ETV Bharat / bharat

ବାପାଙ୍କ ସହ ବିବାଦ ପରେ ଚରମ ନିଷ୍ପତ୍ତି: କାର୍‌ରେ ପତ୍ନୀଙ୍କୁ ବସାଇ ନଦୀକୁ ଡେଇଁଲେ ଯୁବକ, ପତ୍ନୀ ନିଖୋଜ

author img

By ETV Bharat Odisha Team

Published : Aug 25, 2023, 7:30 PM IST

ପତ୍ନୀଙ୍କୁ କାରରେ ବସାଇ ଗାଡି ସହ ଗଙ୍ଗା ନଦୀକୁ ଲମ୍ଫ ମାରିଲେ ଯୁବକ। ଯୁବକଙ୍କ ମୃତଦେହ ମିଳିଥିବାବେଳେ ତାଙ୍କ ପତ୍ନୀ ନିଖୋଜ ଅଛନ୍ତି। ଅଧିକ ପଢନ୍ତୁ

ଗାଡି ସହ ଗଙ୍ଗା ନଦୀକୁ ଲମ୍ଫ ମାରିଲେ ଯୁବକ
ଗାଡି ସହ ଗଙ୍ଗା ନଦୀକୁ ଲମ୍ଫ ମାରିଲେ ଯୁବକ
ଗାଡି ସହ ଗଙ୍ଗା ନଦୀକୁ ଲମ୍ଫ ମାରିଲେ ଯୁବକ

ଲକ୍ଷ୍ନୌ: ପାରିବାରିକ ବିବାଦରୁ ଗଲା ଜୀବନ। ଗର୍ଭବତୀ ପତ୍ନୀଙ୍କୁ କାରରେ ବସାଇ ଗାଡି ସହ ଗଙ୍ଗା ନଦୀକୁ ଡେଇଁଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅମରୋହା ଜିଲ୍ଲାର ଗଜରୌଲା ଅଞ୍ଚଳରେ । ପରିବାରରେ ବଚସା ହେବା ପରେ ରାଗ ଜର୍ଜରିତ ଯୁବକ ଜଣକ କାର୍ ସହ ନଦୀ ଗର୍ଭକୁ ଡେଇଁଛନ୍ତି । ଫଳରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ନିଖୋଜ ଥିବା ଜଣାପଡିଛି । ଯୁବକଙ୍କ ପତ୍ନୀ ଗର୍ଭବତୀ ଥିବାବେଳେ ଏଯାଏଁ ତାଙ୍କର ସନ୍ଧାନ ମିଳିପାରିନାହିଁ ।

ସୂଚନା ଅନୁସାରେ, ସିକରି ଖାଦର ଗାଁରେ ସାବିର ନାମକ ଜଣେ ବ୍ୟକ୍ତି ବାସ କରୁଥିବାବେଳେ । ତାଙ୍କର 2 ପୁଅ ଓ 4ଝିଅ ରହିଛନ୍ତି । ସାବିରଙ୍କ ବଡ଼ ପୁଅ ଶାନେ ଆଲମ, ଦିଲ୍ଲୀରେ ଦର୍ଜୀ କାମ କରୁଥିଲେ । 5 ମାସ ପୂର୍ବେ ତାଙ୍କର ବିବାହ କସରୁୱା ଗାଁର ନାଜିଆଙ୍କ ସହ ହୋଇଥିଲା । ନାଜିଆ ବର୍ତ୍ତମାନ ଗର୍ଭବତୀ ଥିବାବେଳେ ତାଙ୍କ ପରିବାରର ଅନେକ ସମୟରେ ବଚସା ଲାଗି ରହୁଥିଲା ।

ଏହା ବି ପଢନ୍ତୁ...ମୈତ୍ରିବିହାରରେ ବୀଭତ୍ସ ହତ୍ୟାକାଣ୍ଡ, ମାଂସ ପାଇଁ ସାଙ୍ଗକୁ ଠେଙ୍ଗାରେ ପିଟି ମାରିଦେଲେ

ଗୁରୁବାର ରାତିରେ କୌଣସି ଟଙ୍କା ପଇସା ଦେଣନେଣକୁ ନେଇ ସାବିରଙ୍କ ସହ ଶାନେଙ୍କର ବଚସା ହୋଇଥିଲା । ଏହା ଉଗ୍ରରୂପ ନେବାରୁ ଘର ଛାଡ଼ି ଚାଲି ଯିବାକୁ ମନସ୍ଥ କରିଥିଲେ ଶାନେ । ତେଣୁ ସେ ଆଉ କିଛି ଚିନ୍ତା ନ କରି ବିଳମ୍ବିତ ରାତିରେ ହଠାତ ପତ୍ନୀ ନାଜିଆଙ୍କୁ ଧରି ଘର ଛାଡି କାର୍ ଯୋଗେ ବାହାରି ପଡ଼ିଥିଲେ । ସେମାନଙ୍କୁ ରୋକିବା ପାଇଁ ଶାନେ ଆଲମଙ୍କ ମା ଓ ଭଉଣୀ ବହୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଥିଲେ । ସେମାନେ ଶାନେଙ୍କୁ ଘର ବାହାରକୁ ନଯିବା ପାଇଁ ଅଟକାଇଥିବାବେଳେ ଶାନେ ତାଙ୍କ ଉପରକୁ ଗାଡ଼ି ମଡ଼ାଇ ଦେଇଥିଲେ। ଫଳରେ ଶାନେଙ୍କ ଭଉଣୀ ଓ ମା' ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ଦଗାବାଜ ପ୍ରେମିକ, ବଚସା ହେବାରୁ ପ୍ରେମିକାକୁ ପଥର ଛେଚି ହତ୍ୟା ଉଦ୍ୟମ

ଏହାପରେ ଶାନେ ଆଲମ ପ୍ରଖର ବେଗରେ ଗାଡ଼ି ଚଳାଇ ଚାଲି ଯାଇଥିଲେ । ଗାଁ ନିକଟରେ ଥିବା ନଦୀ ଭିତରକୁ ତାଙ୍କ ଗାଡିଟି ପ୍ରବେଶ କରିଥିବା ଦେଖି ସ୍ଥାନୀୟ ଲୋକେ ଚିତ୍କାର କରିଥିଲେ । ଏହାସହ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଅଞ୍ଚଳବାସୀ । ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ଅଗ୍ନିଶମବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଘଟଣାସ୍ଥଳରୁ 12 କିଲୋମିଟର ଦୂରରୁ ଶାନେ ଆଲମଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ନାଜିଆଙ୍କର କୌଣସି ପତ୍ତା ମିଳିପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.