ETV Bharat / bharat

ଗ୍ରାହକଙ୍କୁ ଲକ୍ଷେରୁ ଊର୍ଦ୍ଧ୍ବ ମୋବାଇଲ ବିଲ୍‌ ପଠାଇ ହଟହଟା Airtel, ଲାଗିଲା ୫୦ ହଜାର ଫାଇନ - ଗ୍ରାହକଙ୍କୁ ଲକ୍ଷେରୁ ଊର୍ଦ୍ଧ୍ବ ମୋବାଇଲ ବିଲ୍‌ ପଠାଇ ହଟହଟା କମ୍ପାନୀ

ଗ୍ରାହକଙ୍କୁ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ବ ମୋବାଇଲ ବିଲ୍‌ ପଠାଇ ଅଡୁଆରେ ଏୟାରଟେଲ କମ୍ପାନୀ । ଅଭିଯୋଗ ପରେ ଉପଭୋକ୍ତା ଆୟୋଗ କମ୍ପାନୀକୁ ୫୦ ହଜାର ଟଙ୍କା ଫାଇନ କରିଛି । ଅଧିକ ପଢନ୍ତୁ

ଗ୍ରାହକଙ୍କୁ ଲକ୍ଷେରୁ ଊର୍ଦ୍ଧ୍ବ ମୋବାଇଲ ବିଲ୍‌ ପଠାଇ ହଟହଟା Airtel, ଲାଗିଲା ୫୦ ହଜାର ଫାଇନ

author img

By

Published : Apr 28, 2022, 7:53 PM IST

ହାଇଦ୍ରାବାଦ: ଟେଲିକମ ସେବାରେ ଏକ ବଡ଼ ଧରଣର ଅନିୟମିତତା ଯୋଗୁଁ ଚିନ୍ତାରେ ଗ୍ରାହକ । ଛୁଟି କାଟିବାକୁ ଯାଇଥିବା ଗ୍ରାହକଙ୍କ ଖୁସି ଶେଷରେ ଅବସାଦରେ ପରିଣତ ହୋଇଛି । ଉକ୍ତ ଗ୍ରାହକଙ୍କ ନିକଟକୁ ଲକ୍ଷେରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ ବିଲ୍‌ ପହଞ୍ଚିବା ପରେ ଉଡିଲା ଗ୍ରାହକଙ୍କ ହୋସ । ତେବେ ଏଭଳି ଭୁଲ ପାଇଁ କମ୍ପାନୀକୁ ମଧ୍ୟ ଭୋଗିବାକୁ ପଡ଼ିଛି ଦଣ୍ଡ । ଗ୍ରାହକ କୋର୍ଟ(Consumer Court) ଉକ୍ତ ଟେଲିକମ କମ୍ପାନୀକୁ ୫୦ ହଜାର ଟଙ୍କା ଫାଇନ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ଟେଲିକମ ସେବାର ପରିଚାଳକ ଭୁଲବଶତଃ ଜଣେ ଗ୍ରାହକଙ୍କୁ ୧ ଲକ୍ଷ ୪୧ ହଜାର ୭୭୦ ଟଙ୍କା ମୋବାଇଲ ବିଲ୍‌ ପଠାଇଥିଲେ । ଗ୍ରାହକ ଜଣକ ଅନ୍ତଃରାଷ୍ଟ୍ରୀୟ ରୋମିଂ ସର୍ଭିସ ସ୍କିମରେ ଭୁଲ ସୂଚନା ଦେଇଥିବା ଯୋଗୁଁ ତାଙ୍କୁ ଏହି ଫାଇନ ଦିଆଯାଇଛି । ଗ୍ରାହକ ଜଣକ ବିଦେଶ ନିଜ ପରିବାର ସହିତ ଛୁଟି କାଟିବାକୁ ଯାଇଥିବାବେଳେ ଏହି ଫାଇନ ସମ୍ପର୍କରେ ଜାଣିବା ପରେ ସେ ଅବସାଦଗ୍ରସ୍ତ ହୋଇଥିବା କହିଛନ୍ତି । ଏହାପରେ ସେ ବେଗମପେଟରେ ଥିବା ଏୟାରଟେଲ ସର୍ଭିସ ସେଣ୍ଟର ସହ ଯୋଗାଯୋଗ କରିଥିଲେ ।

ଗ୍ରାହକ ଜଣକ ହାଇଦ୍ରାବାଦ ନିବାସୀ ସମର ଚକ୍ରବର୍ତ୍ତୀ ବୋଲି ଜଣାପଡ଼ିଛି । ସେ ଗତ ୨୦୧୮ ଜୁନ ୨୭ ତାରିଖରେ ଆମେରିକାର ନ୍ୟୁଜର୍ସିରେ ପହଞ୍ଚିବା ପରେ 3,999+149 ଟଙ୍କା ପ୍ୟାକ ରିଚାର୍ଜ କରିଥିଲେ । ଏହାପରେ ତାଙ୍କ ନିକଟରୁ ଆସିଥିବା ମେସେଜରେ ଏହା ଦର୍ଶାଯାଇଥିଲା ଯେ ସେ ୫୦୦ କଲ୍‌ କରିବା ସହିତ ୫ଜିବି ଡାଟା ଓ ଅନଲିମିଟେଡ ଏସଏମଏସ କରିପାରିବେ । ହେଲେ ନୂଆ ପ୍ଲାନ ଆକ୍ଟିଭେଟ ହେବା ପରେ ସେ ରିଚାର୍ଜ କରିଥିବା ପ୍ୟାକ୍‌ର ସେବା ଉପଭୋଗ କରିପାରିନଥିଲେ । ଏହାପରେ ତାଙ୍କ ମୋବାଇଲକୁ ଲକ୍ଷେରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ ବିଲ୍‌ ଆସିଥିଲା ।

ଏ ନେଇ ଏୟାରଟେଲ କହିଛି ଯେ ଏହା ମୂଲ୍ୟ କିଛି ବିଲ୍ ରାଶିରୁ ହ୍ରାସ ପାଇବ। ମାତ୍ର ସମୀର ଏହି ସେବା ପାଇଁ ସର୍ବାଧିକ 28,000 ଟଙ୍କା କ୍ରେଡିଟ୍ କରିଥିବାବେଳେ ଏତେ ଟଙ୍କାର ବିଲ୍ କିପରି ଅତିକ୍ରମ କରିଛି ବୋଲି ପ୍ରଶ୍ନ କରି ସେ ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ନିକଟକୁ ଯାଇଥିଲେ। ଏୟାରଟେଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ସେ ବିଦେଶ ଯିବାର ଅନୁଭବ ହରାଇଥିବା ଦାବି କରିଛନ୍ତି । ଏହାପରେ ଆୟୋଗ ଏୟାରଟେଲ କମ୍ପାନୀକୁ ୫୦ ହଜାର ଟଙ୍କା ଫାଇନ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.