ETV Bharat / bharat

ଅଙ୍ଗ ତସ୍କରୀ ଅଭିଯୋଗରେ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

ପୋଖରୀରୁ ମିଳିଲା ନାବାଳିକାଙ୍କ ମୃତଦେହ। ମାନବ ଅଙ୍ଗ ତସ୍କରୀ ସନ୍ଦେହରେ ଯୁବକଙ୍କୁ ମାରପିଟ। ଅଧିକ ପଢ଼ନ୍ତୁ

ଅଙ୍ଗ ବିକ୍ରି ଅଭିଯୋଗ
ଅଙ୍ଗ ବିକ୍ରି ଅଭିଯୋଗ
author img

By

Published : Aug 13, 2023, 5:07 PM IST

ରାଞ୍ଚି: ମାନବ ଅଙ୍ଗ ଚୋରା ଚାଲଣ ସନ୍ଦେହରେ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଗାଁ ଲୋକେ । ନାବାଳିକାକୁ ମାରି ତାଙ୍କ ଶରୀରର ଅଙ୍ଗ ବିକ୍ରି କରିଥିବା ସନ୍ଦେହରେ ଯୁବକଙ୍କୁ ଗାଁ ଲୋକେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ଝାଡଖଣ୍ଡର ବୋକାରୋ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। 9 ଦିନ ପୂର୍ବରୁ ନିଖୋଜ ଥିବା ଜଣେ ନାବାଳିକାଙ୍କ ମୃତଦେହ ରବିବାର ଏକ ପୋଖରୀରୁ ମିଳିଥିଲା । ମୃତଦେହ ମିଳିବା ପରେ ନାବାଳିକାଙ୍କୁ ମାରି ତାଙ୍କ ଅଙ୍ଗ ବିକ୍ରି କରାଯାଇଥିବା ସନ୍ଦେହ କରି ଯୁବକକୁ ଆକ୍ରମଣ କରିଥିଲେ ଗାଁ ଲୋକେ । ତେବେ ଏହି ଘଟଣାର ସୂଚନା ପାଇବା ପରେ ଏନେଇ ତନାଘନା ଆରମ୍ଭ କରିଛି ପୋଲିସ ।

ସୂଚନା ମୁତାବକ, ଝାଡଖଣ୍ଡର ବୋକାର ଅଞ୍ଚଳର ଜଣେ 17ବର୍ଷୀୟ ନାବାଳିକା ଗତ 9 ଦିନ ହେଲା ନିଖୋଜ ଥିଲେ । ତେବେ ବାଲିଡ଼ିହ ଥାନା ଅଞ୍ଚଳର କୁର୍ମିଡିହର କେବିନ ଟୋଲାରୁ ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ରବିବାର ଏକ ପୋଖରୀରେ କ୍ଷତବିକ୍ଷତ ଅବସ୍ଥାରେ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ମୃତଦେହ ମିଳିବା ପରେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଯୁବକ ଶ୍ରବଣ କୁମାର ସମ୍ପୃକ୍ତ ଥିବା ସନ୍ଦେହ କରି ଗାଁ ଲୋକମାନେ ମାରପିଟ କରିଛନ୍ତି । ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଚେତାଶୂନ୍ୟ ଅବସ୍ତାରେ ଉଦ୍ଧାର କରି ଥାନାକୁ ନେଇଛି । ଏହାସହ ବର୍ତ୍ତମାନ ଯୁବକଙ୍କ ଚିକିତ୍ସା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...Subhalakshmi Death Case: ଉଦବେଗ ପ୍ରକାଶ କଲେ ମହିଳା କମିଶନ, NHRCରେ ମାମଲା

ତେବେ ଘଟଣାସ୍ଥଳରେ ଚାସ୍‌ ଏସଡିଏମ ଓ ମୁଖ୍ୟାଳୟ ଡିଏସ୍‌ପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଶାନ୍ତ କରିଛନ୍ତି । ପିଡ଼ୀତାଙ୍କ ପରିବାରକୁ ନ୍ୟାୟ ମିଳିବା ସହ ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିବା ନେଇ ଆସ୍ବଶନା ଦେଇଛନ୍ତି । ତେବେ ନାବାଳିକାକୁ ହତ୍ୟା କରି ତାଙ୍କ ଅଙ୍ଗ ବିକ୍ରି କରା ଯାଇଥିବା ନେଇ ମୃତକଙ୍କ ପରିବାର ଲୋକ ଯୁବକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ।

ତେବେ ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ଚାସ ଏସ୍‌ଡିଏମ୍‌ ଦୀଲ୍ଲିପ ପ୍ରତାପ ସିଂ ଶେଖାଓ୍ବତ କହିଛନ୍ତି ଯେ, ଗାଁର ଲୋକମାନେ ମାନବ ଅଙ୍ଗ ଚୋରା ଚାଲଣ ହେଉଥିବା ବିଷୟରେ ଅଭିଯୋଗ ଆଣିଛନ୍ତି, ଯାହା ଜଘନ୍ୟ ଅପରାଧ ସହ ଜଡ଼ିତ ଥିବା ଅନୁମାନ କରାଯାଉଛି । ତେବେ ଯଦି ମୃତକଙ୍କ ଅଙ୍ଗ ବିକ୍ରି ମାମଲା ସାମ୍ନାକୁ ଆସେ ତେବେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ମୃତଦେହକୁ ପୋଖରୀରୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନାବାଳିକାଙ୍କ ଅଙ୍ଗ ବିକ୍ରି ହୋଇଛି କି ନାହିଁ ? ଏହା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ମିଳିବ । ସୂଚନା ଅନୁସାରେ, ରାଜମୀସ୍ତ୍ରି ଭାବରେ କାମ କରିଥିବା ଶ୍ରବଣ କୁମାର ନାବାଳିକା ଜଣଙ୍କୁ ତାଙ୍କ ଘରକୁ ଡାକି ନେଇଥିଲେ । ଏହାପରଠାରୁ ନାବାଳିକାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକ ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ରବିବାର ଦିନ ନାବାଳିକାଙ୍କ ମୃତଦହ ପୋଖରୀରୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.