରେ ନିଜ ରାୟରେ ପରିବର୍ତ୍ତନ କରି ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.