ETV Bharat / bharat

ଯୋଗୀ ଆଦିତ୍ୟନାଥ ବିଧାୟକ ଦଳ ନେତା ନିର୍ବାଚିତ, ଆଜି ଶପଥ

ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଯୋଗୀ ଆଦିତ୍ୟନାଥ । ରାଜ୍ୟପାଳଙ୍କୁ ଭେଟି ଜଣାଇଲେ ସରକାର ଗଠନ କରିବାର ଦାବି । ଆଜି ନେବେ ଶପଥ । ଅଧିକ ପଢନ୍ତୁ

ଯୋଗୀ ଆଦିତ୍ୟନାଥ ବିଧାୟକ ଦଳ ନିର୍ବାଚିତ, ଆସନ୍ତକାଲି ଶପଥ

author img

By

Published : Mar 24, 2022, 6:03 PM IST

Updated : Mar 25, 2022, 7:35 AM IST

ଲକ୍ଷ୍ନୌ: ଆଜି ଯୋଗୀ ଆଦିତ୍ୟନାଥ ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ଆଜି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବସିଥିବା ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ଦ୍ବିତୀୟ ଥର ପାଇଁ ନେତା ନିର୍ବାଚିତ କରାଯାଇଛି । ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଥିବା ଯୋଗୀ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ମଧ୍ୟ ଜଣାଇଛନ୍ତି ।

ନେତା ନିର୍ବାଚିତ ହେବା ପରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରଯାଇଥିବାରୁ ଦଳକୁ ଧନ୍ୟବାଦ ଜଣାଇଛନ୍ତି ଯୋଗୀ । ୨୦୧୭ରେ ସେ ଜଣେ ସାଧାରଣ ସାଂସଦ ଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିଥିଲା । ସେତେବେଳେ ତାଙ୍କର କୌଣସି ପ୍ରଶାସନିକ ଅଭିଜ୍ଞତା ନଥିବାବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ମାର୍ଗଦର୍ଶନ କରାଇଥିଲେ ବୋଲି ଯୋଗୀ ତାଙ୍କ ସମ୍ବୋଧନରେ କହିଥିଲେ ।

ତେବେ ଆଜିର ଏହି ବୈଠକରେ ସମସ୍ତ ନିର୍ବାଚିତ ବିଧାୟକଙ୍କ ସମତେ ବହୁ କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ଯୋଗୀ ଆଦିତ୍ୟନାଥ, ରାଜ୍ୟ ଦଳର ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧାମୋହନ ସିଂ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଏବଂ କେ.ପି.ମୌର୍ଯ୍ୟ ମଧ୍ୟ ଉପସ୍ଥିତ ରହିିଥିଲେ ।

ଦଳ ପକ୍ଷରୁ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଯୋଗୀଙ୍କୁ ଶାହା ଶୁଭେଚ୍ଛା ଜଣାଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ଥର ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ବ ଦେଇପାରେ ଦଳ । ଆଜି ଅପରାହ୍ନ ୪ ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ଏଥିରେ ବିଭିନ୍ନ ବର୍ଗରୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମମେତ ମୋଟ ପ୍ରାୟ ୨୦ହଜାର ଅତିଥି ସାମିଲ ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 25, 2022, 7:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.