ETV Bharat / bharat

ପୋଲିସ ସାମ୍ନାରେ କଏଦୀକୁ ଗୁଳି କରି ହତ୍ୟା, ବିହାର କୋର୍ଟ କ୍ୟାମ୍ପସରେ ହଇଚଇ - କୋର୍ଟ କ୍ୟାମ୍ପସରେ ଗୁଳିମାଡ଼

Prisoner shot dead in Danapur : ବିହାର ଦାନାପୁର କୋର୍ଟ ପରିସରରେ ପୋଲିସ ସାମ୍ନାରେ କଏଦୀକୁ ଗୁଳି କରି ହତ୍ୟା । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

Prisoner shot dead in Danapur
Prisoner shot dead in Danapur
author img

By ETV Bharat Odisha Team

Published : Dec 15, 2023, 8:24 PM IST

ପାଟନା: ବିହାରର ଦାନାପୁର କୋର୍ଟ ପରିସରରେ ଜଣେ କଏଦୀ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ପୋଲିସ ସାମ୍ନାରେ କଏଦୀକୁ ହତ୍ୟା କରାଯାଇଥିବା ବେଳେ ୨ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ । ହଠାତ କୋର୍ଟ ପରିସରରେ ଗୁଳିମାଡ଼ ହେବା ପରେ ଏଠାକୁ ଆସିଥିବା ଲୋକେ ଭୟଭୀତ ହୋଇପଡ଼ି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପାଟନା ପଶ୍ଚିମ ସିଟି ଏସପି ଓ ଏହାର ନିକଟବର୍ତ୍ତୀ କିଛି ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।

  • Patna City SP Rajesh Kumar says, "Abhishek Kumar aka Chote Sarkar was attacked by two people who shot at him in Danapur court. Further investigation is underway. Abhishek Kumar passed away in the attack. Two accused taken into custody." pic.twitter.com/Feg73X4ZNg

    — ANI (@ANI) December 15, 2023 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ ଗୁଳିମାଡରେ ପ୍ରାଣ ହରାଇଥିବା କଏଦୀର ନାମ ହେଉଛି ଅଭିଷେକ କୁମାର ଓରଫ ଛୋଟେ ସରକାର । ଏହି କଏଦୀ ଜଣକ ବେଉର ଜେଲରେ ବନ୍ଦୀ ଥିଲା । ଏକ ମାମଲାରେ ତାକୁ କୋର୍ଟରେ ହାଜର କରିବା ଲାଗି ପୋଲିସ ନେଇ ଯାଉଥିବା ସମୟରେ ଯୋଜନା ମୁତାବକ ୨ ଜଣ ଅଭିଯୁକ୍ତ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହାପରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସି ୨ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଗୁଳିମାଡ଼ରେ ପ୍ରାଣ ହରାଇଥିବା କଏଦୀ ଛୋଟେ ସରକାର ଉପରେ ବିହଟା ଥାନା ବ୍ୟତୀତ ପାଟନା ଜିଲ୍ଲାର ଅନେକ ଥାନାରେ ଅପରାଧିକ ମାମଲା ରହିଥିଲା । ଗତ କିଛି ମାସ ଧରି ବେଉର ଜେଲରେ ସେ ବନ୍ଦୀ ଥିଲା । ଏକ ମାମଲାରେ କୋର୍ଟରେ ହାଜର ପାଇଁ ତାକୁ ଅଣାଯାଉଥିବା ସମୟରେ ଦିବାଲୋକରେ ତାକୁ ଗୁଳି କରି ହତ୍ୟା କରାଯାଇଥିଲା ।

ଏହା ବି ପଢନ୍ତୁ- ତିହାର ଜେଲରେ ହତ୍ୟାକାଣ୍ଡ: କଏଦୀକୁ ହତ୍ୟା କଲା ଆଉ ଜଣେ କଏଦୀ

କୋର୍ଟ ପରିସରରେ ଏଭଳି କାଣ୍ଡକୁ ନେଇ କୋର୍ଟ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତକ କଏଦୀ ଜଣକ ବିହଟା ଥାନା ଅଧୀନସ୍ଥ ସିନ୍ଦରପୁର ଅଞ୍ଚଳର ଅଧିବାସୀ ଥିଲା । ସେପଟେ ଗୁଳିମାଡ଼ କରି ହତ୍ୟା କରିଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି । ଏହି ୨ ଜଣ ଅଭିଯୁକ୍ତ ଛୋଟେ ସରକାର ଉପରେ କାହିଁକି ଗୁଳି ଚାଳନା କଲେ ସେ ନେଇ ତଦନ୍ତ ଚାଲିଛି । ଏହି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ବନ୍ଧୁକକୁ ମଧ୍ୟ ପୋଲିସ ଜବତ କରିଛି ।

ଏନେଇ ପାଟନା ଏସପି ରାଜେଶ କୁମାର କହିଛନ୍ତି, "ଅଭିଷେକ କୁମାର ଓରଫ ଛୋଟେ ସରକାରକୁ ୨ ଜଣ ଅଜଣା ବ୍ୟକ୍ତି ହଠାତ ଗୁଳିମାଡ଼ କରିଥିଲେ । ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଗୁଳିକାଣ୍ଡରେ କଏଦୀର ମୃତ୍ୟୁ ଘଟିଛି । ପୋଲିସ ୨ ଅଭିଯୁକ୍ତଙ୍କୁ କାବୁ କରି ହେପାଜତକୁ ନେଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.