ETV Bharat / bharat

ଗ୍ରାମବାସୀଙ୍କୁ ସେନା ଯବାନଙ୍କ ଆହ୍ୱାନ: ତୁମେ ଘୋଡ଼ା କିଣ, ଆମେ ତମକୁ ରୋଜଗାର ଦେବୁ - ପହଞ୍ଚି ପାରୁଛି ସାମଗ୍ରୀ

ଘୋଡ଼ା ଯୋଗାଉଛି ରୋଜଗାର । ଆୟ ହେଉଛି ୪ରୁ ୫ ହଜାର ଟଙ୍କା । CRPF ଯବାନଙ୍କ ନିକଟରେ ସହଜରେ ପହଞ୍ଚୁଛି ସାମଗ୍ରୀ । ଅଧିକ ପଢ଼ନ୍ତୁ

getting employement
ମିଳିଲା ରୋଜଗାର
author img

By

Published : Jan 30, 2023, 9:34 AM IST

ରାଞ୍ଚି: ଆମକୁ ଘୋଡ଼ା ଦିଅ ଆମେ ତମକୁ ରୋଜଗାର ଦେବୁ । ଛତିଶଗଡର କୁସମୀ ଅଞ୍ଚଳର ଗ୍ରାମବାସୀଙ୍କ ପାଖରେ ଏଭଳି ଦାବି ରଖିଛି CRPF । ଲୋକେ ଯେପରି ମୁଖ୍ୟ ସ୍ରୋତରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସେନା ଆରମ୍ଭ କରିଛି ଏଭଳି ନୂତନ ପ୍ରୟାସ । ଆଉ CRPFର ଏଭଳି ପ୍ରୟାସକୁ ମଧ୍ୟ କୁସମୀ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ରୋଜଗାର କରିପାରୁଛନ୍ତି ୪-୫ ହଜାର ଟଙ୍କା । ଝାରଖଣ୍ଡ ଜିଲ୍ଲା ପଲାମୁ ଅଞ୍ଚଳରେ ଅବସ୍ଥିତ ବୁଢ଼ା ପାହାଡ଼ରେ ଗ୍ରାମବାସୀଙ୍କ ପାଇଁ ରୋଜଗାର ଯୋଗାଉଛି ଘୋଡ଼ା ।

ସୁରକ୍ଷାବାହିନୀର ଶିବିରରେ ସାମଗ୍ରୀ ବିତରଣ କରି ଗ୍ରାମବାସୀ ଟଙ୍କା ରୋଜଗାର କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଗ୍ରାମବାସୀମାନେ ଘୋଡା ସାହାଯ୍ୟରେ ପାହାଡରେ ଥିବା ସୁରକ୍ଷା ବାହିନୀ କ୍ୟାମ୍ପରେ ପହଞ୍ଚ ନ୍ତି। ଏହା ପରିବର୍ତ୍ତେ, ଯବାନମାନେ ସେମାନଙ୍କୁ କିଛି ପାରିଶ୍ରମିକ ଦିଅନ୍ତି । ଏଥିରେ ଗ୍ରାମବାସୀ ପ୍ରୋତ୍ସାହିତ ହୋଇ ଘୋଡା କିଣୁଛନ୍ତି । ଏବେ ଏହି ଘୋଡ଼ା ଯୋଗାଉଛି ରୋଜଗାର । ଏହି ପାହାଡ଼ ଉପରେ CRPF କ୍ୟାମ୍ପ ରହିଛି । ତେବେ ଏହି ପାହାଡ଼ ଉପରକୁ ଯିବା ପାଇଁ ରାସ୍ତାଟିଏ ନାହିଁ । ଫଳରେ ଯାତାୟତ ସମୟରେ ଅନେକ ଅସୁବିଧା ଭୋଗିଥାନ୍ତି ସ୍ଥାନୀୟ ଲୋକେ ।

