ETV Bharat / bharat

ମହାମାରୀ ବିରୋଧରେ ଲଢେଇ; 36 କୋଟିରୁ ଅଧିକ ନେଲେଣି ଟିକା

author img

By

Published : Jul 8, 2021, 7:30 AM IST

ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ । ଦେଶବାସୀଙ୍କୁ ଏପର୍ଯ୍ୟନ୍ତ 36.45 କୋଟି ଟୀକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

Cumulative Covid vaccine doses administered in India exceed 36.45 crore: Health ministry
ମହାମାରୀ ବୋରୋଧରେ ଲଢେଇ; 36 କୋଟିରୁ ଅଧିକ ନେଲେଣି ଟିକା

ନୂଆଦିଲ୍ଲୀ: ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ । ଏପର୍ଯ୍ୟନ୍ତ 36.45 କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଜୁନ୍ 21ରୁ ଆରମ୍ଭ ହୋଇଥିବା ନୂତନ ପର୍ଯ୍ୟାୟରେ 31 ଲକ୍ଷ 4 ହଜାର 426ରୁ ଅଧିକ ଡୋଜ ଦିଆଯାଇଛି ।

ସଂକ୍ରମଣକୁ ମାତ ଦେବା ପାଇଁ ପ୍ରଥମ ଡୋଜ ଭାବରେ 14,04,816 ଟିକା ଦିଆଯାଇଥିଲା । ଏବଂ ବୁଧବାର 18-44 ବର୍ଷ ବୟସ୍କ ଲୋକଙ୍କୁ 1 ଲକ୍ଷ 35 ହଜାର 166 ଦ୍ବିତୀୟ ଡୋଜ ଭାବରେ ଦିଆଯାଇଥିଲା । ଅନ୍ୟପଟେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ 18-44 ବର୍ଷ ବୟସ୍କଙ୍କୁ 10,62,08,106 ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ଏବଂ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭରୁ 31,88,078 ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି ।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ବିହାର, ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର 18-44 ବର୍ଷ ବୟସ୍କଙ୍କୁ 50 ଲକ୍ଷରୁ ଅଧିକ ପ୍ରଥମ ଡୋଜ ଦିଆଯାଇଛି । ଏହାସହ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଦିଲ୍ଲୀ, ହରିୟାଣା, ଝାଡଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ 18-44 ବର୍ଷ ବୟସ୍କର 10 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟିକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.