ETV Bharat / bharat

Cyrus Mistry accident: କାର ଚଳାଉଥିବା ମହିଳା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Nov 5, 2022, 10:33 PM IST

ଟାଟା ସନ୍ସ ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ହେବା ମାମଲାରେ କାର ଚଳାଉଥିବା ମହିଳା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ । ଦୃତ ଗତି ଓ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିବା ପରେ ମାମଲା ରୁୁଜୁ କଲା ମହାରାଷ୍ଟ୍ର ପାଲଘର ପୋଲିସ (Case of rash driving filed in Cyrus Mistry accident)। ଅଧିକ ପଢନ୍ତୁ

Cyrus Mistry accident: କାର ଚଳାଉଥିବା ମହିଳା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ
Cyrus Mistry accident: କାର ଚଳାଉଥିବା ମହିଳା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଟାଟା ସନ୍ସ ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟଣାରେ ଦାଏର ହୋଇଛି ମାମଲା । ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରଟିକୁ ଉକ୍ତ ଦିନ ଚଳାଉଥିବା ମିସ୍ତ୍ରୀଙ୍କ ସହଯୋଗୀ ଡ.ଅନାହିତା ପାଣ୍ଡୋଲେଙ୍କ ବିରୋଧରେ ମାମଲା ଦାଏର କରିଛି ମହାରାଷ୍ଟ୍ରର ପାଲଘର ପୋଲିସ (Case of rash driving filed in Cyrus Mistry accident)। ଦୁର୍ଘଟଣା ଦିନ ଡ.ଅନାହିତା ପାଣ୍ଡୋଲେ ହିଁ କାର ଚଳାଉଥିଲେ ।

ଦୃତ ଗତିରେ ଗାଡି ଚଳାଇବା ଯୋଗୁ ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିବା ପରେ ଅନାହିତାଙ୍କ ବିରୋଧରେ ମୋଟର ଯାନ ଅଧିନିୟମ ସମେତ ଭାରତୀୟ ଦଣ୍ଡ ସଂହିତା ଧାରା 304 (କ), 279 (ସର୍ବ ସାଧାରଣ ରାସ୍ତାରେ ବେପରୁଆ ଗାଡି ଚଳାଇବା) ଓ 337 (ଜୀବନ ସୁରକ୍ଷାକୁ ବିପନ୍ନ କରି ଗାଡି ଚଳାଇବା) ପରି ଦଫାରେ ପୋଲିସ ମାମଲା ରୁଜୁ କରିଛି ।

ଚଳିତ ବର୍ଷ ସେପ୍ଟେମ୍ବର 4 ତାରିଖରେ ସାଇରସ ମିସ୍ତ୍ରୀଙ୍କ ସମେତ ମୋଟ 4ଜଣ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା । କାରଟିି ମହାରାଷ୍ଟ୍ର ପାଲଘର ନିକଟରେ ଦୃତଗତି ଯୋଗୁ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କଲଭର୍ଟରେ ପିଟି ହୋଇଥିଲା । ଘଟଣାସ୍ଥଳରେ 54 ବର୍ଷୀୟ ବିଜିନେସ ଟାଇକୁନ ସାଇରସ ମିସ୍ତ୍ରୀ ଓ ତାଙ୍କ ବନ୍ଧୁ ଜାହାଙ୍ଗୀର ପାଣ୍ଡୋଲେ ପ୍ରାଣ ହରାଇଥିଲେ । ଅନ୍ୟ ଦୁଇ ଜଣ ଯଥା କାର ଚଳାଉଥିବା ମୁମ୍ବାଇର ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା ପାଣ୍ଡୋଲେ ଏବଂ ତାଙ୍କ ତାଙ୍କ ସ୍ୱାମୀ ଡାରିୟସ ପାଣ୍ଡୋଲେ ଗୁରୁତର ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଘଟଣା ଦିନ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଓ ପୋଲିସ, ପରିବହନ ବିଭାଗର ତଦନ୍ତ ପରେ ଏହା ଏକ ଦୃତଗତିରେ ତଥା ବେପରୁଆ ଗାଡି ଚାଳନାଜନିତ ଦୁର୍ଘଟଣା ବୋଲି ଜଣାପଡିଥିବା ପୋଲିସ କହିଛି । ତେଣୁ ଉକ୍ତ କାରକୁ ଚଳାଉଥିବା ଡା.ଅନାହିତା ପାଣ୍ଡୋଲେଙ୍କ ବିରୋଧରେ ଏନେଇ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି (Case of rash driving filed in Cyrus Mistry accident)।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.