ETV Bharat / bharat

ପୁରୁଣା ଅବକାରୀ ନୀତିରେ ଦିଲ୍ଲୀରେ ଆରମ୍ଭ ହେଲା ମଦ ବିକ୍ରୀ

author img

By

Published : Sep 2, 2022, 1:06 PM IST

ଦିଲ୍ଲୀରେ ପୁରୁଣା ଅବକାରୀ ନୀତି ଅନୁସାରେ ଆରମ୍ଭ ହେଲା ମଦ ବିକ୍ରୀ । ଗ୍ରାହକଙ୍କୁ କୌଣସି ସମସ୍ୟା ନ ହେବା ପାଇଁ ମୋବାଇଲ ଆପ୍ (mAbkaridelhi) ଲଞ୍ଚ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

ପୁରୁଣା ଅବକାରୀ ନୀତିରେ ଦିଲ୍ଲୀରେ ଆରମ୍ଭ ହେଲା ମଦ ବିକ୍ରି

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତିକୁ ନେଇ ଆପ୍‌ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ସିବିଆଇ ସ୍କାନରରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଏସବୁ ଭିତରେ ସେପ୍ଟେମ୍ବର ୧ରୁ ରାଜଧାନୀ ଦିଲ୍ଲୀରେ ପୁରୁଣା ଅବକାରୀ ନୀତି ଅନୁସାରେ ମଦ ବିକ୍ରୀ ଆରମ୍ଭ ହୋଇଛି । ଏହା ଅନ୍ତର୍ଗତ ଗତବର୍ଷ ନଭେମ୍ବରରେ ନୂଆ ଅବକାରୀ ନୀତି ଅନୁସାରେ ଯେତେ ମଦ ଦୋକାନ ଖୋଲିଥିଲା, ଅଗଷ୍ଟ ୩୧ ତାରିଖରେ ସେସବୁ ବନ୍ଦ ହୋଇଯାଇଛି । ତେବେ ଏଣିକି ଦିଲ୍ଲୀର କେଉଁ ଅଞ୍ଚଳର କେଉଁଠି ଓ କେଉଁ ପ୍ରକାର ମଦ ମିଳିବ, ତାହାର ସୂଚନା ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ପୁରୁଣା ନୀତି ଲାଗୁ ହେବା ଦ୍ବାରା ଯେପରି ଲୋକଙ୍କୁ ସମସ୍ୟା ନ ହୁଏ ଏଥିପାଇଁ ଦିଲ୍ଲୀ ସରକାରଙ୍କ ଅଧିନ ଅବକାରୀ ବିଭାଗ ଏକ ମୋବାଇଲ ଆପ୍ 'mAbkaridelhi' ଲଞ୍ଚ କରିଛି ।