ରାସ୍ତା ନଥିବାରୁ ଏହି କ୍ୟାମ୍ପକୁ ସାମଗ୍ରୀ ନେଣଦେଣରେ ଅସୁବିଧା ହୋଇଥାଏ । ଠିକ୍ ସମୟରେ ସାମଗ୍ରୀ ପହଞ୍ଚିପାରେ ନାହିଁ । ଫଳରେ ଅଧିକାଂଶ ସମୟରେ CRPF ଯବାନ ଅସୁବିଧାରେ ପଡ଼ିଥାନ୍ତି । ଖାଲି ସେନା ନୁହଁନ୍ତି ଏଠାକୁ ଜିନିଷ ଦେବାକୁ ଆସୁଥିବା ଲୋକ ମଧ୍ୟ ଅସୁବିଧା ଭୋଗିଥାଏ । ତେବେ ଏହି ସମସ୍ୟାରୁ କିଭଳି ମୁକ୍ତି ପାଇବେ ସେନେଇ CRPF ଯବାନମାନେ ଏକ ଉପାୟ ରଚିଲେ । ଯଦି ଏଠିକାର ଲୋକେ ଘୋଡ଼ାରେ ସାମଗ୍ରୀ ଆଣିବେ ତାହାଲେ କମ ସମୟରେ ଜିନିଷ ପହଞ୍ଚି ପାରିବ । ଯେଉଁମାନେ ଖୋଦ ନିଜେ ସାମଗ୍ରୀ ଆଣି ଏହି କ୍ୟାମ୍ପରେ ବିତରଣ କରୁଛନ୍ତି ସେମାନଙ୍କୁ ପ୍ରତି ଯାତ୍ରା ପାଇଁ ଶହେ ଟଙ୍କା ଦିଆଯାଉଛି । ସେହିପରି ଘୋଡା ସାହାଯ୍ୟରେ ସାମଗ୍ରୀ ବିତରଣ କରୁଥିବା ଲୋକଙ୍କୁ ପ୍ରତି ଯାତ୍ରା ପାଇଁ 5ଶହ ଟଙ୍କା ଦିଆଯାଉଛି । ତେଣୁ ଘୋଡା କିଣିବା ପାଇଁ ସୁରକ୍ଷାବାହିନୀ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି । ଯାହାଦ୍ବାରା ଯୋଗାଣ ଲାଇନ ସହିତ ସଂଯୋଗ କରି ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇପାରିବ ।

ଏ ସମ୍ପର୍କରେ ପଲାମୁ ରେଞ୍ଜର ଆଇଜି ରାଜକୁମାର ଲାକ୍ରା କହିଛନ୍ତି ଯେ, ଶିବିର ମାଧ୍ୟମରେ ଲୋକଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ଯଦି ଲୋକମାନେ ସୁରକ୍ଷାବାହିନୀର ଶିବିରର ଯୋଗାଣ ଲାଇନ ସହିତ ସଂଯୋଗ କରନ୍ତି, ତେବେ ସେମାନଙ୍କୁ ଚାକିରି ପାଇଁ ସ୍ଥାନାନ୍ତର କରିବାକୁ ପଡିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ୬-୮ ମାସ ମଧ୍ୟରେ ଏଠାକୁ ଆସିବା ପାଇଁ ଏକ ରାସ୍ତାର ସୁବିଧା କରାଯିବ।ଫଳରେ ଲୋକମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ବୁଢ଼ା ପାହାଡ଼ ଝାଡ଼ଖଣ୍ଡର ଗରୱା ଜିଲ୍ଲାରେ ଅବସ୍ଥିତ । ଏହାର ସୀମା ଛତିଶଗଡର ଲାଟେହାର ଏବଂ ବଳରାମପୁର ସହିତ ସଂଯୋଗ କରିଛି । ଏଠାକୁ ଯିବାକୁ ଛତିଶଗଡ଼ର ପାଣ୍ଡାଗ ଗ୍ରାମ ଏବଂ ଲାଟେହାରର ଟିସିଆ ଗ୍ରାମରୁ ପାହାଡ଼ ଚଢିକି ଯିବାକୁ ପଡ଼ିଥାଏ । ଉଭୟ ପାର୍ଶ୍ବରୁ ପର୍ବତ ଉପରକୁ ଚଢ଼ିବା ପାଇଁ ଲୋକଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗେ । ଏ ସମ୍ପର୍କରେ ଗ୍ରାମବାସୀ ସୁଧୀର କହିଛନ୍ତି ଯେ ସେ ସୁରକ୍ଷାବାହିନୀ ଶିବିରକୁ ପ୍ରତିଦିନ ଚାଲିକି ସାମଗ୍ରୀ ପଠାଉଛନ୍ତି । ଯେଉଁଥିରେ ଆମକୁ ରୋଜଗାର ମିଳୁଛି । ସେହିପରି ଗ୍ରାମର ଇସଲାମ କହିଛନ୍ତି ଯେ ସାମଗ୍ରୀ ଅନୁଯାୟୀ ଟଙ୍କା ଗ୍ରହଣ କରାଯାଉଛି । ଯଦି ଆମେ ଘୋଡ଼ାରେ ସାମଗ୍ରୀ ନେଇ ସେଠାକୁ ଯାଉଛୁ ତାହାଲେ ଆମକୁ ୫ଶହ ଟଙ୍କା ମିଳୁଛି । ଆଉ ଯଦି ଚାଲିକି ଯାଉଛୁ ତାହାଲେ ଆମକୁ ଶହେ ଟଙ୍କା ମିଳୁଛି ।

