ETV Bharat / bharat

ଦିଲ୍ଲୀରେ ଅଣାୟତ୍ତ କୋରୋନା; ଆଜିଠୁ 6 ଦିନିଆ ଲକଡାଉନ

author img

By

Published : Apr 19, 2021, 11:57 AM IST

Updated : Apr 19, 2021, 1:01 PM IST

ରାଜଧାନୀ ଦିଲ୍ଲୀରେ ବେକାବୁ କୋରୋନା ସ୍ଥିତି । ହୁହୁ ହୋଇ ବଢୁଥିବା ସଂକ୍ରମଣକୁ ନେଇ ଆଜିଠୁ ଦିଲ୍ଲୀରେ ଲାଗୁ ହେଲା ଲକଡାଉନ । ଅଧିକ ପଢନ୍ତୁ...

ରାଜଧାନୀ ଦିଲ୍ଲୀରେ ଅଣାୟତ୍ତ କୋରୋନା
ରାଜଧାନୀ ଦିଲ୍ଲୀରେ ଅଣାୟତ୍ତ କୋରୋନା

ନୂଆଦିଲ୍ଲୀ: ଆଜିଠୁ ରାଜଧାନୀ ଦିଲ୍ଲୀରେ ଲକଡାଉନ । 6 ଦିନିଆ ଲକଡାଉନ ଜାରି କଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ, ଉପରାଜ୍ୟପାଳଙ୍କୁ ନେଇ ବସିଥିବା ବୈଠକ ପରେ ଲକଡାଉନ ଘୋଷଣା କରାଯାଇଛି । ଦିଲ୍ଲୀରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମଣ ଚିହ୍ନଟ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆଜି ମଧ୍ୟାହ୍ନ 12 ଟା ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନ ଲାଗୁ ନେଇ ଘୋଷଣା କରିଛନ୍ତି । ପରିସ୍ଥିତି ବିଗୁଡୁଥିବା ବେଳେ ଅନ୍ୟ କୌଣସି ଉପାୟ ନଥିବାରୁ ଲକଡାଉନ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ନେବା ଏତେ ସହଜ ନଥିଲା । ଲକଡାଉନରେ ରୋଜଗାର ଶେଷ ହୋଇଯାଉଥିବା ବେଳେ ଦିନ ମଜୁରିଆଙ୍କ ପାଇଁ ଅଧିକ ମୁସକିଲ ହୋଇପଡେ । ଗତବର୍ଷ ଲକଡାଉନ ସମୟରେ ପ୍ରବାସୀ ଘର ବାହୁଡା କରିଥିଲେ ବୋଲି କେଜ୍ରିୱାଲ କହିଛନ୍ତି ।

ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରବାସୀଙ୍କୁ ହାତ ଯୋଡି ନିବେଦନ କରିଥିଲେ । ମାତ୍ର 6 ଦିନ ପାଇଁ ଏକ ଛୋଟିଆ ଲକଡାଉନ ଲାଗୁ କରାଯାଇଛି । ଦିଲ୍ଲୀ ଛାଡି ଯାଆନ୍ତୁ ନାହିଁ । ଆଗାମୀ ଦିନରେ ଏହି ଲକଡାଉନ ଛୋଟିଆ ହିଁ ରହିବ ବୋଲି ଆଶା ରଖୁଛି । ଆଉ ବଢିବ ନାହିଁ । ଦିଲ୍ଲୀ ସରକାର ଆପଣଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବ । ଏହା ସହ, ପ୍ରବାସୀଙ୍କୁ ଆଶ୍ବସନା ଦେଇ କହିଛନ୍ତି, ମୁଁ ଅଛି, ମୋ ଉପରେ ଭରଷା ରଖନ୍ତୁ ।

ଲଗାତାର ଦିଲ୍ଲୀରେ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 25 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 17 ଜୁନ ପର ଠାରୁ ଏହା ଦୈନିକ ସଂକ୍ରମଣ ଠାରୁ ଢେର ଅଧିକ । ଜୁନ 17 ତାରିଖରେ 29.82 ପ୍ରତିଶତ ସଂକ୍ରମଣ ମାମଲା ରହିଥିଲା । ଆଜି ଏହା ବଢି 29.74 ପ୍ରତିଶତରେ ପହଞ୍ଚିଛି । ସେହିଭଳି ସକ୍ରିୟ ମାମଲା 8.78 ରେ ପ୍ରତିଶତକୁ ବଢିଛି । ଗତ ଡିସେମ୍ବରରେ ରାଜ୍ୟରେ କୋରୋନା ସକ୍ରିୟ ମାମଲା 9.21 ପ୍ରତିଶତ ରହିଥିଲା ।

Last Updated : Apr 19, 2021, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.