ETV Bharat / bharat

Rajasthan Karauli violence: ହିଂସାର 15 ଦିନ ପରେ ହଟିଲା କର୍ଫ୍ୟୁ - New Karauli DM Ankit Kumar Singh requests communal harmony

ରାଜସ୍ଥାନ କରୌଲୀ ହିଂସାର 15 ଦିନ ପରେ ସ୍ଥାନୀୟ ଅଞ୍ଚଳରୁ ହଟିଲା କର୍ଫ୍ୟୁ । ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିବେଦନ । ଏପ୍ରିଲ 2ରେ ଧର୍ମୀୟ ଶୋଭାଯାତ୍ରାବେଳେ ଦେଖିବାକୁ ମିଳିଥିଲା ବ୍ୟାପକ ହିଂସା । ଅଧିକ ପଢନ୍ତୁ

Rajasthan Karauli violence: ହିଂସାର 15 ଦିନ ପରେ ହଟିଲା କର୍ଫ୍ୟୁ

author img

By

Published : Apr 17, 2022, 5:44 PM IST

ଜୟପୁର: ରାଜସ୍ଥାନ କରୌଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡର 15 ଦିନ ପରେ ଆଜି (ରବିବାର) କର୍ଫ୍ୟୁ ପ୍ରତ୍ୟାହାର ହୋଇଛି । ଏପ୍ରିଲ 2 ତାରିଖରେ ଏକ ହିନ୍ଦୁ ଧାର୍ମିକ କାର୍ଯ୍ୟକ୍ରମର ଶୋଭାଯାତ୍ରାବେଳେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଥର ମାଡ କରିବା ପରେ ଗୋଷ୍ଠୀ ସଂଘର୍ଷ ଓ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ଏକାଧିକ ଆହତ ହେବା ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଜାରି କରିଥିଲା ସ୍ଥାନୀୟ ପ୍ରଶାସନ ।

ତେବେ ଘଟଣା ପରେ ରାଜ୍ୟରେ ବଡ ଧରଣର ପ୍ରଶାସନିକ ବଦଳି ମଧ୍ୟ କରିଥିଲେ ଗେହଲଟ ସରକାର । କରୌଲୀର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିବା ବେଳେ ନୂଆ ଜିଲ୍ଲାପାଳ ଭାବେ ଅଙ୍କିତ କୁମାର ସିଂ ମଧ୍ୟ ଆଜି (ରବିବାର) ଦାୟିତ୍ବ ଗ୍ରହଣ କରିଛନ୍ତି । 15 ଦିନ ପରେ ସ୍ଥିତିରେ ସୁଧାର ଆସିବା ଯୋଗୁ କର୍ଫ୍ୟୁ ପ୍ରତ୍ୟାହାର କରିଛି ଜିଲ୍ଲା ପ୍ରଶାସନ ।

ସହରରେ ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ହୋଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ନିବେଦନ କରିଛି । ନୂତନ ଜିଲ୍ଲାପାଳ ଦାୟିତ୍ବ ଗ୍ରହଣ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜିଲ୍ଲାରେ ଶାନ୍ତି ଓ ଭାଇଚାରା ଫେରାଇବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି । ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ସମସ୍ତ ଗୋଷ୍ଠୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ଆଇନ ଶୃଙ୍ଖଳା ଉପରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡା ନଜର ରଖାଯାଇଛି ।

ଘଟଣା ପରେ ରାଜ୍ୟରେ ରାଜନୀତି ଜୋର ଧରିଥିଲା । ବିରୋଧୀ ଆଇନ ଶୃଙ୍ଖଳା ସ୍ଥିତି ନେଇ ଗେହଲଟ ସରକାରଙ୍କୁ ଦାୟୀ କରିଥିଲେ । ପରେ ରାଜସ୍ଥାନ ସରକାର ଏକକାଳୀନ 69 IAS ଅଧିକାରୀଙ୍କୁ ବଦଳି କରିଥିଲେ । ଏହି ତାଲିକାରେ କରୌଲୀ ଜିଲ୍ଲାପାଳ ମଧ୍ୟ ରହିଥିଲେ । ତେବେ ଆଜି ଦୀର୍ଘ 15 ଦିନ ପରେ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.