ଏହି ଆପ୍ ସେପ୍ଟେମ୍ବର ୧ରୁ କାର୍ଯ୍ୟ କରୁଛି । ଦିଲ୍ଲୀରେ ସେପ୍ଟେମ୍ବର ପହିଲା ପୁରୁଣା ଅବକାରୀ ନୀତିରେ ମଦ ବିକ୍ରୀ ହେଉଛି । ଏହାକୁ ଅବକାରୀ ବିଭାଗର 4 ଜଣ ଅଧିକାରୀ ତଦାରଖ କରୁଛନ୍ତି । ଏହି ଆପ୍‌(mAbkaridelhi)କୁ ଲୋକେ ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆଣ୍ଡ୍ରୋଏଡ ପ୍ଲାଟଫର୍ମରୁ ଡାଉନଲୋଡ କରିପାରିବେ । ମୋବାଇଲ ଆପ୍ ଜରିଆରେ ଦିଲ୍ଲୀର କେଉଁ ଅଞ୍ଚଳରେ ମଦ ଦୋକାନ ଖୋଲା ରହିଛି ତାହା ଜାଣିହେବ । କେଉଁ ସ୍ଥାନରେ କେଉଁ କେଉଁ ବ୍ରାଣ୍ଡର ମଦ ଉପଲବ୍ଧ ଅଛି ? ସରକାରଙ୍କ ପକ୍ଷରୁ କେତୋଟି ଡ୍ରାଏ ଡେ ନିର୍ଦ୍ଧାରିତ ହୋଇଛି ? ଗ୍ରାହକ ଏ ସମସ୍ତ ସୂଚନା ମୋବାଇଲ ଆପ୍ ଜରିଆରେ ଜାଣିବାରେ ସକ୍ଷମ ହେବେ । ଏହାସହିତ ବ୍ୟବହାର କରୁଥିବା ମଦ ବୋତଲ ଅସଲି କି ନକଲି ତାହା ଆପ୍ ଜରିଆରେ ସ୍କାନ କରି ଜାଣିହେବ । ମଦ ଦୋକାନ କେତେବେଳେ ଖୋଲିବ ଏବଂ ବନ୍ଦ ହେବ, ବିଦେଶୀ ମଦ କେଉଁ ଦୋକାନରେ ଉପଲବ୍ଧ ହେଉଛି ଏସବୁ ମଧ୍ୟ ଜାଣିପାରିବେ । କେବେଳ ଏତିକି ନୁହେଁ, ଯଦି ଗ୍ରାହାକ କୌଣସି ମଦ ଦୋକାନର ଗୁଣବତ୍ତା ବାବଦରେ ବିଭାଗକୁ ପରମର୍ଶ ଦେବାକୁ ଚାହୁଁଛନ୍ତି ତେବେ mAbkaridelhi ଆପ୍‌ରେ ଏହି ସୁବିଧା ପାଇପାରିବେ ।

ଏହାମଧ୍ୟ ପଢନ୍ତୁ: Campa Cola Come Back ! ବିଦେଶୀ କମ୍ପାନୀକୁ ଟକ୍କର ଦେବ ଦେଶୀ ବ୍ରାଣ୍ଡ

ଏଠାରେ ପ୍ରକାଶଥାଉ କି, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦ୍ବାରା ନୂଆ ଅବକାରୀ ନୀତି ଗତବର୍ଷ ନଭେମ୍ବର ୧୭ରେ ଆଗତ ହୋଇଥିଲା । ଏଥିରେ ଥିବା ବ୍ୟବସ୍ଥା ଗୁଡିକରେ ସନ୍ଦେହ ହେବାରୁ ଉପରାଜ୍ୟପାଳ ଭିଆର ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତ ଜୁଲାଇ ମାସରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତିକୁ ପ୍ରତ୍ୟାହାର କରିନେଇଥିଲେ । ଗତକାଲି(ଗୁରୁବାର) ଠାରୁ ଦିଲ୍ଲୀରେ ପୁରୁଣା ଅବକାରୀ ନୀତି ଅନୁସାରେ ମଦ ବିକ୍ରୀ ହୋଇଛି । ଏଥିରେ ପ୍ରଥମ ସପ୍ତାହରେ ୩୦୦ରୁ ଅଧିକ ମଦ ଦୋକାନ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାକି ମାସ ଶେଷ ସୁଦ୍ଧା ୫୦୦ ଯାଏଁ ବଢିବ । ଏହି ସମସ୍ତ ଦୋକାନ ପୁରୁଣା ଅବକାରୀ ନୀତିରେ ପରିଚାଳିତ ହେବେ । ଏହା ଅନ୍ତର୍ଗତ ଗ୍ରାହକଙ୍କୁ କୌଣସି ପ୍ରକାର ରିହାତି ମିଳିବ ନାହିଁ । ହେଲେ ଦୋକାନରେ ମଦ ମୂଲ୍ୟ ବ୍ରାଣ୍ଡ ହିସାବରେ ସମାନ ରହିବ । ସେପଟେ ଅବକାରୀ ବିଭାଗୀୟ ଅଧିକାରୀ କହିଛନ୍ତି ଦିଲ୍ଲୀର କେତେକ ମେଟ୍ରୋ ଷ୍ଟେସନରେ ପ୍ରଥମ ଥର ପାଇଁ ମଦ ଦୋକାନ ଖୋଲାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.