ETV Bharat / bharat

ସେନାରେ ସାଇବର ସୁରକ୍ଷା ଉଲ୍ଲଙ୍ଘନ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

author img

By

Published : Apr 19, 2022, 5:37 PM IST

ଭାରତୀୟ ସେନାରେ ତଥ୍ୟ ଲିକ୍‌ ଘଟଣା । ତେବେ ଗୁଇନ୍ଦା ବିଭାଗ ପକ୍ଷରୁ ସେନାରେ ସାଇବର ସୁରକ୍ଷା ଉଲ୍ଲଙ୍ଘନ(Cyber Security Breach) ଅଭିଯୋଗ ନେଇ ରିପୋର୍ଟ ଆସିବା ପରେ ସେନା ପକ୍ଷରୁ ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ସାଇବର ସୁରକ୍ଷା ଉଲ୍ଲଙ୍ଘନ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲା ସେନା

ନୂଆଦିଲ୍ଲୀ: ଭାରତୀୟ ସେନାରେ ତଥ୍ୟ ଲିକ୍‌ ଘଟଣା । ଗୁଇନ୍ଦା ବିଭାଗ ପକ୍ଷରୁ ସେନାରେ ସାଇବର ସୁରକ୍ଷା ଉଲ୍ଲଙ୍ଘନ (Cyber Security Breach) ଅଭିଯୋଗ ନେଇ ରିପୋର୍ଟ ଆସିବା ପରେ ସେନା ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଏହି ଘଟଣାରେ ସେନାର କିଛି ଅଧିକାରୀ ସାମିଲ ଥିବା ଜଣାପଡିଛି ।

କିଛି ଅଧିକାରୀ ସାଇବର ସୁରକ୍ଷା ଉଲ୍ଲଙ୍ଘନ କରିବା ସହ ପଡୋଶୀ ଦେଶକୁ ଭାରତର ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରୁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପଇଛି । ଏହାପରେ ଏହି ଘଟଣାକୁ ନେଇ ସେନାରେ ଏବେ ଧରପଗଡ ଆରମ୍ଭ ହୋଇଛି । ଏଥିରେ ସେନାର କିଛି ଅଧିକାରୀ ଶତ୍ରୁ ଦେଶ ସହ ସମ୍ପର୍କରେ ରହିଥିବା ଜଣାପଡିବା ସହ ଭାରତର ସୁରକ୍ଷା ଏବଂ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଜଣାପଡିଛି ।

ସେହିଭଳି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦେଶର ଓ ସେନାର ବହୁତ ଗୁରୁତ୍ବପୂର୍ଣ୍ଣ ତଥ୍ଯ ଏହି ଅଧିକାରୀମାନେ ହ୍ବାଟସଆପ୍‌ ଗ୍ରୁପ ମାଧ୍ୟମରେ ପଠାଉଥିଲେ । ଏଥିସହ ଏହି ଅଧିକାରୀମାନେ ପଡୋଶୀ ଦେଶର ଗୁପ୍ତଚର ସମ୍ବନ୍ଧୀୟ କାର୍ଯ୍ୟକଳାପରେ ମଧ୍ୟ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣାକୁ ସେନା ଅତ୍ୟନ୍ତ ଗୁରୁତର ଭାବେ ନେବା ସହ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷରେ ସାମରିକ ଅଧିକାରୀଙ୍କ କହିବା ଅନୁସାରେ, ଆଦେଶର ଉଲ୍ଲଂଘନ କାର୍ଯ୍ୟ କରୁଥିବା ସାମରିକ ଅଧିକାରୀଗୁପ୍ତଚର ସମ୍ବନ୍ଧୀୟ ମାମଲା ସହିତ ଜଡିତ ହୋଇଥିବାରୁ ସେମାନେ ସରକାରୀ ସିକ୍ରେଟ୍ ଆକ୍ଟ ଅନୁଯାୟୀ କାର୍ଯ୍ୟ କରିବେ । ଅନୁସନ୍ଧାନରେ ଯଦି ଏମାନେ ଦୋଷୀ ସାବ୍ୟସ୍ତ ହେଲେ ସମସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ ଏହି ସନ୍ଦିଗ୍ଧ ଗୁପ୍ତଚର ମାମଲାରେ ଅଧିକ ସୂଚନା ପ୍ରଦାନ କରିବାକୁ ଅକ୍ଷମତା ପ୍ରକାଶ କରି ପ୍ରତିରକ୍ଷା କ୍ଷେତ୍ରରେ ଥିବା ଅଧିକାରୀ କହିଛନ୍ତି ଯେ, ଅନୁସନ୍ଧାନ ସମ୍ବେଦନଶୀଳ ହୋଇଥିବାରୁ ଏହି ମାମଲାରେ ଜଡିତ ଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ତଥ୍ୟ ଦେଇ ପାରିବୁ ନାହିଁ । ଏହା ଦ୍ବାରା ଚାଲୁଥିବା ଅନୁସନ୍ଧାନରେ ବାଧା ସୃଷ୍ଟି ହେବ ବୋଲି ଅଧିକାରୀ କହିଛନ୍ତି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.