ମହାରାଷ୍ଟ୍ର: କୋଭୋଭାକ୍ସ ଟିକାକୁ ନେଇ ଭାରତୀୟଙ୍କ ମଧ୍ୟରେ ରହିଥିହା ଦ୍ବନ୍ଦକୁ ଦୂର କରିଛନ୍ତି ସେରମ CEO । କୋଭୋଭାକ୍ସ ଟିକା କେଉଁ ବର୍ଗର ଲୋକଙ୍କୁ ଦିଆଯିବ ସେନେଇ ସ୍ପଷ୍ଟ କରିଛନ୍ତି ଆଦର ପୁନୱାଲା । ୧୨ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକା ମହଜୁଦ ଥିବା ଟ୍ବିଟକରି ସୂଟନା ଦେଇଛନ୍ତି ସେରମ CEO ।
-
A lot of you have asked if Covovax is available for adults. The answer is yes, it is available for everyone above the age of 12.
— Adar Poonawalla (@adarpoonawalla) May 4, 2022 " class="align-text-top noRightClick twitterSection" data="
">A lot of you have asked if Covovax is available for adults. The answer is yes, it is available for everyone above the age of 12.
— Adar Poonawalla (@adarpoonawalla) May 4, 2022A lot of you have asked if Covovax is available for adults. The answer is yes, it is available for everyone above the age of 12.
— Adar Poonawalla (@adarpoonawalla) May 4, 2022
ଆଦର ପୁନାୱାଲା ଟ୍ବିଟ ଯୋଗେ କହିଛନ୍ତି ଯେ, "ଭାରତରେ କୋଭୋଭାକ୍ସ ଟିକା ମହଜୁଦ ରହିଛି । ୧୨ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକାକରଣ ପାଇଁ କୋଭୋଭାକ୍ସ ଟିକା ଯଥେଷ୍ଟ ପରିମାଣର ରହିଛି । ବୟସ୍କ ଓ ୧୨ ବର୍ଷଠୁ ଅଧିକ ପିଲାଙ୍କୁ ଦିଆଯିବ ଏହି କୋଭିଡ ଟିକା ।"
ସେ ଗତ ସପ୍ତାହରେ ଏକ ଟ୍ବିଟକରି କହିଥିଲେ ଯେ, "ଭାରତରେ ଉତ୍ପାଦିତ ଏହି ଟିକା ଯାହା ୟୁରୋପରେ ମଧ୍ୟ ବିକ୍ରି ହୁଏ ଏବଂ ଏହାର ପ୍ରଭାବ ୯୦ ପ୍ରତିଶତ ରହିଛି । ପିଲାଙ୍କୁ ଟିକା ଦେଇ କୋଭିଡରୁ ସୁରକ୍ଷିତ ରଖିବା ପାଇଁ ଏହା ଆମ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଭିଜନ।"
ଏନେଇ କୋଭୋଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ଏବଂ ନ୍ୟାସନାଲ ଟେକନିକାଲ ଆଡଭାଇଜରି ଗ୍ରୁପ ଅଫ ଇମୁନାଇଜେସନ (NTAGI) ଅନୁମତି ମଧ୍ୟ ମିଳିଥିଲା । ୨୦୨୧ ଡିସେମ୍ବର ମାସରେ ସରକାର ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ କୋଭୋଭାକ୍ସ ଟିକାକୁ ଅନୁମତି ଦେଇଥିଲେ ।
-
Covovax (@Novavax), is now available for children in India. This is the only vaccine manufactured in India that is also sold in Europe and has an efficacy of > 90%. This is in line with Shri @narendramodi Ji's vision of providing yet another vaccine to protect our children. pic.twitter.com/QUm7sZyOfi
— Adar Poonawalla (@adarpoonawalla) May 3, 2022 " class="align-text-top noRightClick twitterSection" data="
">Covovax (@Novavax), is now available for children in India. This is the only vaccine manufactured in India that is also sold in Europe and has an efficacy of > 90%. This is in line with Shri @narendramodi Ji's vision of providing yet another vaccine to protect our children. pic.twitter.com/QUm7sZyOfi
— Adar Poonawalla (@adarpoonawalla) May 3, 2022Covovax (@Novavax), is now available for children in India. This is the only vaccine manufactured in India that is also sold in Europe and has an efficacy of > 90%. This is in line with Shri @narendramodi Ji's vision of providing yet another vaccine to protect our children. pic.twitter.com/QUm7sZyOfi
— Adar Poonawalla (@adarpoonawalla) May 3, 2022
ସୂଚନା ଅନୁସାରେ, ଏନେକ ଲୋକ ଟ୍ବିଟକରି ଅଭିଯୋଗ କରିଥିଲେ ଯେ Cowin ପୋର୍ଟାଲରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକାର ଉପଲବ୍ଧି ଦେଖାଉନାହିଁ । ଅନେକ ଲୋକ ସ୍କ୍ରିନସଟ ନେଇ ଟ୍ବିଟ୍କରି ଅଭିଯୋଗ କରିଥିଲେ ଯେ, କୋଭିସିଲ୍ଡ, କୋଭାକ୍ସିନ, ସ୍ପୁନଟିକ ଟିକାର ଉପଲବ୍ଧି ଦର୍ଶାଉଥିଲେ ସୁଦ୍ଧା କୋଭୋଭାକ୍ସ ଟିକାର ଉପଲବ୍ଧି ଦର୍ଶାଉନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