ନକ୍ସଲମାନେ ବୁଢ଼ା ପାହାଡ଼ରେ ଘୋଡା ବ୍ୟବହାର କରୁଥିଲେ । କିନ୍ତୁ ସେ ଗ୍ରାମବାସୀଙ୍କ ସାହାଯ୍ୟରେ ସାମଗ୍ରୀ ନେଉଥିଲେ । ୨୦୧୫-୧୬ ରେ, ସୁରକ୍ଷାବାହିନୀ ବହୁ ସଂଖ୍ୟକ ନକ୍ସଲଙ୍କ ଘୋଡା ଉଦ୍ଧାର କରିଥିଲେ । ଗ୍ରାମବାସୀ ସାମଗ୍ରୀ ଯୋଗାଇବା ପାଇଁ ଘୋଡା କିଣିବା ଆରମ୍ଭ କରିଛନ୍ତି ବୋଲି ଗ୍ରାମବାସୀ ମୁସ୍ତାକ୍ କହିଛନ୍ତି । ଛତିଶଗଡର କୁସମୀ ଅଞ୍ଚଳର ଗ୍ରାମବାସୀ ୪ରୁ ୫ହଜାର ଟଙ୍କାରେ ଘୋଡା କିଣୁଛନ୍ତି । ବୁଢ଼ା ପାହାଡ଼ର ଆଖପାଖ ଅଞ୍ଚଳରେ ଦେଢ଼ ଶହରୁ ଅଧିକ ପୋଲିସ ଶିବିର ସ୍ଥାପନ କରାଯାଇଛି ।

ଏହି ଶିବିରରେ କୋବ୍ରା ଏବଂ CRPF ଯବାନ ନିୟୋଜିତ ହୋଇଥିଲେ । ଏହି ଅଞ୍ଚଳର ବୁଦ୍ଧ, ଟିଡିଆ, ନାଭାଟୋଲି, ବାହେରାଟୋଲି, ଖାପ୍ରି ମହୁଆ ଠାରେ ପୋଲିସ ଶିବିର ସ୍ଥାପନ କରାଯାଇଛି । ଶିବିର ଗୁଡିକ ବିଭିନ୍ନ ପର୍ବତ ଉପରେ ଅବସ୍ଥିତ । ଯେଉଁଠାରେ ପହଞ୍ଚିବା ପାଇଁ ରାସ୍ତା ନାହିଁ । ଏହି ଶିବିର ଗୁଡିକରେ ପହଞ୍ଚିବାକୁ ହେଲେ ଚାଲିକି ଯିବାକୁ ପଡିଥାଏ । ଶିବିରରେ ୨ ହଜାରରୁ ଅଧିକ ସେନା ନିୟୋଜିତ ଅଛନ୍ତି । ଯବାନମାନଙ୍କୁ ସାମଗ୍ରୀ ବିତରଣ କରିବା ଏକ ବଡ଼ ଚ୍ୟାଲେଞ୍ଜ । ଏବେ ବି ହେଲିକପ୍ଟର ମାଧ୍ୟମରେ ଅନେକ ସ୍ଥାନକୁ ସାମଗ୍ରୀ ବିତରଣ କରାଯାଉଛି । ତେଣୁ ଏହି ଘୋଡ଼ା ବେପାର ଦ୍ବାରା ଛତିଶଗଡ଼ ଅଞ୍ଚଳର କିଛି ଲୋକ ଏବେ ରୋଜଗାର କରିପାରୁଛନ୍ତି ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.