ରାୟପୁର: ଛତିଶଗଡରେ ଦିନକୁ ଦିନ ନକ୍ସଲ ଆତଙ୍କ ବଢିବାରେ ଲାଗିଛି । ଛତିଶଗଡ଼ର ବିଜାପୁରଠାରେ ଆଜି(ଶନିବାର) ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସବି ତିର୍କୀ ଶହୀଦ ହୋଇଥିବାର ଖବର ମିଳିଛି । ତାଙ୍କ ଘର ଝାରଖଣ୍ଡର ବୋଲି ଜଣାପଡିଛି ।
ଜିଲ୍ଲାର ବାସାଗୁଦା ପୋଲିସ ଷ୍ଟେସନ ଅଧୀନରେ ଥିବା ତିମାପୁର-ପୁଟକେଲରେ ଏହି ଗୁଳି ବିନିୟମ ହୋଇଛି । ବିଜାପୁର ବାସାଗୁଡ଼ାରେ ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ଅନ୍ୟ ଜଣେ ଯବାନ ଗୁରୁତର ଥିବା ନେଇ ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