ETV Bharat / bharat

ପରାମର୍ଶ ପ୍ରତ୍ୟାହାର ସତ୍ତ୍ବେ ମଧ୍ୟ ପ୍ରଦେଶ ପାଳିବ ଗୋ ଆଲିଙ୍ଗନ ଦିବସ - ଗୋ ଆଲିଙ୍ଗନ ଦିବସ

ଭାଲେଣ୍ଟାଇନ ଡେ ଅଥବା 14 ଫେବୃୟାରୀରେ ଗୋ ଆଲିଙ୍ଗନ ଦିବସ ପାଳନ ପରାମର୍ଶକୁ ପ୍ରତ୍ୟାହାର କରିଛି ପ୍ରାଣୀ କଲ୍ୟାଣ ବୋର୍ଡ । ଏହା ସତ୍ତ୍ବେ ମଧ୍ୟପ୍ରଦେଶରେ ପାଳନ ହେବ ଗୋ ଆଲିଙ୍ଗନ ଦିବସ । ଅଧିକ ପଢ଼ନ୍ତୁ

ଗୋ ଆଲିଙ୍ଗନ ଦିବସ
cow hug day
author img

By

Published : Feb 12, 2023, 11:17 AM IST

ନୂଆଦିଲ୍ଲୀ: ଫେବୃୟାରୀ 14ରେ ପାଳନ ହେବନି ଗୋ ଆଲିଙ୍ଗନ ଦିବସ । ପାଶ୍ଚାତ୍ୟ ଦେଶର ଭାଲେଣ୍ଟାଇନ ଡେ ପାଳନ ପରିବର୍ତ୍ତେ ଗୋ ଆଲିଙ୍ଗନ ଦିବସ ମନାଇବା ପରାମର୍ଶକୁ ପ୍ରତ୍ୟାହାର କରାଯାଇଛି । ଭାରତ ସରକାରଙ୍କ ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ଦିଆଯାଇଥିବା ପରାମର୍ଶ ପ୍ରତ୍ୟାହାର କରିବା ସତ୍ତ୍ବେ ମଧ୍ୟପ୍ରଦେଶରେ ପାଳନ ହେବ ଗୋ ଆଲିଙ୍ଗନ ଦିବସ । ଏନେଇ ମଧ୍ୟପ୍ରଦେଶର ଗୋପାଳନ ଏବଂ ପଶୁଧନ ସମବର୍ଦ୍ଧନ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଚଳିତ ଥର ଫେବୃୟାରୀ 14ରେ ଭାଲେଣ୍ଟାଇନ ଦିବସ ପରିବର୍ତ୍ତେ ସାରା ଦେଶରେ ଗୋ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ଭାରତର ସରକାରଙ୍କ ପ୍ରାଣୀ କଲ୍ୟାଣ ବୋର୍ଡ ଆବେଦନ କରିଥିଲା । ଏହି ଆବେଦନକୁ ମଞ୍ଜୁରୀ ମଧ୍ୟ ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବୋର୍ଡ ଏହି ଆବେଦନକୁ ଫେରାଇ ନେଇଛି । ଏହାକୁ ନେଇ ଭାରତୀୟ ସମାଜରେ ବିରୋଧାଭାସ ମଧ୍ୟ ଦେଖିବାକୁ ମିଳିଥିଲା । କେତେକ ରକ୍ଷଣଶୀଳ ତଥା ଦକ୍ଷିଣପନ୍ଥୀ ସଂଗଠନ ଓ ଦଳ ଏହାକୁ କଡ଼ା ବିରୋଧ କରିଥିଲେ ।

ତେବେ ଏହି ପରାମର୍ଶକୁ ପ୍ରତ୍ୟାହାର କରାଯିବା ସତ୍ତ୍ବେ ଆସନ୍ତା 14 ତାରିଖରେ ମଧ୍ୟପ୍ରଦେଶରେ ଗୋ ଆଲିଙ୍ଗନ ଦିବସ ପାଳନ କରିବାକୁ ରାଜ୍ୟ ଗୋପାଳନ ଏବଂ ପଶୁଧନ ସମବର୍ଦ୍ଧନ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଖିଳେଶ୍ବରନନ୍ଦ ଗିରି ଶନିବାର କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ସେ କହିଛନ୍ତି, "ଲୋକଙ୍କୁ ଗୋ ଆଲିଙ୍ଗନ ଦିବସ ପାଳନ କରିବାକୁ ପରାମର୍ଶ ଦେଇ AWBI ଆବେଦନ ପ୍ରତ୍ୟାହାର କରିନେଇଛି । ଏହା ଏକ ଭଲ ପଦକ୍ଷେପ ଏବଂ ସେଥିପାଇଁ ଆମେ ବୋର୍ଡର ପରାମର୍ଶକୁ ସମର୍ଥନ ଜଣାଇଥିଲୁ । ବର୍ତ୍ତମାନ ସେମାନେ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି । ଏହାର କାରଣ ସେମାନଙ୍କୁ ଜଣା । ଏହା ଏକ ଭଲ ପଦକ୍ଷେପ, ଏଥିରେ କୌଣସି ଅସୁବିଧା ନାହିଁ । ତେଣୁ ଆସନ୍ତା 14 ତାରିଖରେ ଗୋ ଦିବସ ପାଳନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ।"

ଗତ 6 ତାରିଖରେ ଭାରତର ପ୍ରାଣୀ କଲ୍ୟାଣ ବୋର୍ଡ ଗୋ ଆଲିଙ୍ଗନ ଦିବସ ପ୍ରସ୍ତାବିତ ବିଜ୍ଞାପନ ଜାରି କରିଥିଲା । ଏଥିରେ କୁହାଯାଇଥିଲା, " ଗୋପାଳନ ଜାତୀୟ ସଂସ୍କୃତି ଏବଂ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ଏହା ପଶୁ ସମ୍ପଦ ଏବଂ ଜୈବ ବିବିଧତାକୁ ପ୍ରତିନିଧିତ୍ବ କରେ । ଗୋରୁ ମାନବ ଜାତି ପାଇଁ ସର୍ବସ୍ବ ଦାନ କରୁଥିବାରୁ ତାର ନାମ ଗୋମାତା ଓ କାମଧେନୁ ଭାବେ ବର୍ଣ୍ଣନା କରାଯାଇଛି । ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଆମେ ଆମ ପରମ୍ପରାକୁ ଭୁଲିବାକୁ ବସିଲେଣି । ତେଣୁ ଏପରି କରିବା ଦ୍ବାରା ଆମ ସଂସ୍କୃତି ପ୍ରତି ସମାଜର ଭାବପ୍ରବଣତା ବଢ଼ିବ । ତେଣୁ ଏହାକୁ ଗୋ ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଉ ।" ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ଏହାକୁ ପ୍ରତ୍ୟାହାର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.