ETV Bharat / bharat

ଜାମିନର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ଦୀପ ସିଦ୍ଧୁ

26 ଜାନୁଆରୀ କୃଷକ ଆନ୍ଦୋଳନବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାରେ ପୁଣି ଗିରଫ ହେଲେ ଦୀପ ସିଦ୍ଧୁ । ଅଧିକ ପଢନ୍ତୁ...

ଜାମିନର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ଦିପ ସିଦ୍ଧୁ

author img

By

Published : Apr 17, 2021, 6:26 PM IST

ନୂଆଦିଲ୍ଲୀ: 26 ଜାନୁଆରୀ କୃଷକ ଆନ୍ଦୋଳନ ସମୟରେ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ପୁଣି ଗିରଫ ହେଲେ ଦୀପ ସିଦ୍ଧୁ । ଆଜି ତାଙ୍କୁ ଜାମିନ ପ୍ରଦାନ କରିଥିଲେ ଦିଲ୍ଲୀ କୋର୍ଟ । ତେବେ ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ତାଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ତାଙ୍କୁ ପୁଣି ଗିରଫ କରିଥିବା ସୂଚନା ରହିଛି ।

ତାଙ୍କୁ ପୂର୍ବରୁ ମଧ୍ୟ ଦିଲ୍ଲୀ ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ତେବେ ସେ ଆଜି ସକାଳେ ଦିଲ୍ଲୀ କୋର୍ଟଙ୍କ ଠାରୁ ଜାମିନ ପାଇଥିଲେ । ଜାମିନ ମିଳିବାର କିଛି ଘଣ୍ଟା ମଧ୍ୟରେ ପୁଣି ତାଙ୍କୁ ଗିରଫ କରାଯାଇଛି ।

ଗତ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲା ଅଭିମୁଖେ ଟ୍ରାକ୍ଟର ଶୋଭାଯାତ୍ରା କରିଥିଲେ ଆନ୍ଦୋଳନରତ କୃଷକ । ତେବେ ଏହି ଘଟଣାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ହିଂସାରେ ଶତାଧିକ ପୋଲିସ କର୍ମୀ ଆହତ ହେବା ସହ ଏକାଧିକ ଆନ୍ଦୋଳନକାରୀଙ୍କ ମୃତ୍ଯୁ ମଧ୍ୟ ହୋଇଥିଲା । ଭିଡକୁ ଉତ୍ତେଜିତ କରିବା ଓ ହିଂସାକୁ ପ୍ରୋତ୍ସାହିତ କରିବା ଭଳି ବିଭିନ୍ନ ଦଫାରେ ସିଦ୍ଧୁଙ୍କୁ ଗିରଫ କରାଯାଇଥିଲା । ତେବେ ସେ ଆଜି ଜାମିନ ପାଇଥିବାବେଳେ ମାତ୍ର କିଛି ଘଣ୍ଚା ମଧ୍ୟରେ ତାଙ୍କୁ ପୁଣି ଗିରଫ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.