ETV Bharat / bharat

ସୁରଟ ବିମାନ ବନ୍ଦରରୁ ୬ କୋଟି ଟଙ୍କାର ହୀରା ଓ ୧୫ ଲକ୍ଷ ଟଙ୍କାର ସୁନା ଜବତ, ଦୁଇ ଗିରଫ

author img

By

Published : Jul 29, 2022, 8:08 PM IST

ସୁରଟ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୫ ଲକ୍ଷ ଟଙ୍କାର ସୁନା ଓ ୬ କୋଟି ଟଙ୍କାର ହୀରା ଜବତ କରିଛି DRI(Directorate of Revenue Intelligence) ଓ କଷ୍ଟମ ବିଭାଗ । ଅଧିକ ପଢ଼ନ୍ତୁ

ସୁରଟ ବିମାନ ବନ୍ଦରରୁ ୬ କୋଟି ଟଙ୍କାର ହୀରା ଓ ୧୫ ଲକ୍ଷ ଟଙ୍କାର ସୁନା ଜବତ, ଦୁଇ ଗିରଫ
ସୁରଟ ବିମାନ ବନ୍ଦରରୁ ୬ କୋଟି ଟଙ୍କାର ହୀରା ଓ ୧୫ ଲକ୍ଷ ଟଙ୍କାର ସୁନା ଜବତ, ଦୁଇ ଗିରଫ

ଗାନ୍ଧୀନଗର: ସୁରଟ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୫ ଲକ୍ଷ ଟଙ୍କାର ସୁନା ଓ ୬ କୋଟି ଟଙ୍କାର ହୀରା ଜବତ କରିଛି DRI(Directorate of Revenue Intelligence) ଓ କଷ୍ଟମ ବିଭାଗ । ବେଆଇନ ଭାବରେ ସୁନା ଓ ହୀରା ଚାଲାଣ କରୁଥିବା ଅଭିଯୋଗରେ ଦୁଇଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି । କୌଣସି ଜଣେ ବ୍ୟକ୍ତିଙ୍କ ପାଇଁ ଉଭୟେ କାମ କରୁଥିବା ନେଇ ସୂଚନା ଦେଇଛି କଷ୍ଟମ ବିଭାଗ ।

ସୁରଟରୁ ଶାରାଜାହ ଯାଉଥିବା ବିମାନରେ ଉଭୟେ ଯିବାକୁ ବାହାରିଥିଲେ । ଜଣେ ୧୫ ଲକ୍ଷ ଟଙ୍କାର ସୁନା ଗହଣା ପରିଧାନ କରିଥିବା ବେଳେ ଅନ୍ୟ ଜଣଙ୍କ ବ୍ୟାଗ୍‌ରୁ ୬ କୋଟି ଟଙ୍କାର ହୀରା ଜବତ ହୋଇଥିଲା । ଏ ବାବଦରେ ସେମାନେ ଉପଯୁକ୍ତ ଦସ୍ତାବିଜ୍‌ ଦେଇ ପାରିନଥିଲେ । ଶେଷରେ ଉଭୟଙ୍କୁ ଗିରଫ କରାଯାଇଛି ।

ଉଭୟ ବେଆଇନ ଭାବେ ହୀରା ଓ ସୁନା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ । ଛାନଭିନ୍‌ରୁ ଜଣା ପଡ଼ିଛି ଯେ, ଏମାନେ କୌଣସି ଜଣେ ବ୍ୟକ୍ତିଙ୍କ ପାଇଁ କାମ କରୁଛନ୍ତି । ବେଆଇନ ଭାବେ ଚାଲାଣ କରିବାକୁ ଏମାନଙ୍କୁ ୨୦ରୁ ୫୦ ହଜାର ଟଙ୍କା ମିଳିଥାଏ । ଏହି ସମୟରେ ସେମାନଙ୍କ ସମସ୍ତ ଖର୍ଚ୍ଚ ବ୍ୟବସ୍ଥା ହୋଇଥାଏ । ଏମାନେ ବେଆଇନ ଭାବେ ସାମଗ୍ରୀ ପହଞ୍ଚଇବା ପରେ ଫେରି ଆସନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.