ETV Bharat / bharat

ଆଦାନିଙ୍କର ହେଲିକପ୍ଟରରେ ମୁମ୍ବାଇ ଆସିଲା ସାଇରସ ମିସ୍ତ୍ରୀଙ୍କ ମୃତଦେହ

author img

By

Published : Sep 4, 2022, 11:04 PM IST

ଦୁର୍ଘଟଣାରେ ଟାଟା ଗ୍ରୁପର ପୂର୍ବତନ ମୁଖ୍ୟ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ । ନାଭି ମୁମ୍ବାଇର ଏକ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ଗୌତମ ଆଦାନିଙ୍କ ହେଲିକପ୍ଟର ଯୋଗେ ସାଇରସ ମିସ୍ତ୍ରୀଙ୍କର ମୃତଦେହକୁ ମୁମ୍ବାଇ ଅଣାଯାଇଛି । ଅଧିକ ପଢ଼ନ୍ତୁ

ଆଦାନିଙ୍କର ହେଲିକପ୍‌ଟରରେ ମୁମ୍ବାଇ ଆସିଲା ସାଇରସ ମିସ୍ତ୍ରୀଙ୍କ ମୃତଦେହ

ମୁମ୍ବାଇ: ଗୌତମ ଆଦାନିଙ୍କର ହେଲିକପ୍‌ଟର ଯୋଗେ ସାଇରସ ମିସ୍ତ୍ରୀଙ୍କର ମୃତଦେହକୁ ମୁମ୍ବାଇ ଅଣାଯାଇଛି । ଦୁର୍ଘଟଣାରେ ଟାଟା ଗ୍ରୁପର ପୂର୍ବତନ ମୁଖ୍ୟ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ପାଲଘର ଅନ୍ତର୍ଗତ ଚିରୋଟି ନିକଟରେ କାର ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଛି ।

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିବା ବେଳେ ପାଲଘର ଜିଲ୍ଲା ଚିରୋଟି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ରାତି ପ୍ରାୟ ୩.୧୫ ସମୟରେ ଏକ ଡିଭାଇଡରକୁ ଧକ୍କା ଦେବାରୁ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୂର୍ଯ୍ୟ ନଦୀ ଉପରେ ଥିବା ଏକ ବ୍ରିଜରେ ଏହି ଦୁର୍ଘଟଣା ଘଟିଛି ।

ପୋଲିସ ଏହାର ତଦନ୍ତ ଜାରି ରଖିଥିବାବେଳେ, ଏଥିରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ସେମାନଙ୍କଠାରୁ ଅଧିକ ସୂଚନା ନିଆଯିବ ବୋଲି ପୋଲିସ କହିଛି । ସାଇରସ ମିସ୍ତ୍ରୀଙ୍କ ମୃତଦେହ ନାଭି ମୁମ୍ବାଇର ଏକ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଥିଲା । ଏହାପରେ ମୃତଦେହ ଗୌତମ ଆଦାନୀଙ୍କ ହେଲିକପ୍ଟର ଯୋଗେ ମୁମ୍ବାଇକୁ ଆଣି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.