ETV Bharat / bharat

Cyclone Jawad Update: ଶନିବାର ସନ୍ଧ୍ୟାରେ ବିଶାଖାପାଟଣାରେ ପହଞ୍ଚିବ ବାତ୍ୟା ! - ବାତ୍ୟା ଜୱାଦର ଗତିପଥ

ଶନିବାର ସନ୍ଧ୍ୟାରେ ବିଶାଖାପାଟଣା ଉପକୂଳରେ ପହଞ୍ଚିବ ସାମୁଦ୍ରିକ ବାତ୍ୟା ଜୱାଦ (Cyclone Jawad) । ଏହା ପରେ ବାତ୍ୟା ଓଡିଶା ମୁହାଁ ହେବ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢିବ। ଅଧିକ ପଢନ୍ତୁ

Cyclone Jawad Update
କାଲି ସଂନ୍ଧ୍ୟାରେ ବିଶାଖପାଟଣା ଛୁଇଁବ ବାତ୍ୟା ଜୱାଦ
author img

By

Published : Dec 3, 2021, 4:33 PM IST

Updated : Dec 3, 2021, 4:43 PM IST

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପହଞ୍ଚିବ ସାମୁଦ୍ରିକ ବାତ୍ୟା ଜୱାଦ (Cyclone Jawad) । ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଆସନ୍ତାକାଲି ଅର୍ଥାତ ଶନିବାର ସନ୍ଧ୍ୟାରେ ବିଶାଖାପାଟଣା ଉପକୂଳରେ ପହଞ୍ଚିବ ସାମୁଦ୍ରିକ ବାତ୍ୟା ଜୱାଦ। ଏହା ପରେ ବାତ୍ୟା ଓଡିଶା ମୁହାଁ ହେବ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢିବ।

ସାମୁଦ୍ରିକ ବାତ୍ୟା ଜୱାଦକୁ ନେଇ ଭାରତୀୟ ପାଣିପାଗ ବିଭାଗ IMD DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଜୱାଦ ଆସନ୍ତାକାଲି ଅର୍ଥାତ ଶନିବାର ସନ୍ଧ୍ୟାରେ ବିଶାଖାପାଟଣା ଉପକୂଳରେ ପହଞ୍ଚିବ । ଉତ୍ତର ଆନ୍ଧ୍ରପ୍ରଦେଶ ବାତ୍ୟା ପହଞ୍ଚିବା ପରେ ଏହା ଦକ୍ଷିଣ ଓଡିଶା ମୁହାଁ ହେବ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢିବ । ବାତ୍ୟା ସ୍ଥଳଭାଗରେ ବାତ୍ୟାର ବେଗ କ୍ରମଶଃ ବୃଦ୍ଧି ପାଇବ ୫୦ ରୁ ୫୫ ପବନର ବେଗ ବଢି ୧୦୦ ପର୍ଯ୍ୟନ୍ତ ପବନ ରହିବ । ବାତ୍ୟା ସ୍ଥଳଭାଗ ଅତକ୍ରମବେଳେ ପ୍ରବଳ ବର୍ଷା ହେବା ସହ ବିଦ୍ୟୁତ ସେବା ଓ ଟେଲିଫୋନ ସେବା ବାଧାପ୍ରାପ୍ତ ହେବ।

ଏହାସହ ବିଶାଖାପାଟଣାର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ସୁନନ୍ଦ କହିଛନ୍ତି ଯେ ବର୍ତ୍ତମାନ ସାମୁଦ୍ରିକ ବାତ୍ୟା ଜୱାଦ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ଏହା ପରେ ବାତ୍ୟା ଜୱାଦ ଉତ୍ତର ଆନ୍ଧ୍ରପ୍ରଦେଶରେ ପହଞ୍ଚିବା ପରେ ଦକ୍ଷିଣ ଓଡିଶା ମୁହାଁ ହେବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପବନର ବେଗ ବଢିବା ସହ ପ୍ରବଳ ବର୍ଷା ହେବ।

ତେବେ ସାମୁଦ୍ରିକ ବାତ୍ୟାର ମୁକାବାଲି ପାଇଁ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ସତର୍କ କରାଯିବା ସହ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଏହା ସହ ଏନଡିଆରଏଫ ଟିମ ସହ ରାଜ୍ୟର ଅଗ୍ନିଶମ ଏବଂ ଓଡରାଫ ଟିମକୁ ନିୟୋଜିତ କରାଯାଇଛି । ଏସଆରସିଙ୍କ ସୂଚନା ଅନୁଯାୟୀ ୫ ତାରିଖ ଅର୍ଥାତ ରବିବାର ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

@ANI

Last Updated : Dec 3, 2021, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.