ETV Bharat / bharat

ସଠିକ ଆକାର ପାଇବା ପୂର୍ବରୁ ଗଭୀର ହେଉଛି ‘ଇଣ୍ଡିଆ’ ମେଣ୍ଟରେ ଫାଟ ! କଂଗ୍ରେସକୁ ଦାୟୀ କଲେ ସହଯୋଗୀ ଦଳ

author img

By ETV Bharat Odisha Team

Published : Nov 21, 2023, 10:41 PM IST

ସଠିକ ଆକାର ପାଇବା ପୂର୍ବରୁ ଗଭୀର ହେଉଛି ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟରେ ଫାଟ । କଂଗ୍ରେସକୁ ଟାର୍ଗେଟ କଲେ ନୀତିଶଙ୍କ ଜେଡିୟୁ ଓ ଅଖିଳେଶଙ୍କ ସପା । ପୂର୍ବରୁ କଂଗ୍ରେସର ନୀତି ଓ ନେତୃତ୍ବ ନେଇ ଅସନ୍ତୋଷ ଝାଡ଼ିଥିଲେ ନୀତିଶ । ଅଧିକ ପଢ଼ନ୍ତୁ

‘ ଇଣ୍ଡିଆ’ ମେଣ୍ଟରେ ଗଭୀର ହେଉଛି ଫାଟ ! କଂଗ୍ରେସକୁ ଦାୟୀ କଲେ ଦଳ

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନରେ ମୋଦି ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟିଠାରୁ କ୍ଷମତା ଛଡାଇ ଆଣିବା ପାଇଁ ଏକାଠି ହୋଇଥିବା ବିରୋଧୀଙ୍କ ‘ଇଣ୍ଡିଆ’ ସଠିକ ସାଙ୍ଗଠନିକ ଆକାର ନେବା ପୂର୍ବରୁ ସେଥିରେ ଫାଟ ସୃଷ୍ଟି ହେବାରେ ଲାଗିଛି । ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମେଣ୍ଟର ସହଯୋଗୀ ଦଳମାନେ ଅସନ୍ତୁଷ୍ଟ ଥିବା ଖବର ପ୍ରସାରିତ ହୋଇଥିବା ବେଳେ ଏବେ ସେହି କନ୍ଦଳ ଆହୁରି ଗଭୀର ଓ ସ୍ପଷ୍ଟ ହେବା ପରି ଦୃଶ୍ୟମାନ ହେବାରେ ଲାଗିଛି ।

ଏହାରି ମଧ୍ୟରେ ସମସ୍ତ କାରଣ ପାଇଁ ମେଣ୍ଟର ନେତୃତ୍ବ ନେଉଥିବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଭୂମିକା ଓ ନୀତିକୁ ଦାୟୀ କରୁଛନ୍ତି ଅନ୍ୟ ମେଣ୍ଟ ସହଯୋଗୀ ଦଳ । ପୂର୍ବରୁ ମେଣ୍ଟର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମେଣ୍ଟରେ କଂଗ୍ରେସର ନେତୃତ୍ବକୁ ଖୋଲା ମଞ୍ଚରେ ସମାଲୋଚନା କରି ସାରିଛନ୍ତି । ଏବେ ତାଙ୍କ ନେତୃତ୍ବାଧୀନ ଜନତା ଦଳ (ୟୁନାଇଟେଡ) ଓ ଉତ୍ତର ପ୍ରଦେଶରେ ବିରୋଧୀ ଆସନରେ ଥିବା ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା) ମଧ୍ୟ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ତେବେ ଏହି ବିବାଦ ମୂଳରେ ରହିଛି, 2024 ନିର୍ବାଚନ ପୂର୍ବରୁ ବର୍ତ୍ତମାନ 5 ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଆଭିମୁଖ୍ୟ । ଏ ସମ୍ପର୍କରେ ସମାଜବାଦୀ ପାର୍ଟିର ପ୍ରବକ୍ତା ଅଖିଳେଶ କଟିୟାର ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସ ଯେଉଁ ଆଧାରରେ ଚଳିତ 5 ରାଜ୍ୟର ବିଧାନସଭା ନିର୍ବାଚନ ଲଢୁଛି, ତାହା ଇଣ୍ଡିଆ ମେଣ୍ଟ ପାଇଁ ଶୁଭଙ୍କର ନୁହେଁ । ସେମାନେ ବିଜେପି ବିରୋଧରେ ଆଦର୍ଶଗତ ଲଢେଇ ଲଢୁଥିବା ଅନ୍ୟ ଆଞ୍ଚଳିକ ଦଳଙ୍କ ସହ ଆଲୋଚନା କରିବା ଉଚିତ । ସେମାନେ (କଂଗ୍ରେସ) ଏହି ପ୍ରସଙ୍ଗରେ ମେଣ୍ଟର ଅନ୍ୟ ସହଯୋଗୀ ଦଳଙ୍କ ସହ ମଧ୍ୟ ଆଲୋଚନା କରିବାର ଆବଶ୍ୟକତା ରହିଥିବା କଟିୟାର କହିଛନ୍ତି ।

