ETV Bharat / bharat

'ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଗୋବର ହେବ ସହାୟକ'

ଗାଈ ଗୋବର ଓ ମୂତ୍ର ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସକ୍ଷମ ହେବ, ମତ ରଖିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଅଧିକ ପଢନ୍ତୁ...

'ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଗୋବର ହେବ ସହାୟକ'
'ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଗୋବର ହେବ ସହାୟକ'
author img

By

Published : Nov 14, 2021, 10:31 AM IST

ଭୋପାଲ: ଗାଈ ଗୋବର ଓ ମୂତ୍ର ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସକ୍ଷମ ହେବ ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଗାଈର ମୂତ୍ର ଏବଂ ଗୋବର ଦେଶର ଅର୍ଥନୀତି ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ସେ ମତ ରଖିଛନ୍ତି ।

  • #WATCH | Cows, their dung and urine can help strengthen the economy of the state and the country if a proper system is put in place," says Madhya Pradesh CM Shivraj Singh Chouhan while addressing a convention of the women’s wing of Indian Veterinary Association in Bhopal pic.twitter.com/Mf2yvmYsf0

    — ANI (@ANI) November 13, 2021 " class="align-text-top noRightClick twitterSection" data=" ">

ସେ କହିଛନ୍ତି ଯେ, 'ଯଦି ଆମେ ଚାହିଁବା ତେବେ ଗାଈ ମଳ ଏବଂ ମୂତ୍ର ସାହାଯ୍ୟରେ ଦେଶର ଆର୍ଥିକ ଅଭିବୃଦ୍ଧି କରିପାରିବ । ଆମେ ଅନ୍ତିମ ସତ୍କାର ସମୟରେ ମଧ୍ୟ ଗୋବରରୁ ତିଆରି ଜାଳେଣିକୁ ବ୍ୟବହାର କରିପାରିବା । ଏହାଦ୍ବାରା ଅତ୍ୟଧିକ ଜାଲେଣି କାଠ ବ୍ୟବହାରକୁ ରୋକିପାରିବା ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାଣୀ ଚିକିତ୍ସକ ଏବଂ ବିଶେଷଜ୍ଞମାନେ ଗୋପାଳନ କ୍ଷୁଦ୍ର କୃଷକ ଏବଂ ପଶୁପାଳକଙ୍କ ପାଇଁ କିପରି ଲାଭଦାୟକ ବ୍ୟବସାୟ ହୋଇପାରିବ ସେ ସମ୍ବନ୍ଧରେ ସୂଚନା ଦେବା ଉଚିତ୍ । ନିକଟରେ ଭୋପାଳ ଇଣ୍ଡିଆନ୍‌ ଭେଟନାରୀ ଆସୋସିଏସନ୍‌ର ମହିଳା ଶାଖାର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏଭଳି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଗାଈ, ବଳଦ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ସରକାର ଅଭୟାରଣ୍ୟ ଓ ଗୋଶାଳା ତିଆରି କରିଛନ୍ତି । କିନ୍ତୁ ଯେତେ ପର୍ଯ୍ୟନ୍ତ ଲୋକମାନେ ଏହା ସହିତ ଜଡ଼ିତ ନ ହୋଇଥିବେ ସେତେ ଯାଏଁ ଗୋଶାଳାରୁ କାମ ଚାଲିବ ନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.