ସେହିପରି ବିହାରରେ ଶାସନରେ ଥିବା ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳର ପ୍ରବକ୍ତା ନିରଜ କୁମାର ମଧ୍ୟ ସମାନ ଆଭିମୁଖ୍ୟ ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ ନୀତିଶଙ୍କ ମନ୍ତବ୍ୟକୁ ମଧ୍ୟ ଦୋହରାଇଛନ୍ତି । ଇଣ୍ଡିଆ ମେଣ୍ଟରେ ସଦସ୍ୟ ଥିବା ଦଳମାନେ ମେଣ୍ଟର ଭବିଷ୍ୟତ ନେଇ ଗମ୍ଭୀରତାର ସହ ଚିନ୍ତା କରିବାର ଉଚିତ । କଂଗ୍ରେସ ମଧ୍ୟ ଏଦିଗରେ ଆଗକୁ ଆସିବା ଦରକାର ।

ମେଣ୍ଟ ଘୋଷଣା ହେବା ଦିନରୁ ମେଣ୍ଟ ଗଠନର ଅନ୍ୟତମ ଅଗ୍ରଣୀ ନେତା ନୀତିଶ କୁମାର ଖୁସି ନଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଛି । କେବଳ ସେତିକି ନୁହେଁ ସେ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଆଶାରେ ରହିଥିବା ଓ ମେଣ୍ଟ ଏଥିରେ ଏକମତ ନହେଲେ ନୀତିଶ ଏନ୍‌ଡିଏ ମେଣ୍ଟକୁ ଫେରିଯିବା ଯୋଜନାରେ ଥିବା ମଧ୍ୟ ଚର୍ଚ୍ଚା ହୋଇଆସୁଛି । ହେଲେ ତମାମ ଚର୍ଚ୍ଚାକୁ ସର୍ବଦା ଖଣ୍ଡନ କରି ଆସିଥିବା ନୀତିଶ, ନିକଟରେ ମେଣ୍ଟର ଭବିଷ୍ୟତ କଥା ଉଠାଇ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ । କଂଗ୍ରେସକୁ ମେଣ୍ଟର ନେତୃତ୍ବ ଦିଆଗଲା । ମାତ୍ର ସେମାନେ ସାଧାରଣ ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟକୁ ସୁଦୃଢ଼ କରିବା ପରିବର୍ତ୍ତେ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଥିବା ନୀତିଶ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ନ୍ୟାସନାଲ ହେରାଲ୍ଡ ମାମଲାରେ ବଡ ଆକ୍ସନ: 752 କୋଟିର ସମ୍ପତ୍ତି ଜବତ କଲା ଇଡି

ସେହିପରି ବିଧାନସବା ନିର୍ବାଚନ ଶେଷ ହେବା ପରେ ମେଣ୍ଟର ପରବର୍ତ୍ତୀ ବୈଠକ ହେବା ନେଇ କହିଥିଲେ ନୀତିଶ । ଅନ୍ୟପଟେ ଚଳିତ ବିଧାନସଭା ନିର୍ବାଚନ ହେବାକୁ ଥିବା 3 ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧା ମୁକାବିଲା ହେଉଥିବା କାରଣରୁ କଂଗ୍ରେସ ଏହି 3 ରାଜ୍ୟରେ ଆକ୍ରାମକ ପ୍ରଚାର ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.